ଗ୍ରାମସଭାରେ ଗର୍ଜିଲେ ଜନତା: ପିଇଓ ଅନୁପସ୍ଥିତ, ବିକାଶ ନାଁରେ ପ୍ରହସନକୁ ନେଇ ସରପଞ୍ଚ ଓ ADEOଙ୍କୁ…

ଥୁଆମୂଳ ରାମପୁର, ୨୭|୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ଅବସରରେ ସୋମବାର ଅନୁଷ୍ଠିତ ଗ୍ରାମସଭାରେ ଏକ ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସରକାରୀ ଯୋଜନାରେ ବାଟମାରଣା, ଅଧିକାରୀ ଓ ସରପଞ୍ଚଙ୍କ ମନମୁଖୀ ଶାସନ ଏବଂ ବଜାର ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀମାନେ ସରପଞ୍ଚ ଓ ପ୍ରଶାସନକୁ ସିଧାସଳଖ ଜବାବ ମାଗିଛନ୍ତି । ବିଶେଷ କରି ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଟଙ୍କଧର ସାହୁଙ୍କ କ୍ରମାଗତ ଅନୁପସ୍ଥିତି ଏବଂ ଦାୟିତ୍ୱହୀନତାକୁ ନେଇ ସଭାରେ ଗର୍ଜନ କରିଛନ୍ତି ଜନସାଧାରଣ ।

ଅଭିଯୋଗ ଅନୁଯାୟୀ, ତହସିଲ କାର୍ଯ୍ୟାଳୟ ପାଖରେ ସରକାରୀ ଅନୁଦାନରେ ସାପ୍ତାହିକ ବଜାର ପିଣ୍ଡି ନିର୍ମିତ ହୋଇଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ସେଠାରେ ବଜାର ବସାଯାଉ ନାହିଁ । ଫଳରେ ବଜାରଟି ଏକ ବେସରକାରୀ ଓ ବିପଦପୂର୍ଣ୍ଣ ସ୍ଥାନରେ ବସୁଛି । ଏହାର ସୁଯୋଗ ନେଇ କିଛି ମୁଷ୍ଟିମୟ ଲାଭଖୋର ବ୍ୟକ୍ତି ଦୋକାନୀଙ୍କ ଠାରୁ ବେଆଇନ ଭାବେ ପଇସା ଆଦାୟ କରୁଛନ୍ତି, ଯେଉଁଥିରୁ ପଞ୍ଚାୟତକୁ କୌଣସି ରାଜସ୍ୱ ମିଳୁନାହିଁ । ସେହିପରି ବ୍ଲକ ମୁଖ୍ୟାଳୟ ହୋଇଥିଲେ ସୁଦ୍ଧା ପଞ୍ଚାୟତ କାର୍ଯ୍ୟାଳୟରେ କୌଣସି Display Board (ସୂଚନା ଫଳକ) ନାହିଁ କି ବସ୍ତି ଅଞ୍ଚଳରେ ଷ୍ଟ୍ରୀଟ୍ ଲାଇଟ୍ ଲାଗୁନାହିଁ । ଆଶ୍ଚର୍ଯ୍ୟର କଥା, ଜନବସତି ଥିବା ୱାର୍ଡରେ ଲାଇଟ୍ ନଥିବା ବେଳେ କିଛି ପରିତ୍ୟକ୍ତ “ଭୂତ କୋଠା” ମାନଙ୍କରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇ ଅର୍ଥର ଅପବ୍ୟୟ କରାଯାଉଛି । PEO ଟଙ୍କଧର ସାହୁ ତଲଝାପି ଓ ଥୁଆମୂଳ ରାମପୁର ଦୁଇଟି ପଞ୍ଚାୟତ ଦାୟିତ୍ୱରେ ଥିବା ବେଳେ ସେ ସର୍ବଦା ତଲଝାପିରେ ରହୁଥିବା ଏବଂ ମୁଖ୍ୟାଳୟ ପଞ୍ଚାୟତକୁ ଅବହେଳା କରୁଥିବା ଅଭିଯୋଗ ହୋଇଛି।

ଗ୍ରାମସଭା, ପଲ୍ଲୀସଭାରେ ସେ ଅନୁପସ୍ଥିତ ରହି ADEO ଏବଂ GRS ମାନଙ୍କୁ ଦାୟିତ୍ୱ ଦେଇ ନିଜେ ଖସି ଯାଉଛନ୍ତି। ଅପରପକ୍ଷରେ, ସରପଞ୍ଚ ବିଜୟା ମାଝୀ ଲୋକଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ଅଭିଯୋଗକାରୀ ବା ସାମ୍ବାଦିକଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିବା ଜଣାପଡିଛି । ଲୋକେ ସଭାରେ ସିଧାସଳଖ ଥୁଆମୂଳ ରାମପୁର ପାଇଁ ଜଣେ ସ୍ୱତନ୍ତ୍ର (Separate) PEO ନିଯୁକ୍ତି ପାଇଁ ଦୃଢ ଦାବି କରିଛନ୍ତି ।
ଜନସାଧାରଣଙ୍କ ପ୍ରଶ୍ନବାଣରେ ଅତିଷ୍ଠ ହୋଇ ଶେଷରେ ସରପଞ୍ଚ ବିଜୟା ମଜୁ ଓ ADEO ଚୂଡ଼ାମଣି ରାଉତଙ୍କ ଉପସ୍ଥିତିରେ ନିମ୍ନଲିଖିତ ବିଷୟଗୁଡ଼ିକ ରେଗୁଲେସନରେ ସ୍ଥାନ ପାଇଛି:
* ବଡ଼ ଖମନ ପଡ଼ାରେ ବିଦ୍ୟୁତ୍ ସଂଯୋଗ ଏବଂ ତାଲାବନ୍ଦ ପଡ଼ାରେ ନଳକୂପ ସ୍ଥାପନ।
* ବଞ୍ଚିତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଓ ବସ ଷ୍ଟାଣ୍ଡ ଶୌଚାଳୟ କାର୍ଯ୍ୟକ୍ଷମ।
* ବସୁଧା ଯୋଜନାର Switch Valve ରାସ୍ତା ମଝିରୁ ସ୍ଥାନାନ୍ତର।
* ଅବ୍ୟବହୃତ ପୋଖରୀକୁ ପୋତି ବସ୍ ଷ୍ଟାଣ୍ଡ ନିର୍ମାଣ କିମ୍ବା ସଂସ୍କାର କରିବା।
* ବ୍ଲକ ମୁଖ୍ୟାଳୟରେ JIO Network ଟାୱାର ସ୍ଥାପନ।
* ପଞ୍ଚାୟତର ଦୋକାନ ଘର ଭଡ଼ା ବୃଦ୍ଧି ଓ ନୂତନ ଦୋକାନ ଗୃହ ନିର୍ମାଣ।
* ମୁଖ୍ୟ ଫାଟକରେ ସୂଚନା ଫଳକ ଲଗାଇବା।
“ଯଦି ପୂର୍ବ ବର୍ଷର କାମ ସବୁ କାର୍ଯ୍ୟକାରୀ ହେଉନାହିଁ, ତେବେ ପ୍ରତିବର୍ଷ ଏହି ଗ୍ରାମସଭା କାହିଁକି କରାଯାଉଛି?” ବୋଲି ଉପସ୍ଥିତ ଜନସାଧାରଣ ପ୍ରଶ୍ନ କରିଛନ୍ତି। ଲୋକେ ଚଳିତ ବର୍ଷର କୌଣସି କାର୍ଯ୍ୟ ଖସଡ଼ା ଦେବାକୁ ମନା କରିବା ସହ ପ୍ରଥମେ ପୂର୍ବ କାର୍ଯ୍ୟର ହିସାବ ମାଗିଛନ୍ତି। ଆଜିର ଏହି ସଭାରେ ୱାର୍ଡ ସଭ୍ୟ, ଗାଁ ସାଥି ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରକାଶ ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି ନା ଏହା ମଧ୍ୟ ପୂର୍ବ ଭଳି ଚାପି ହୋଇ ରହିବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?