Posted inଜାତୀୟ

ସ୍ଥାୟୀ କମିଶନ ପ୍ରକ୍ରିୟା ଭେଦଭାବପୂର୍ଣ୍ଣ: ରିଭ୍ୟୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୩: ଭାରତୀୟ ସେନାରେ ସ୍ଥାୟୀ କମିଶନ ପ୍ରକ୍ରିୟାରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଗୁରତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଭେଦଭାବପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି। ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପ୍ରସଙ୍ଗର ରିଭ୍ୟୁ କରିବା ସହିତ ୨ ମାସ ମଧ୍ୟରେ ଯୋଗ୍ୟ ମହିଳା କର୍ମଚାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ମହିଳାଙ୍କୁ ସମାନ ଅଧିକାର ପାଇଁ ଏଭଳି କରାଯିବା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ସେନାର ଏସିଆର୍‌ ଅର୍ଥାତ୍‌ ସର୍ଭିସ୍‌ ଗୋପନୀୟ ରେକର୍ଡ ମେଣ୍ଟେନ୍‌ କରିବା ପ୍ରକ୍ରିୟା ଅଧିକ ସ୍ବଚ୍ଛ ଏବଂ ପାରଦର୍ଶୀ ହେବା ଆବଶ୍ୟକ ବୋଲି ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ପ୍ରକାଶ କରିଛନ୍ତି। ସମାଜରେ ପୁରୁଷଙ୍କ ଦ୍ୱାରା ବିଭିନ୍ନ ନିୟମ ପୁରୁଷଙ୍କ ପାଇଁ ପ୍ରଣୟନ କରାଯାଇଛି। ଏଥିରେ ପରିବର୍ତ୍ତନ ନ ଆସିଲେ ମହିଳାଙ୍କୁ ସମାନ ଅଧିକାର ମିଳି ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ୨୦୨୦ରେ ନିର୍ଦ୍ଦେଶ ପରେ ମଧ୍ୟ ଫିଟ୍‌ନେସ୍‌ ଏବଂ ଅନ୍ୟ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦିଆ ନ ଯିବା ଭୁଲ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ କ୍ରିସମସ ପାର୍ଟି: ରାଜ୍ୟପାଳଙ୍କୁ କରାଗଲାନି ଆମନ୍ତ୍ରଣ…

ଥିରୁଭାନନ୍ତପୁରମ,୨୧।୧୨ : କେରଳରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ସାଧାରଣ ସୌଜନ୍ୟ ପ୍ରତି...

ପାଟ୍ରୋଲିଂ ବେଳେ ବିସ୍ଫୋରଣ

ଜମ୍ମୁ, ୩୧।୧୦: ଜମ୍ମୁ-କଶ୍ମୀରର ରାଜୌରୀ ଜିଲା ଅଧୀନ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟ ଆଗୁଆ ଘାଟିରେ ଶନିବାର ବିସ୍ଫୋରଣ ଘଟି ଜଣେ ସେନା ଅଫିସର ଓ...

ତାଣ୍ଡବ ରଚିବ ପ୍ରତିବର୍ଷ: ଏହି ଦୁଇ ମାସରେ ହେବ ବେଲଗାମ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ପ୍ରତିବର୍ଷ...

ରାମଲୀଳା ମଇଦାନରେ ଧନ୍ୟବାଦ ରାଲିରେ ଯୋଗଦେବେ ମୋଦି

ନୂଆଦିଲ୍ଲୀ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୧୧ଟା ୩୦ରେ ରାଜଧାନୀ ଦିଲ୍ଲୀରେ ଥିବା ରାମଲୀଳା ମଇଦାନରେ ଅନୁଷ୍ଠିତ ଏକ ରାଲିରେ ଯୋଗ ଦେବେ। ଏଥିପାଇଁ...

ନିର୍ବାଚନ ଆୟୋଗ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା ଦାଏର କରାଯିବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ନିର୍ବାଚନ କରାଯାଉଛି। ନିର୍ବାଚନ ରାଲି ସହିତ ଅନ୍ୟ ପ୍ରଚାର କାର୍ଯ୍ୟକ୍ରମ...

ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ

କୋଲକାତା, ୧୨।୧୦-ଉତ୍ତର କୋଲକାତାର ଚିତ୍‌ପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗର ୧୦ଟି ଗାଡି ଘଟଣାସ୍ଥଳରେ...

ବିଦାହେବେ ଅପାରଗ, ଦୁର୍ନୀତିଗ୍ରସ୍ତ ବାବୁ

ନୂଆଦିଲ୍ଲୀ,୩୦ା୮- ଅପାରଗ ଓ ଦୁର୍ନୀତିଗ୍ରସ୍ତ ବାବୁମାନେ ଆଉ ଅଧିକ ସମୟ ଚାକିରିରେ ରହିପାରିବେ ନାହିଁ। ୫୦ରୁ ୫୫ ବର୍ଷ ବୟସ ହୋଇଥିବା ଓ ୩୦ ବର୍ଷ...

୩୦ ଆଇଟିବିପି ଯବାନଙ୍କ ଆଫଗାନିସ୍ତାନରେ ପୁଣି ମୁତୟନ ଆବେଦନ ଖାରଜ..

ନୂଆଦିଲ୍ଲୀ,୮।୮: ଆଫଗାନିସ୍ତାନର ଅବସ୍ଥା କାହାଠାରୁ ଲୁଚି ନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ପୁଣି ଥରେ ମୁତୟନ ପାଇଁ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର କିଛି...

Advertisement
Archives

Model This Week