ତମନ୍ନାଙ୍କ ଉପରେ ଖପ୍ପା ହେଲେ ପ୍ରଶଂସକ

ମୁମ୍ବାଇ: ମନୋରଞ୍ଜନ ଜଗତର ଆଗଧାଡିର ନାୟିକା ତମନ୍ନା ଭାଟିଆ ଏବେ କେତେଗୁଡିଏ କାରଣକୁ ନେଇ ଅଛନ୍ତି ଚର୍ଚ୍ଚାରେ। ତାଙ୍କ ଅଭିନୀତ ଓ୍ବେବ ସିରିଜ ଜି କରଦା ରିଲିଜ ହୋଇଯାଇଛି। ଏହାର ପ୍ରମୋଶନ ଇଣ୍ଟରଭ୍ୟୁରେ ବିଜୟ ବର୍ମାଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଅଫିସିୟାଲି ଘୋଷଣା କରିଛନ୍ତି। ଏବେ ତାଙ୍କ ଓ୍ବେବ ସିରିଜର କିଛି ସିନକୁ ନେଇ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ।

ଏହି ଓ୍ବେବ ସିରିଜରେ ଅଭିନେତ୍ରୀ ବୋଲ୍ଡ ଇଣ୍ଟିମେଟ ସିନ ଦେବା ସହ ଟପଲେସ ବି ହୋଇଛନ୍ତି। କୁହାଯାଏ ଏବେ ପର୍ଯ୍ୟନ୍ତ ତମନ୍ନା ସ୍କ୍ରିନରେ କିସ ମଧ୍ୟ କରି ନ ଥିଲେ। ଅଚାନକ ତାଙ୍କର ଏମିତି ବୋଲ୍ଟ ଅବତାରକୁ ଦର୍ଶକେ ହଜମ କରିପାରି ନାହାନ୍ତି। ଦର୍ଶକେ ଏହାକୁ ଚିପ ବୋଲି କହିଛନ୍ତି।
ତମନ୍ନାଙ୍କୁ ଓ୍ବେବ ସିରିଜ ଜି କରଦାରେ ଟପ ଲେସ ଅବତାରରେ ଦେଖିବା ପରେ ପ୍ରଶଂସକ ବିଗିଡି ଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରି ଟ୍ରୋଲ କରୁଛନ୍ତି। ୟୁଜର୍ସ ଲେଖିଛନ୍ତି ୨୦୧୬ରେ ସେ କିସ କରୁ ନ ଥିଲେ ଆଉ ଏବେ ଜି କରଦା ଓ ଲଷ୍ଟ ଷ୍ଟୋରିଜ ୨ରେ ଏମିତି ଚରିତ୍ର ସିଲେକ୍ଟ କରିଛନ୍ତି। ସୋସିଆଲ ମିଡିଆ ଅଭିନେତ୍ରୀଙ୍କ ପାଇଁ ନେଗେଟିଭ କମେଣ୍ଟସ ଲେଖିଛନ୍ତି। ଜଣେ ୟୁଜର ତାଙ୍କୁ ଟ୍ୟାଗ କରି କମେଣ୍ଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ତେଲଗୁ ଅଭିନେତ୍ରୀ ତମନ୍ନା ଭାଟିଆ ଏସଏସ ରାଜମୌଳିଙ୍କ ସହ ବାହୁବଳୀ ଭଳି ମୁଭିରେ କାମ କରିବା ପରେ ଏବେ ଲଷ୍ଟ ଷ୍ଟୋରିଜ ୨ରେ ସପ୍ଟ ପୋର୍ନ ପ୍ରାମୋଟ କରୁଛନ୍ତି। ଏମିତି ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।
ତମନ୍ନା ଭାଟିଆଙ୍କ ଓ୍ବେବ ସିରିଜ ଜି କରଦା ଆମଜନ ପ୍ରାଇମ ଭିଡିଓଜରେ ଲଞ୍ଚ ହୋଇସାରିଛି। ଏହାକୁ ଅରୁଣିମା ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଲଷ୍ଟ ଷ୍ଟୋରିଜ ପାଇଁ ଅଭିନେତ୍ରୀ ନୋ କିସ ପଲିସି ଭାଙ୍ଗି ଦେଇଛନ୍ତି। ଏଥିରେ ତାଙ୍କ ପ୍ରେମିକ ବିଜୟ ବର୍ମା ବି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri