ତମନ୍ନାଙ୍କ ଉପରେ ଖପ୍ପା ହେଲେ ପ୍ରଶଂସକ

ମୁମ୍ବାଇ: ମନୋରଞ୍ଜନ ଜଗତର ଆଗଧାଡିର ନାୟିକା ତମନ୍ନା ଭାଟିଆ ଏବେ କେତେଗୁଡିଏ କାରଣକୁ ନେଇ ଅଛନ୍ତି ଚର୍ଚ୍ଚାରେ। ତାଙ୍କ ଅଭିନୀତ ଓ୍ବେବ ସିରିଜ ଜି କରଦା ରିଲିଜ ହୋଇଯାଇଛି। ଏହାର ପ୍ରମୋଶନ ଇଣ୍ଟରଭ୍ୟୁରେ ବିଜୟ ବର୍ମାଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଅଫିସିୟାଲି ଘୋଷଣା କରିଛନ୍ତି। ଏବେ ତାଙ୍କ ଓ୍ବେବ ସିରିଜର କିଛି ସିନକୁ ନେଇ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ।

ଏହି ଓ୍ବେବ ସିରିଜରେ ଅଭିନେତ୍ରୀ ବୋଲ୍ଡ ଇଣ୍ଟିମେଟ ସିନ ଦେବା ସହ ଟପଲେସ ବି ହୋଇଛନ୍ତି। କୁହାଯାଏ ଏବେ ପର୍ଯ୍ୟନ୍ତ ତମନ୍ନା ସ୍କ୍ରିନରେ କିସ ମଧ୍ୟ କରି ନ ଥିଲେ। ଅଚାନକ ତାଙ୍କର ଏମିତି ବୋଲ୍ଟ ଅବତାରକୁ ଦର୍ଶକେ ହଜମ କରିପାରି ନାହାନ୍ତି। ଦର୍ଶକେ ଏହାକୁ ଚିପ ବୋଲି କହିଛନ୍ତି।
ତମନ୍ନାଙ୍କୁ ଓ୍ବେବ ସିରିଜ ଜି କରଦାରେ ଟପ ଲେସ ଅବତାରରେ ଦେଖିବା ପରେ ପ୍ରଶଂସକ ବିଗିଡି ଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରି ଟ୍ରୋଲ କରୁଛନ୍ତି। ୟୁଜର୍ସ ଲେଖିଛନ୍ତି ୨୦୧୬ରେ ସେ କିସ କରୁ ନ ଥିଲେ ଆଉ ଏବେ ଜି କରଦା ଓ ଲଷ୍ଟ ଷ୍ଟୋରିଜ ୨ରେ ଏମିତି ଚରିତ୍ର ସିଲେକ୍ଟ କରିଛନ୍ତି। ସୋସିଆଲ ମିଡିଆ ଅଭିନେତ୍ରୀଙ୍କ ପାଇଁ ନେଗେଟିଭ କମେଣ୍ଟସ ଲେଖିଛନ୍ତି। ଜଣେ ୟୁଜର ତାଙ୍କୁ ଟ୍ୟାଗ କରି କମେଣ୍ଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ତେଲଗୁ ଅଭିନେତ୍ରୀ ତମନ୍ନା ଭାଟିଆ ଏସଏସ ରାଜମୌଳିଙ୍କ ସହ ବାହୁବଳୀ ଭଳି ମୁଭିରେ କାମ କରିବା ପରେ ଏବେ ଲଷ୍ଟ ଷ୍ଟୋରିଜ ୨ରେ ସପ୍ଟ ପୋର୍ନ ପ୍ରାମୋଟ କରୁଛନ୍ତି। ଏମିତି ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।
ତମନ୍ନା ଭାଟିଆଙ୍କ ଓ୍ବେବ ସିରିଜ ଜି କରଦା ଆମଜନ ପ୍ରାଇମ ଭିଡିଓଜରେ ଲଞ୍ଚ ହୋଇସାରିଛି। ଏହାକୁ ଅରୁଣିମା ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଲଷ୍ଟ ଷ୍ଟୋରିଜ ପାଇଁ ଅଭିନେତ୍ରୀ ନୋ କିସ ପଲିସି ଭାଙ୍ଗି ଦେଇଛନ୍ତି। ଏଥିରେ ତାଙ୍କ ପ୍ରେମିକ ବିଜୟ ବର୍ମା ବି ଅଛନ୍ତି।

Share