Posted inଫୁରସତ

ଶାନ୍ତିରେ ଶୋଇବା ପାଇଁ ଏହି ବସ୍‌ରେ ଯାତ୍ରା କରନ୍ତି ଲୋକେ

ଯେଉଁ ଲୋକମାନେ ଚାପ ଯୋଗୁ ରାତିରେ ସଠିକ ଭାବେ ଶୋଇପାରୁ ନାହାଁନ୍ତି କିମ୍ବା ଯେଉଁମାନଙ୍କୁ ନିଦ ହେଉ ନାହିଁ, ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି। ହଂକଂରେ ଏଭଳି ଲୋକଙ୍କ ପାଇଁ ଏକ ସ୍ବତନ୍ତ୍ର ବସ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବସ ଯାତ୍ରା କୌଣସି ସ୍ଥାନକୁ ଯିବା ପାଇଁ ନୁହେଁ, ବରଂ ବସ ଭିତରେ ଆରାମଦାୟକ ପରିବେଶରେ ଶୋଇବା ପାଇଁ ବ୍ୟବସ୍ଥା କରାଯାଇଥାଏ। ଯାତ୍ରୀମାନେ ୫ ଘଣ୍ଟିଆ ବସ ଯାତ୍ରା ପାଇଁ ଟିକେଟ ନିଅନ୍ତି, କିନ୍ତୁ ସେମାନେ ଏହାକୁ କୌଣସି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବ୍ୟବହାର କରନ୍ତି ନାହିଁ ବରଂ ବସରେ ଶୋଇବା ପାଇଁ ବ୍ୟବହାର କରନ୍ତି। ଏହି ଡବଲ ଡେକର୍‌ ବସ ୫ ଘଣ୍ଟା ମଧ୍ୟରେ ୭୬ କିଲୋମିଟର ଅତିକ୍ରମ କରେ ଏବଂ ଯାତ୍ରୀମାନେ ଏହି ଦୀର୍ଘ ଯାତ୍ରା ସମୟରେ ଆରାମରେ ଶୋଇପାରୁଛନ୍ତି । ସାଧାରଣ ବସ୍‌ରେ ଆରାମରେ ଶୋଇଥିବା ଲୋକଙ୍କୁ ଦେଖିବା ଦ୍ୱାରା ଏହି ବସ ସେବା ଆରମ୍ଭ ହୋଇଛି।
ଏହି ଅଜବ ବସ ଯାତ୍ରା ଆରମ୍ଭ କରିଥିବା କମ୍ପାନୀ ଉଲୁ ଟ୍ରାଭେଲ୍ସର ମାର୍କେଟିଂ ଏବଂ ବିଜନେସ ଡେଭଲପମେଣ୍ଟ ମ୍ୟାନେଜର କେନେଥ କଙ୍ଗ କହିଛନ୍ତି ଯେ, ନୂଆ ନୂଆ ବସ ଯାତ୍ରା ଆରମ୍ଭ କରୁଥିଲି, ମୋର ଜଣେ ବନ୍ଧୁଙ୍କ ପୋଷ୍ଟ ଦେଖିଲି। ସେ ଲେଖିଥିଲେ ଚାପ ଯୋଗୁ ସେ ରାତିରେ ଭଲ ନିଦ ହୋଇପାରି ନ ଥିଲେ। ପରେ ବସ ଯାତ୍ରା ସମୟରେ ସେ ଶୋଇପଡିଥିଲେ। ଏହିଠାରେ ଆମେ ଏହି ନୂତନ ବସ ଯାତ୍ରା ପାଇଁ ଧାରଣା ପାଇଲୁ ବୋଲି ସେ କହନ୍ତି।
ଏହି ବସ ରେ ଯାତ୍ରା ପାଇଁ ଟିକେଟ ମୂଲ୍ୟ ୧୦୦୦ ରୁ ୩,୮୦୦ଟଙ୍କା ମଧ୍ୟରେ ରହିଛି। ଡେକ ଏବଂ ସିଟ ସ୍ଥିତିକୁ ଆଧାର କରି ଟିକେଟ ମୂଲ୍ୟ ନିର୍ଣ୍ଣୟ କରାଯାଏ। ଯାତ୍ରୀମାନେ ବସ୍‌ରେ ଭଲ ଶୋଇବା ପାଇଁ ସେମାନଙ୍କୁ ଆଇ ମାସ୍କ ଏବଂ ଇୟର ପ୍ଲଗ ମଧ୍ୟ ଯୋଗାଇ ଦିଆଯାଇଛି। ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଶୋଇଥିବା ବସ ଟୁରକୁ ଲୋକମାନେ ପସନ୍ଦ କରୁଛନ୍ତି। ଏହା ପୂର୍ବରୁ ଏହି ଯାତ୍ରା ପାଇଁ ସମସ୍ତ ଟିକେଟ ଅଳ୍ପ ସମୟ ମଧ୍ୟରେ ବିକ୍ରି ହୋଇଯାଇଥିଲା। ଏଥିରେ ଭ୍ରମଣ କରିବା ପାଇଁ ଲୋକମାନେ ଜୋତା ବଦଳରେ ଚପଲ ପିନ୍ଧି ଆସିଥିଲେ ଏବଂ ସେମାନଙ୍କ ସହିତ କମ୍ବଳ ଓ ତକିଆ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri