ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ତାତିଲେ ଲୋକେ

ଉଦଳା, ୨୩।୪(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାରମ୍ବାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି। ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମେଡିକାଲ୍‌ ଅଫିସର ଏବଂ ଏସ୍‌ଡିଏମ୍‌ଓ।
ସ୍ଥାନୀୟ ଅଞ୍ଚଳର ରୂପାଇ ବାସ୍କେଙ୍କ ସ୍ତ୍ରୀ ଗୁରୁବାର ରକ୍ତଚାପ ଯୋଗୁ ସଂଜ୍ଞାହୀନ ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ରୂପାଇ ଶ୍ରୀଦାମଚନ୍ଦ୍ରପୁର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ନ ଥିଲେ। ଫଳରେ ଷ୍ଟାଫ୍‌ ନର୍ସମାନେ ରୂପାଇଙ୍କ ସ୍ତ୍ରୀଙ୍କ ଚିକିତ୍ସା କରିଥିଲେ। ଏନେଇ ଅସନ୍ତୋଷ ଆରମ୍ଭ ହୋଇଥିଲା। ବାରମ୍ବାର ଡାକ୍ତରଙ୍କ ଅନୁପସ୍ଥିତିକୁ ଲୋକେ ବିରୋଧ କରିଥିଲେ। ଶତାଧିକ ମହିଳା ପୁରୁଷ ଏକାଠି ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଘେରାଉ କରିବା ସହିତ ଡାକ୍ତରଖାନର ଇନଚାର୍ଜ ମେଡିକାଲ ଅଫିସର ବିଜୟ ମହାପାତ୍ରଙ୍କୁ ଅଟକ ରଖିଥିଲେ। ଫଳରେ ଡାକ୍ତରଖାନାରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ କପ୍ତିପଦା ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଶିବାନନ୍ଦ ମହାନ୍ତି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ହେଲେ ଲୋକେ ବୁଝିବା ପରିବର୍ତ୍ତେ ଏସ୍‌ଡିଏମ୍‌ଓଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଫିସ ଭିତରେ ତାଲା ମାରି ଦେଇଥିଲେ ା ଡାକ୍ତରଖାନାରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ୍‌ ମୁତୟନ ହୋଇଥିଲେ। ସିଡିଏମ୍‌ଓ ଘଟଣାସ୍ଥଳରେ ପହଞ୍ଚିବାକୁ ଗ୍ରାମବାସୀ ଦାବି କରିଥିଲେ। ହେଲେ ବାରିପଦାରୁ ଆଡିଶନାଲ ପବ୍ଲିକ ମେଡିକାଲ ଅଫିସର ଚାରୁବାଳା ମିଶ୍ରଙ୍କ ସହିତ ଏକ ଟିମ୍‌ ମେଡିକାଲ ପରିସରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହିତ ଖୁବ୍‌ଶୀଘ୍ର ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଡାକ୍ତରମାନଙ୍କୁ ରେଗୁଲାର ଡାକ୍ତରଖାନା ଆସିବା ଲାଗି ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦୀର୍ଘ ୪ ଘଣ୍ଟା ପରେ ଏସ୍‌ଡିଏମ୍‌ଓଙ୍କୁ ତାଲା ଖୋଲାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri