ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୬୦ ପଇସା ହ୍ରାସ ସହିତ ୭୭.୫୦ ସ୍ତରରେ ପହଞ୍ଚିଛି। ବୈଶ୍ୱିକ ବଜାରରେ ଆମେରିକୀୟ ଡଲାରରେ ବୃଦ୍ଧି ଦ୍ୱାରା ଏଭଳି ସ୍ଥିତି ଉପୁଜିଛି। ଇଣ୍ଟର୍‌ବ୍ୟାଙ୍କ୍‌ ଫରେନ୍‌ ଏକ୍ସଚେଞ୍ଜ ବଜାର ୭୭.୧୭ରେ ଖୋଲିଥିଲା ଏବଂ ଦିନର କାରବାର ସମୟରେ ୬୦ ପଇସା ହ୍ରାସ ପାଇ ୭୭.୫୦ ସ୍ତରରେ ପହଞ୍ଚିଥିଲା। ଦିନର ଟ୍ରେଡିଂ ସମୟ ମଧ୍ୟରେ ଭାରତୀୟ ମୁଦ୍ରା ସର୍ବକାଳୀନ ନିମ୍ନ ୭୭.୫୨ ସ୍ତରରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଗତ ସପ୍ତାହର ଶେଷ ଟ୍ରେଡିଂ ଦିନ ଅର୍ଥାତ୍‌ ଶୁକ୍ରବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ୫୫ ପଇସା ହ୍ରାସ ହୋଇ ୭୬.୯୦ରେ ବନ୍ଦ ହୋଇଥିଲା।

Share