ମେଶିନ ଲଗାଇ ରାସ୍ତା କାମ, ଦାଦନ ଖଟୁଛନ୍ତି ଶ୍ରମିକ

ମାଲକାନଗିରି,୧୦ା୨(ଦୁର୍ଯ୍ୟୋଧନ ପାତ୍ର)-ଗରିବ ଓ ଅସହାୟଙ୍କୁ ବାର୍ଷିକ ଅନ୍ୟୁନ ଶହେ ଦିନ ରୋଜଗାର ଯୋଗାଇ ଦେବାକୁ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏମ୍‌ଜିଏନ୍‌ଆରଇଜିଏସ୍‌ ଭଳି ବହୁ ଯୋଜନା କରିଛନ୍ତି। ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରାଯାଇ ସୁଶାସନର ଆଶ୍ୱାସନା ମଧ୍ୟ ଦିଆଯାଉଛି ା ହେଲେ ବିଭିନ୍ନ ପ୍ରକଳ୍ପ ଓ ନିର୍ମାଣାଧିନ କାମରେ ଲୋକଙ୍କ ବଦଳରେ ମେଶିନ ଲଗାଇ ବେଆଇନ ଭାବେ ନିମ୍ନମାନର କାମ କରାଯାଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।

ଫଳରେ ବାଧ୍ୟ ହୋଇ ଅଞ୍ଚଳର ଲୋକେ କାମ ଧନ୍ଦା ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଏପରି ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଗୁମକା ପଞ୍ଚାୟତ ଏମ୍‌ପିଭି ୧୪ ଗ୍ରାମରୁ ନଦୀ ଘାଟ ରାସ୍ତା କାମ ବିନା ଫଳକରେ ଠିକାଦାର ମେଶିନ ଲଗାଇ ସାରି ଦେଇଛନ୍ତି। ଏହି ପ୍ରକଳ୍ପଟି ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଲୋକଙ୍କ ଦ୍ୱାରା କରାଯିବାକୁ ଥିବା ବେଳେ ଠିକାଦାରଙ୍କ ଦ୍ୱାରା ମେଶିନ ଲଗାଇ କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଇଛି। କେତେ ମାଟି ପକାଇ କାମଟି ସମ୍ପୂର୍ଣ୍ଣ ହୋଇଯାଇଥିବା କୁହାଯାଇଛି।

ପ୍ରକଳ୍ପ ଆଡ଼ରେ ପକାଯାଇଥିବା ଏହି ମାଟି ବର୍ଷାରେ ଧୋଇ ହୋଇଯିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମରେ କୌଣସି କାମ ଧନ୍ଧା ନ ପାଇ ଲୋକେ ଦାଦନ ଖଟିବାକୁ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼କୁ ଚାଲି ଯାଉଥିବା ବେଳେ ଗ୍ରାମରେ ତରବରିଆ ଭାବେ ଠିକାଦାରଙ୍କ ଦ୍ୱାରା ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରି ନ ଥିବାରୁ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଏହି ନିମ୍ନମାନର କାମର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଖଣି ବିଭାଗର ଚଢ଼ାଉ: ୩ ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି): ଖଣି ବିଭାଗ ଥୁଆମୂଳ ରାମପୁର ଅଞ୍ଚଳରେ ଚଢ଼ାଉ କରି ୩ ବାଲି ବୋଝେଇ ହାଇୱା ଜବତ କରିଛି। କଳାହାଣ୍ଡି ଖଣି…

ରାଇପାହାଡ଼ରେ ଆନ୍ଧ୍ର ନେତା: ଆନ୍ଧ୍ର ଯୋଜନାରେ ସାମିଲ ପାଇଁ ପ୍ରଲୋଭନ

ନନ୍ଦପୁର/ପାଡୁଆ,୬ା୨(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଗୋଲୁର ପଞ୍ଚାୟତ ରାଇପାହାଡ଼ ଗ୍ରାମରେ ଆନ୍ଧ୍ରପ୍ରଦେଶ ନେତାମାନେ ଗୁରୁବାର ବୈଠକ କରିଛନ୍ତି। ଆନ୍ଧ୍ରର…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri