ଅଧିକାରୀ ଆସିଲେ ଦିଆଯିବ ଅନୁମତି

ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌ କାଟ। ବଦଳାଯାଉନି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଇଲେକ୍ଟ୍ରି ଖୁଣ୍ଟ। ନିର୍ଦ୍ଧାରିତ ଉଚ୍ଚତାକୁ ଉଠାଯାଉନି ଅତି ତଳକୁ ଓହଳିଥିବା ତାର। ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମରରେ ଲାଗି ମରୁଛନ୍ତି ଗୋରୁ। ମିଟର ପାଖରେ ନ ଅଟକି ଘରେ ପଶୁଛନ୍ତି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ବିଦ୍ୟୁତ୍‌ ଅବ୍ୟବସ୍ଥା ଦୂର ପରିବର୍ତ୍ତେ ବଳ ପ୍ରୟୋଗ କରୁଛି ବଣ୍ଟନକାରୀ କମ୍ପାନୀ। ଏହି କାରଣରୁ ବିଲ୍‌ ଆଦାୟ ପାଇଁ ଆସୁଥିବା କର୍ମଚାରୀଙ୍କୁ ପୂରାଇ ଦିଆଯାଉନି ଗଁାରେ। ସମସ୍ୟା ସମାଧାନ ପାଇଁ ଅଧିକାରୀମାନେ ଆସି ଆଲୋଚନା କରିବା ପରେ ଯାଇ ଗଁାକୁ ପ୍ରବେଶ ଅଧିକାର ଦିଆଯିବ ବୋଲି କହିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ୩ ପଞ୍ଚାୟତର ଅନେକ ବିଦ୍ୟୁତ୍‌ ଉପଭୋକ୍ତା।
ସେମାନଙ୍କ କହିବା ଅନୁଯାୟୀ, ବ୍ଲକର କମ୍ପସଲା, ବ୍ରାହ୍ମଣବିଲ ଓ ଚାଙ୍ଗୁଡିଆ ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ବିଦ୍ୟୁତ୍‌ ସେବାର ସେପରି ସୁବିଧା ପାଇପାରୁ ନାହାନ୍ତି। ଦୀର୍ଘଦିନ ହେବ ଅଚାନକ ବିଦ୍ୟୁତ୍‌ କାଟ ଜାରି ରହିଛି। ଦିନକୁ ୧୦ରୁ ଅଧିକ ଥର ପାଓ୍ବାର କଟାଯାଉଛି। ଲୋ ଭୋଲଟେଜ୍‌ର ପ୍ରତିକାର କରାଯାଉ ନାହିଁ। ଘନ ଘନ ବିଦ୍ୟୁତ୍‌ ଯାଉଥିବାରୁ ଚାଷୀ ପାଣି ପମ୍ପ ଚଲାଇପାରୁ ନାହିଁ। ସନ୍ଧ୍ୟାରେ ପିଲାମାନେ ପାଠ ପଢ଼ିପାରୁ ନାହାନ୍ତି। ପାନୀୟ ପ୍ରକଳ୍ପରୁ ପାଇପ୍‌ ପାଣି ଆସିପାରୁ ନାହିଁ। ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର ବିପଦ ସାଜୁଥିଲେ ମଧ୍ୟ ସମସ୍ୟା ଦୂର କରାଯାଉ ନାହିଁ। ଆଖପାଖରେ ହାତୀ ଥିଲେ ଦିନ ଦିନ ଧରି ଇଲେକ୍ଟ୍ରିର ଦେଖା ମିଳୁନାହିଁ। ଫଳରେ ଅନ୍ଧାରରେ ଗ୍ରାମବାସୀ ହାତୀ ଭୟ ଭିତରେ ରାତି କାଟୁଛନ୍ତି। ବିନା କାରଣରେ ଓ ବିନା ଅନୁମତିରେ ଲାଗିଥିବା ମିଟରକୁ ପରିବର୍ତ୍ତନ କରିଦିଆଯାଉଛି। ଏ ବାବଦରେ ୨୪ଶହ ଟଙ୍କା ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି। ଆସୁଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ୍‌ ଜବରଦସ୍ତି ଘରେ ପଶି ଜରିମାନା କରୁଛି। ଏ ନେଇ ଆପତ୍ତି ଅଭିଯୋଗ କଲେ କର୍ଣ୍ଣପାତ କରାଯାଉ ନାହିଁ। କମ୍ପାନୀ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟ ତଥା ଏପରି ଶୋଷଣ ନୀତି ବିରୋଧରେ ବ୍ଲକ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ୩ଟି ପଞ୍ଚାୟତର ଉପଭୋକ୍ତାମାନଙ୍କୁ ନେଇ ଏକ ମଞ୍ଚ ଗଠନ କରାଯାଇଛି। ଦେୟ ଆଦାୟ ପାଇଁ ଆସୁଥିବା କମ୍ପାନୀର କୌଣସି କର୍ମଚାରୀଙ୍କୁ ଗ୍ରାମକୁ ପ୍ରବେଶ କରାଇ ଦିଆଯାଉ ନାହିଁ। ମାସେ ହେଲା ଏପରି ବିରୋଧ, ପ୍ରତିବାଦ ଜାରି ରହିଥିଲେ ମଧ୍ୟ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ଆସୁନାହାନ୍ତି କି ଆଲୋଚନା କରୁନାହାନ୍ତି। ଏପରି ମନୋମୁଖୀ କାର୍ଯ୍ୟର ଆଗାମୀ ଦିନରେ ଜୋରଦାର ପ୍ରତିବାଦ କରାଯିବ। ଉପଭୋକ୍ତାମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବାରୁ ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀକୁ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ୩ ପଞ୍ଚାୟତର ବହୁ ଉପଭୋକ୍ତା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri