ଝାଳ ବୋହୁଥିଲେ…

ଖରାଦିନେ ସମସ୍ତଙ୍କର ଝାଳ ବୋହିଥାଏ। ବେଳେବେଳେ ଏହି ଝାଳ ଖୁବ୍‌ ଦୁର୍ଗନ୍ଧ ମଧ୍ୟ ହୋଇଥାଏ। ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ ବୋହିବା ପଛରେ ମଧ୍ୟ ଅନେକ କାରଣ ରହିଥାଏ। ପ୍ରଥମତଃ, ଯଦି କୌଣସି ବ୍ୟକ୍ତି ଅତ୍ୟଧିକ ଶାରୀରିକ ପରିଶ୍ରମ କରିଥାନ୍ତି, ତା’ହେଲେ ତାଙ୍କ ଦେହରୁ ଝାଳ ବୋହିଥାଏ। ଦ୍ୱିତୀୟରେ ମେଦବହୁଳତାର ଶିକାର ହୋଇଥିଲେ ବି ଶରୀରରୁ ଝାଳ ବୁଏ। ସେହିପରି ଅଧିକ ତେଲ, ମସଲାଯୁକ୍ତ କିମ୍ବା ରାଗ ଖାଦ୍ୟ ଖାଇବାକୁ ଭଲ ପାଉଥିବା କିଛି ଲୋକଙ୍କଠାରେ ମଧ୍ୟ ଝାଳ ବୋହିବା ସମସ୍ୟା ଦେଖାଯାଇଥାଏ। ହର୍‌ମୋନ୍‌ ଇମ୍‌ବାଲାନ୍ସ ହେବା ବି ଝାଳ ବୋହିବାର ଆଉ ଏକ କାରଣ ହୋଇଥାଏ। ସେହିପରି ବଂଶାନୁଗତ ଭାବେ ବି ଏହି ସମସ୍ୟା ଦେଖାଯାଇଥାଏ ବୋଲି ଅନେକେ ମତ ଦେଇଥାନ୍ତି। ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛିଟା ସହଜ ଉପଚାର ମଧ୍ୟ ରହିଛି। ଯେମିତିକି: ପ୍ରତିଦିନ ପରିଷ୍କାର ହୋଇ ଗାଧୋଇବା ସହ ଭଲ ବ୍ରାଣ୍ଡର ବଡି ସ୍ପ୍ରେ ବ୍ୟବହାର କରିବା, ଡାଏଟ୍‌ରେ ଅଧିକ ମାତ୍ରାରେ ସତେଜ ପନିପରିବା ଏବଂ ଫଳମୂଳ ଖାଇବା, ପାଦକୁ ପରିଷ୍କାର ରଖିବା ସହ ପ୍ରତିଦିନ ପିନ୍ଧୁଥିବା ସକ୍ସକୁ ସଫା କରିବା, ତେଲ, ମସଲାଯୁକ୍ତ ତଥା ରାଗ ଖାଦ୍ୟ ଯେତେ ସମ୍ଭବ କମ୍‌ ଖାଇବା, ଖରାଦିନେ ଢିଲା କଟନ୍‌ ପୋଷାକ ପିନ୍ଧିବା ସହ ପ୍ରଚୁର ପରିମାଣରେ ପାଣି, ଫ୍ରୁଟ୍‌ ଜୁସ୍‌ ଆଦି ପିଇବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସାଥୀଙ୍କଠାରୁ ଦୂରରେ ଥିଲେ କରନ୍ତୁ ଏପରି, କେବେ ତୁଟିବନି ବନ୍ଧନ

ସାଥୀଙ୍କଠାରୁ ଦୂରେଇ ରହିବା ବାସ୍ତବରେ କଷ୍ଟଦାୟକ। କିନ୍ତୁ କିଛି ଲୋକ କୁହନ୍ତି, ଦୂରତା ଦୁଇଟି ହୃଦୟକୁ ନିକଟତର କରିଥାଏ। ଆଉ କିଛି ଭାବନ୍ତି, ଯିଏ ଆଖିରୁ...

ଘରେ ରଖାଯାଇଥିବା ଏହି ୫ ଅଶୁଭ ଜିନିଷ ବଢ଼ାଇଥାଏ ଦୁର୍ଭାଗ୍ୟ; ଯଥାଶୀଘ୍ର ବାହାର କରିଦିଅନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା କିଛି ଖରାପ ଜିନିଷ ନକାରାତ୍ମକ ଶକ୍ତି ଆଣିଥାଏ। ଏହି ଜିନିଷଗୁଡ଼ିକୁ ଘରେ ରଖିବା ଦ୍ୱାରା ଦାରିଦ୍ରତା ମାଡ଼ି ଆସେ। ବୈବାହିକ...

ମସ୍ତିଷ୍କକୁ ଚାପମୁକ୍ତ ରଖେ ଏହି ରସ…

ସକାଳୁ ଖାଲି ପେଟରେ ଲାଉ ରସ ପିିଇଲେ  ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ମେଦବହୁଳତା କ୍ଷେତ୍ରରେ ଏହା ମହୋଷଧୀ ଭଳି କାମ...

ମିଠା ପଲଉ

ଆବଶ୍ୟକ ସାମଗ୍ରୀ ଘିଅ ୩ଚାମଚ(ବଡ଼),ଦୁଇଟି ବଡ଼ ତେଜପତ୍ର,କଞ୍ଚାଲଙ୍କା୫-୬ଟି,କଳା ଅଳେଇଚ୨-୩ଟି,ଡାଳଚିନି ଦୁଇଖଣ୍ଡ, ଲବଙ୍ଗ ୭-୮ଟି, ଜାଇତ୍ରୀ-୧ଟି,କେସର ୩-୪ଖଣ୍ଡ,ଅଦା ଏକ ଚାମଚ, ବାସ୍‌ମତି ଚାଉଳ ଏକ କପ୍‌, କାଜୁ...

ଯେଉଁଠାରେ ପ୍ରେମ ଥାଏ ସେଠାରେ ଏହିସବୁ ରହିବା ଉଚିତ୍‌ ନୁହେଁ: ଜାଣନ୍ତୁ ସେସବୁ କଣ…

ମହାନ ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ଉଲ୍ଲେଖ କରିଛନ୍ତି। ସେହିପରି ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଚାଣକ୍ୟ ଅନେକ କଥା ଲେଖିଛନ୍ତି।...

ଗୁଆ ଶରୀର ପାଇଁ କ୍ଷତିକାରକ

ଜର୍ନାଲ ଅଫ୍‌ ଦ ଆମେରିକାନ୍‌ ଡେଣ୍ଟାଲ ଆସୋସିଏଶନର ରିପୋର୍ଟ ଅନୁଯାୟୀ ଗୁଆ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏହାଦ୍ୱାରା ମୁଖ ଗହ୍ବର କର୍କଟ ରୋଗ ହୋଇଥାଏ। ବିଶ୍ୱ ସ୍ବାସ୍ଥ୍ୟ...

ଚିନ୍ତାଧାରାକୁ ପ୍ରଭାବିତ କରେ ଗଞ୍ଜେଇ

କେମ୍ବ୍ରିଜ୍‌, ୧୮ା୪: ମନୁଷ୍ୟ ସମାଜରେ ଗଞ୍ଜେଇ ବ୍ୟବହାର ହଜାର ହଜାର ବର୍ଷ ପୁରୁଣା। ଅନେକେ ଏହାର ସେବନ ଦ୍ୱାରା ଆନନ୍ଦ ଏବଂ ଉତ୍ସାହିତ ଅନୁଭବ କରୁଥିବାବେଳେ...

ବୁଦ୍ଧିମତ୍ତା ବଢ଼ାଏ ବ୍ରେକ୍‌ଫାଷ୍ଟ

ଆମେ ସକାଳୁ ଯେତେ ବ୍ୟସ୍ତ ରହିଲେ ମଧ୍ୟ ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆ ଖାଇବା ନିହାତି ଦରକାର। କାରଣ ଏହା ଆମ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ...

Advertisement
Archives

Model This Week