Posted inଜାତୀୟ

୫ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଗୁପ୍ତ ତଥ୍ୟ, ସାଇବର ଠକେଇ ଟ୍ରେନିଂ କ୍ୟାମ୍ପ୍‌ ପାଲଟିଛି ଝାଡ଼ଖଣ୍ଡ…

ନୂଆଦିଲ୍ଲୀ, ୭।୨ : ଅନଲାଇନ ଠକେଇ ସମ୍ପ୍ରତି ବଢ଼ି ଚାଲିଛି। ସାଇବର ଠକେଇ ଅପରାଧ ଏବେ ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ବହୁ ଲୋକ ଏହାର ଶିକାର ହେଉଛନ୍ତି। ଡାଟା କାରବାର ସାଇବର ଠକେଇର ବ୍ୟବସାୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୟୁଜରଙ୍କର ବ୍ୟକ୍ତିଗତ ଗୁପ୍ତ ତଥ୍ୟ ମାତ୍ର ୫ ଟଙ୍କାରେ ସାଇବର ଅପରାଧୀ ବିକ୍ରି କରିଥାନ୍ତି। ସିଆଇଡି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଝାଡ଼ଖଣ୍ଡରେ ସର୍ବାଧିକ ସାଇବର ଠକେଇ ହେଉଛି। ଅପରାଧୀମାନେ ପଶ୍ଚିମବଙ୍ଗରେ ୟୁଜରଙ୍କ ତଥ୍ୟ ମାତ୍ର ୫ ଟଙ୍କାରେ ବିକ୍ରି କରୁଛନ୍ତି ।

ଝାଡ଼ଖଣ୍ଡର ଜାମତାଡ଼ାକୁ ସାଇବର ଅପରାଧର ଟ୍ରେନିଂ କ୍ୟାମ୍ପ୍‌ କୁହାଯାଉଛି। ବେକାର ଯୁବବର୍ଗ କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ଏଠାକୁ ଆସି ସାଇବର ଅପରାଧ ସମ୍ପର୍କରେ ତାଲିମ ନେଉଛନ୍ତି ଏବଂ ତା’ପରେ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଠକୁଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସିଆଇଡି ଏସ୍‌ପି ଏସ୍‌.କାର୍ତ୍ତିକଙ୍କ ଅନୁସାରେ ଜଣେ ୟୁଜରଙ୍କ ଡାଟା ବ୍ୟାଙ୍କ, ମଲ, ଟେଲିକମ କମ୍ପାନୀ, ବୀମା, ଜେରକ୍ସ ଏବଂ ଅନ୍ୟାନ୍ୟ ମାଧ୍ୟମରେ ସଂଗ୍ରହ କରାଯାଇ ଏହି ତଥ୍ୟକୁ ଅପରାଧୀଙ୍କୁ ବିକ୍ରି କରାଯାଇଥାଏ। ତଥ୍ୟ ବଦଳରେ ସାଇବର ଅପରାଧୀମାନେ ଡାଟା ପ୍ରଦାନକାରୀଙ୍କୁ ଟଙ୍କା ଦେଇଥାନ୍ତି।

ଇଣ୍ଡିଆନ ସାଇବର ସେଲ ମଧ୍ୟ ଏହି ସାଇବର ଅପରାଧୀଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ଏହି ସୂଚନା ଦର୍ଶାଉଛି ଯେ ଝାଡଖଣ୍ଡର ଏହି ସାଇବର ଅପରାଧୀମାନେ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମାତ୍ର ୫ ଟଙ୍କାରେ ଡାଟା ବିକ୍ରି କରୁଛନ୍ତି। ଏହି ତଥ୍ୟରେ ୟୁଜରଙ୍କର ବହୁ ବ୍ୟକ୍ତିଗତ ସୂଚନା ଯେପରିକି ବ୍ୟକ୍ତିଙ୍କ ନାମ, ମୋବାଇଲ ନମ୍ବର, ବ୍ୟାଙ୍କ ବିବରଣୀ, ଆଧାର ନମ୍ବର ଏବଂ ଅନ୍ୟାନ୍ୟ ଡାଟା ରହିଥାଏ। ଏହି ତଥ୍ୟ ମାଧ୍ୟମରେ ସାଇବର ଅପରାଧୀମାନେ ବ୍ୟାଙ୍କର୍‌ କିମ୍ବା ବୀମା ଏଜେଣ୍ଟ ହୋଇ ଅନ୍‌ଲାଇନ୍‌ରେ ଠକେଇ କରିଥାନ୍ତି।

ଅପରାଧୀମାନେ ଡାଟା ପାଇବା ପରେ ସମ୍ପୃକ୍ତ ୟୁଜରଙ୍କୁ ତାଙ୍କ ଏଟିଏମ କାର୍ଡ ବନ୍ଦ ହେବାକୁ ଯାଉଛି ଏବଂ ଏହାକୁ ପୁଣିଥରେ ଚାଲୁ କରିବା ଲାଗି କାର୍ଡର ବିବରଣୀ ମାଗିଥାନ୍ତି। କେତେକ ଅଜାଣତରେ ଠକଙ୍କ ହାବୁଡ଼ରେ ପଡ଼ିଥାନ୍ତି। କିନ୍ତୁ ଏପରି କ୍ଷେତ୍ରରେ ବ୍ୟାଙ୍କ କେବେ ବି ଗ୍ରାହକଙ୍କୁ କଲ କରେ ନାହିଁ। ତେଣୁ ଏଭଳି କଲ୍‌ ପ୍ରତି ସତର୍କ ରହିବାକୁ ସିଆଇଡି ରିପୋର୍ଟରେ କୁହାଯାଇଛି। ସେହିପରି କଓ୍ବୋଇସି ସହିତ ଜଡିତ କଲ କରି ଅପରାଧୀ ୟୁଜରଙ୍କଠାରୁ ବ୍ୟାଙ୍କ ବିବରଣୀ ମାଗିଥାନ୍ତି। ଏଭଳି କଲ୍‌ ପ୍ରତି ସାବଧାନ ରହିବା ଜରୁରୀ। ସେହିପରି ଅପରାଧୀ ୟୁଜରଙ୍କ ପାଖକୁ ମେସେଜ୍‌ ପଠାଇ ଏଥିରେ କ୍ଲିକ୍‌ କରିବାକୁ କହିଥାନ୍ତି। କ୍ଲିକ୍‌ କରିବା ମାତ୍ରେ ୟୁଜର୍‌ଙ୍କ ଆକାଉଣ୍ଟ ଖାଲି ହୋଇଯାଇଥାଏ ବୋଲି ସିଆଇଡି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri