କୋବି ଗୋଟାକୁ ୩ ଟଙ୍କା

ଜଳେଶ୍ୱର, ୨୬ା୧୨(ଡି.ଏନ.ଏ.):ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ କୋବି ଚାଷୀମାନେ ଉଚିତ୍‌ ମୂଲ୍ୟ ନ ପାଇ ହତାଶ ହୋଇପଡିଛନ୍ତି। ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ଫୁଲ ଓ ବନ୍ଧାକୋବି ଗୋଟାକୁ ୩ଟଙ୍କାରେ ବିକ୍ରି କରି ବ୍ୟାପକ କ୍ଷତି ସହୁଛି।
୧ ଏକର ଜମି ଲାଗି ୧୦୦ ଗ୍ରାମ ମଞ୍ଜିକୁ ୪ରୁ ୫ହଜାର ଟଙ୍କକା ଦେଇ କିଣିଥାନ୍ତି ା
ସକତା, ସେମିନିସ, ମାର୍ବଲ, କୋରାଲ ହ୍ବାଇଟ୍‌, ଟେଟ୍ରିସ୍‌, ଶୀତଲ କିସମର କୋବି ମଞ୍ଜି ଜଳେଶ୍ୱର ଅଞ୍ଚଳରେ ଚାଷ ହୋଇଥାଏ ା ଅକ୍ଟୋବର ୧୫ ତାରିଖ ସୁଦ୍ଧା ଚାଷୀମାନେ ତଳି ପକାଇଥାନ୍ତି ା ପ୍ରକାର ଭେଦରେ ୨୫ରୁ ୩୦ ଦିନ ପରେ ତଳି ଲଗାଯାଇଥାଏ। ୧ଏକର ଜମିରେ ପ୍ରାୟ ୧୦ହଜାର ଚାରାରୋପଣ କରାଯାଏ। ୫୦ରୁ ୮୦ଦିନ ପରେ କୋବି ଅମଳ ହୁଏ ା ଜଳେଶ୍ୱରର ୩୫ଟି ପଞ୍ଚାୟତର ଚାଷୀ ପୂର୍ବରୁ କୋବି ଚାଷ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ଆସୁଥିଲେ। ଚଳିତବର୍ଷ ବଜାର ମାନ୍ଦା ଯୋଗୁ ଆଖିଦୃଶିଆ ବିକ୍ରୀବଟା ହୋଇପାରୁନି। ଜଳେଶ୍ୱର ବ୍ଲକର ମାକିଡିଆ, ଓଲମରା, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ଶିଖରପୁର, ଗୋବରଘଟା, ଲକ୍ଷ୍ମଣନାଥ, ମହମ୍ମଦନଗରପାଟଣା, ରାୟାଁରାମଚନ୍ଦ୍ରପୁର, ରାଜପୁର, ପାଇକସିଦା, ପଶ୍ଚିମବାର୍ଡ, ଝାଡପିମ୍ପଳ, ବାଇଗଣବାଡିଆ, ଗଡସାହିବାଲିଆପାଳ ପଂଚାୟତର ପ୍ରାୟ ୬ଶହ ହେକ୍ଟର ଜମିରେ କୋବିଚାଷ ହୋଇଛି ା ଏହି ଅଞ୍ଚଳରୁ ଉପତ୍ନ୍ନ କୋବି ଉତ୍କୃଷ୍ଟ ବୋଲି ଉଦ୍ୟାନ ବିଭାଗ ପକ୍ଷରୁ କୁହାଯାଇଛି ା ପ୍ରତିଦିନ ୭ରୁ ୮ଟ୍ରକ୍‌ କୋବି ଜଳେଶ୍ୱର, ବେଣାପୁରା, ଭେଲୋରା, ପଶ୍ଚିମବାର୍ଡ, ନାଚିନ୍ଦା, ସୁନାକଣିଆ, ମାକିଡିଆ ହାଟରେ ବିକ୍ରି ହେଉଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି, ଧାର କରଜ କରି ଚାଷୀ କୋବି କରିଥିବା ବେଳେ ଏବେ ଏହା ଶାଗମାଛ ଦରରେ ବ୍ୟବସାୟୀ କିଣୁଛି ା
କିନ୍ତୁ ବ୍ୟବସାୟୀ ଏହାକୁ ଦୂରସ୍ଥାନକୁ ପଠାଇ ମାଲେମାଲ ହେଉଛି ା
ଏ ସମ୍ପର୍କରେ ଚାଷୀ ଅନୀଲ ମହାନ୍ତି, ଭଗିରଥ ଗିରି, ସୁଦର୍ଶନ ମାଇତି, ଶମ୍ଭୁ ମାଇତି, ପରିତୋଷ ମାଇତି, ଖୋକନ୍‌ ଜେନା, ରବୀନ୍ଦ୍ର ଦଳେଇ କୁହନ୍ତି, ସେମାନେ ଧାର କରଜ କରି କୋବି ଚାଷ କରିଥିଲେ ା ଅନୁକୂଳ ପାଗ ଯୋଗୁ ଚଳିତବର୍ଷ କୋବିଚାଷ ପ୍ରତି ଗୁରୁତ୍ୱ ଦେଇଥିଲେ। ହେଲେ ବିକ୍ରୀ ସୁବିଧା ନ ଥିବାରୁ ଚାଷୀମାନେ ବ୍ୟବସାୟୀଙ୍କ ଦ୍ୱାରା ଶୋଷଣ ହେଉଛନ୍ତି। ସାହୁକାରଙ୍କଠାରୁ ଟଙ୍କା କିମ୍ବା ସାର ଓ କୀଟନାଶକ ଲାଗି ଦୋକାନରୁ କରଜ କରିଥିବା ଅର୍ଥ ଅମଳ ପରେ ସେମାନେ ନେଇ ଯାଇଛନ୍ତି ା ଚାଷୀ ବିମୁଖ ହୋଇ କୋବି ଜମିରୁ ସଂଗ୍ରହ କରୁ ନ ଥିବା ବେଳେ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri