ରାସ୍ତା ମଝିରେ ଓଲଟିଲା ଆମୋନିଆ ଗ୍ୟାସ ବୋଝେଇ ଟ୍ରକ୍‌: ଲିକ୍‌ ଯୋଗୁ ସ୍ଥାନୀୟ ଲୋକେ ଭୟଭୀତ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ଶଙ୍ଖ ନୂଆଗାଁ ଓ ପୁଇଁତୋଳା ରୋଡ ମଝିରେ ସୋମବାର ଏକ ଆମୋନିଆ ଗ୍ୟାସ୍‌ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଭୁବନେଶ୍ୱରରୁ ବିଶାଖାପାଟଣା ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଟ୍ରକ୍‌ଟି ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଖବର ପାଇ ଉପ ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଗଞ୍ଜାମ ଏସ୍‌ପି ବିଜ୍ରେଶ କୁମାର ରୟ, ଏଏସ୍‌ପି ଠାକୁର ପ୍ରସାଦ ପାତ୍ର, ତହସିଲଦାର ଅରୁଣ ନାୟକ, ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରସ୍ଥିତି ତଦାରଖ କରିଛନ୍ତି। ତେବେ ଟ୍ରକ୍‌ରୁ ଗ୍ୟାସ୍‌ ଲିକ୍‌ ହେଉଥିବା ଯୋଗୁ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।