ପେଶାୱର ବୋମା ବିସ୍ଫୋରଣ: ପୋଲିସ ପୋଷାକରେ ଆସିଥିଲେ ଆକ୍ରମଣକାରୀ

ଇସଲାମାବାଦ,୨ ।୨ : ପାକିସ୍ତାନର ପେଶାୱରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ଆକ୍ରମଣକାରୀ ପୋଲିସ ପୋଷାକରେ ମସଦିଜ ଭିତରକୁ ଯାଇଥିଲେ । ନମାଜ ସମୟରେ ଆକ୍ରମଣକାରୀ ନିଜକୁ ବୋମାରେ ଉଡାଇଦେବା ସହ ଏଥିରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି ଓ ୨୦୦ରୁ ଅଧିକ ଆହତଙ୍କର ଚିକିତ୍ସା ଚାଲିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପୋଲିସ ରହିଛନ୍ତି । ପାକିସ୍ତାନର ଖେବର ପଖତୁନଖ୍ୱାର ପୋଲିସ ମୁଖ୍ୟ ମୋଅଜ୍ଜମ ଜାହ ଅଂସାରୀ ଗୁରୁବାର କହିଛନ୍ତି, ଆକ୍ରମଣକାରୀ ଆତ୍ମଘାତୀ ଥିଲେ ଓ ଏକ ସିସିଟିଭି ଫୁଟେଜରୁ ଜଣାପଡିଛି କି ସେ ପୋଲିସ ପୋଷାକ ପିନ୍ଧିବା ସହ ମାସ୍କ ଓ ହେଲମେଟ ପିନ୍ଧିଥିଲେ ।
ପୋଲିସ ମୁଖ୍ୟ କହିଛନ୍ତି ଆକ୍ରମଣକାରୀଙ୍କ ମୁଣ୍ଡ ଜବତ କରାଯାଇଛି । ଏହାସହ ଏକ ବଲ ବିୟରିଂଗ ବି ଜବତ କରାଯାଇଛି, ଯାହା ସୁଇାଇଡ ଜ୍ୟାକେଟରେ ବ୍ୟବହାର କରାଯାଇଥାଏ । ପୋଲିସ କହିଛି ଆକ୍ରମଣକାରୀ ଯେଉଁ ମୋଟର ସାଇକେଲରେ ଆସିଥିଲେ ସେ ସମ୍ପର୍କରେ ମଧ୍ୟ ସୂଚନା ମିଳି ସାରିଛି । ପୋଲିସର ସୂଚନା ଅନୁଯାୟୀ, ବିସ୍ଫୋରଣ ପାଇଁ ୧୦-୧୨ କିଲୋ ଟିଏନଟି ବ୍ୟବହାର କରାଯାଇଥିଲା, ଫଳରେ ବିସ୍ଫୋରଣ ଏତେ ଯୋରରେ ହୋଇଥିଲା । ଏଥିରେ ମସଜିଦର ଛାତ ଓ ପାଚିରି ଭାଙ୍ଗି ଯାଇଥିଲା । ଫଳରେ ମୃତକଙ୍କ ସଂଖ୍ୟା ବଢିଯାଇଛି ।
ପେଶାୱର ବୋମା ବିସ୍ଫୋରଣକୁ ନେଇ ମୁସଲିମ ଲିଗ ନୱାଜର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ପୂର୍ବତନ ଆଇଏସଆଇ ଚିଫ ଜେନରାଲ ଫୈଜ ହାମିଦଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାସହ ତାଙ୍କୁ ପେଶାୱାର ଆକ୍ରମଣ ପାଇଁ ଦାୟୀ କରିଛନ୍ତି । ମରିୟମ ନୱାଜ କହିଛନ୍ତି ଇମ୍ରାନ ଖାଁଙ୍କ ଅତି ନିକଟତର ଥିଲେ ଜେନରାଲ ଫୈଜ ହାମିଦ, ସେ ପେଶାୱରରେ ଆର୍ମି କମାଣ୍ଡ ଭାବେ ନିଯୁକ୍ତ ଥିଲେ ଓ ସେ ହିଁ ଆତଙ୍କବାଦୀଙ୍କ ପାଇଁ ରାସ୍ତା ଖୋଲି ଦେଇଛନ୍ତି । ମରିୟମ କହିଛନ୍ତି ସେ ଇମ୍ରାନଙ୍କ ଆଖି, ହାତ ଓ କାନ ଥିଲେ, ଯଦି ସେ ପାକିସ୍ତାନର ହାତ, କାନ ଓ ଆଖି ହୋଇଥାଆନ୍ତେ ତେବେ ପରିସ୍ଥିତି ଅଲଗା ହୋଇଥାଆନ୍ତା ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri