ସରିଲାଣି ଅବଧି, ୩୯ ପ୍ରକଳ୍ପ ଅଧାପନ୍ତରିଆ

ଯାଜପୁର,୨୦।୧୨(ହର୍ଷବର୍ଦ୍ଧନ ବେହେରା): ପୂର୍ତ୍ତ ବିଭାଗ ଉପରେ ସରକାରଙ୍କ ଅତୁଟ ଭରସା ରହିଛି। କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା ଏବଂ ସୁଦୃଢ଼ ନିର୍ମାଣରେ ବିଶ୍ୱାସ ରଖି ପୂର୍ତ୍ତ ବିଭାଗ ଉପରେ ଏକାଧିକ ପ୍ରକଳ୍ପ କାର୍ଯ୍ୟ ଦାୟିତ୍ୱ ନ୍ୟସ୍ତ କରାଯାଉଛି। କିନ୍ତୁ ବିଭାଗର ଯାଜପୁର ଜିଲା ପାଣିକୋଇଲି ଆର୍‌ଆଣ୍ଡ୍‌ବି ଡିଭିଜନରେ ଏହାର ଓଲଟା ଚିତ୍ର ସାମ୍ନାକୁ ଆସିଛି। ଏହି ଡିଭିଜନରେ ୨୦୧୮ରୁ ୨୦୨୩ ମଧ୍ୟରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୩୯ଟି ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏହାବାଦ୍‌ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକାଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଛି। ଏଥିଯୋଗୁ ସମ୍ପୃକ୍ତ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।
ପରସେଣ୍ଟ(ପିସି) ରାଜର ଅବସାନ ପାଇଁ ରାଜ୍ୟ ସରକାର ସ୍ଲୋଗାନ ଦେଇ ଚାଲିଥିବାବେଳେ ଏହାର ବିପରୀତ ଦୃଶ୍ୟ ପାଣିକୋଇଲି ଡିଭିଜନରେ ଦେଖିବାକୁ ମିଳୁଛି ା ଏହି ବିଭାଗରେ ବାର୍ଷିକ ବହୁ କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ ପାଇଁ ସରକାର ବ୍ୟୟବରାଦ କରୁଥିବାରୁ ପିସି ଆକାରରେ ନିରୂପିତ ଅର୍ଥ ଭାବେ ବାଟମାରଣା ହୋଇଯାଉଛି। ଜଣେ ଠିକାଦାରଙ୍କ କହିବା ଅନୁସାରେ ଏହି ବିଭାଗରେ ୧୫ ପ୍ରତିଶତ କମ୍‌ରେ ଟେଣ୍ଡର ଭରିଲେ କାମ ମିଳେ। ଏହାବାଦ୍‌ ରାଜନୈତିକ ନେତୃବର୍ଗ ୫%, ନିର୍ବାହୀ ଯନ୍ତ୍ରୀ ୧%, ଏସ୍‌ଡିଓ ୧%, କନିଷ୍ଠ ଯନ୍ତ୍ରୀ ୧.୫%, କିରାଣି ଓ ଅନ୍ୟମାନେ ମିଶି ୧% ପିସି ଆକାରରେ ନେଇଥାନ୍ତି। ଏଭଳି ଭାବେ ନିରୂପିତ ଅର୍ଥରୁ ପ୍ରାୟ ୩୦% କମ୍‌ ଓ ପିସି ଆକାରରେ ଯାଉଛି। ପିସି ନେଉଥିବା ବିଭାଗୀୟ ଅଧିକାରୀମାନେ ଠିକାଦାରମାନଙ୍କୁ ଉପଯୁକ୍ତ ଭାବେ ତାଗିଦ କରିପାରୁ ନ ଥିବାରୁ ପ୍ରକଳ୍ପ କାର୍ଯ୍ୟର ମାନ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।
ଯାଜପୁର ସହରଠାରୁ ବିଞ୍ଝାରପୁର ରାସ୍ତା ସର୍ବଦା ବ୍ୟସ୍ତବହୁଳ ଦେଖିବାକୁ ମିଳେ। ତେଣୁ ଏହି ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ କରିବାକୁ ପାଣିକୋଇଲି ପୂର୍ତ୍ତ ବିଭାଗ ପକ୍ଷରୁ ୨୦୨୧-୨୨ରେ ଷ୍ଟେଟ୍‌ ପ୍ଲାନ୍‌ରେ ଏକ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରିବାକୁ ଠିକାଦାର ଅଜୟ କୁମାର ନାୟକଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିଲା। ବିଭାଗ ପକ୍ଷରୁ ୧୧ା୯ା୨୦୨୩ରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଚୁକ୍ତିରେ ଦର୍ଶାଯାଇଥିଲା। ହେଲେ ଏଯାଏ ୫୦ରୁ ୬୦% କାମ ହୋଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତା କାର୍ଯ୍ୟରେ ବିଜିପୁରଠାରେ ଏକ ପୋଲ ଦୀର୍ଘଦିନ ହେଲା ନିର୍ମାଣ ଚାଲିଛି। ଫଳରେ ଉକ୍ତ ରାସ୍ତା ସଙ୍କୁଚିତ ହୋଇଥିବାରୁ ଗମନାଗମନରେ ଅସୁବିଧା ହେଉଛି। ବେଳେବେଳେ ସେଠାରେ ସୃଷ୍ଟି ହୋଇଥିବା ଗାତରେ ପଡ଼ି ଲୋକେ ଆହତ ହେଉଥିବା ନଜିର ରହିଛି। ବାଇପାସ୍‌ ରାସ୍ତା ନିର୍ମାଣ ନ କରି ଯେନତେନ ପ୍ରକାରେ କାମ ସାରିବାକୁ ଠିକାଦାର ଯୋଜନା କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାସହ ୧୬ ନମ୍ବର ଜାତୀୟ ରାଜପଥରୁ ଅର୍ଦ୍ଦଲୁଆ ରାସ୍ତା କାର୍ଯ୍ୟ ୩ା୧୨ା୨୦୧୮ରୁ ଆରମ୍ଭ ହୋଇଛି। ଏଥିପାଇଁ ୨୩.୪୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ନିହାରରଞ୍ଜନ ମାନ୍ଧାତାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି କାର୍ଯ୍ୟ ୨ା୧୨ା୨୦୧୯ରେ ଶେଷ ହେବା କଥା। ହେଲେ ଜମି ବିବାଦ ଦର୍ଶାଇ ବିଭାଗୀୟ ଅଧିକାରୀମାନେ ନୀରବି ଯାଇଥିବା କୁହାଯାଉଛି। ସେହିପରି ୧୬ ନମ୍ବର ଜାତୀୟ ରାଜପଥରୁ ମହେଶ୍ୱରପୁର ଭାୟା ଯମୁନା ରାସ୍ତା କାର୍ଯ୍ୟ ୭ା୮ା୨୦୧୮ରେ ୨୨.୦୯ କୋଟି ବ୍ୟୟବରାଦ ହୋଇ ଆରମ୍ଭ ହୋଇଥିଲା। ଏବିଏସ୍‌ ଇଞ୍ଜିନିୟରିଂ ଆଣ୍ଡ ଡେଭଲପର୍ସ ଠିକାସଂସ୍ଥାକୁ ଏହି କାର୍ଯ୍ୟ ନ୍ୟସ୍ତ ହୋଇଥିବାବେଳେ ଜମି ବିବାଦରେ ତାହା ଅଟକି ରହିଛି। ଅନ୍ୟପକ୍ଷେ ୨୧.୯୪ କୋଟି ଟଙ୍କାର ମାଳଆନନ୍ଦପୁର-ସିଂହପୁର ରାସ୍ତା, ୨୨.୫୯ କୋଟି ଟଙ୍କାର ଗୋଳକୁଣ୍ଡ-ଇନ୍ଦୁପୁର ରାସ୍ତା, ୨୨.୫୯ କୋଟି ଟଙ୍କାର ଗୋଳକୁଣ୍ଡ-ରତ୍ନଗିରି ରାସ୍ତା, ୨୪.୯୮ କୋଟି ଟଙ୍କାର ଷଠିପୁର, ଯାଜପୁର, ମଙ୍ଗଳପୁର ଓ କୟାଁଗୋଲା ରାସ୍ତା ପ୍ରମୁଖ ୩୯ଟି ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏ ସଂକ୍ରାନ୍ତରେ ପାଣିକୋଇଲି ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନ୍‌କୁ ଶନିବାର ସନ୍ଧ୍ୟାରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri