ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହେଲେ ବ୍ୟକ୍ତି ବିଶେଷ

ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ନବରଙ୍ଗପୁରଠାରେ ଜିଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲାପାଳ ମହେଶ୍ବର ସ୍ବାଇଁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ସମ୍ମୀଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ୨୭ଟି ପରେଡ଼ ଦଳ ସାମିଲ ହୋଇଥିଲେ। ଏଥିସହ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଚାରଣ କରି ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ ସହ ଭାରତୀୟ ସ୍ବାଧୀନତା
ସଂଗ୍ରାମରେ ନବରଙ୍ଗପୁର ଜିଲାର ଭୂମିକା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା, ବିଭିନ୍ନ ଉନ୍ନୟନ ପ୍ରକଳ୍ପ, ବିକାଶ ପାଇଁ ଆସିଥିବା ବିଭିନ୍ନ ପ୍ରକଳ୍ପର ଅନୁଦାନ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ସମାଜ କଲ୍ୟାଣ, ଶିକ୍ଷା, ପୌର ସଂସ୍ଥା, ଶ୍ରମ ବିଭାଗ, ଜଳଭିଭାଜିକା ଆଦି ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା ।
ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କୁ ନେଇ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସପି ମଡକର ସନ୍ଦୀପ ସମ୍ପଦ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦର୍ରାନ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ(ସାଧାରଣ), ବିଶ୍ୱଜିତ୍‌ ବର୍ମନ(ରାଜସ୍ବ), ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାରେ ୭୭ତମ ସାଧାରଣତନ୍ତ୍ର ଦିବସ: ତ୍ରିରଙ୍ଗା ଉତ୍ତୋଳନ କରି ବିଧାୟକ କହିଲେ ସ୍ବାଧୀନତା ସଂଗ୍ରାମୀଙ୍କୁ…

ପାଟଣା,୨୬ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସୋମବାର ପାଟଣା ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା…

ଅସ୍ତିତ୍ୱ ହରାଇଛି କାଞ୍ଜିଆହୁଦା, ସହର ରାସ୍ତା ପାଲଟିଛି ଗୁହାଳ

ପଟ୍ଟାମୁଣ୍ଡାଇ,୨୬ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ କାଞ୍ଜିଆହୁଦା ଯୋଜନା ପ୍ରହସନରେ ପରିଣତ ହୋଇଛି। ଦିନ ହେଉ କି ରାତି ସହରର ରାସ୍ତାଗୁଡ଼ିକ କାଞ୍ଜିଆହୁଦା ପାଲଟିଛି। ବିଭିନ୍ନ…

ଜଙ୍ଗଲ କିସମ ଜମି ପାକ୍ସରେ ଚାଷୀ ପଞ୍ଜୀକରଣରେ ବାଧକ, ସ୍ବଳ୍ପ ମୂଲ୍ୟରେ ଧାନ କିଣି ମାଲାମାଲ ଦଲାଲ ହେଉଛନ୍ତି

ମହାକାଳପଡ଼ା, ୨୬ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର ଖରିନାସି, ଜମ୍ବୁ, ରାମନଗର, ସୁନିତି ପଞ୍ଚାୟତ ସମେତ ଅନ୍ୟ ଅଞ୍ଚଳରୁ କେତେଜଣ ଧାନ…

ଛାତ୍ରୀଛାତ୍ର ଦେଶର ଭବିଷ୍ୟତ: ସାଧାରଣତନ୍ତ୍ର ଦିବସରେ ବିଶିଷ୍ଟ ବ୍ୟକ୍ତି ପୁରସ୍କୃତ

ଦାରିଙ୍ଗବାଡି,୨୬।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆ ଠାରେ ସୋମବାର ବ୍ଲଜ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବ୍ଲକ ପ୍ରଶାସନ…

କୋରାପୁଟରେ ଉଡ଼ିଲା ତ୍ରିରଙ୍ଗା, ଉପମୁଖ୍ୟମନ୍ତ୍ରୀ କହିଲେ ଭାରତ ଗଠନ ନେଇ ଜାତୀୟ ପତାକା ତଳେ ସମସ୍ତ…

କୋରାପୁଟ,୨୬ା୧(ଅମିତାଭ ବେହେରା): ସୋମବାର କୋରାପୁଟ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ପରେଡରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇ ଜାତୀୟ ପତାକା…

କେବେ ଘୁଞ୍ଚିବ କୋଟିଆ ଦୁଃଖ: ୭୮ ବର୍ଷ ପରେ ବି ଚିହ୍ନଟ ହୋଇନି ୩ ଭାଗ ରାଜସ୍ବ ଅଞ୍ଚଳ

ଭୁବନେଶ୍ୱର,୨୬ା୧(ରବିନାରାୟଣ ଜେନା):ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଥିଲେ ହେଁ ଏବେ ବି କୋରାପୁଟ ଜିଲା କୋଟିଆ ଅଞ୍ଚଳର ୩ ଭାଗ ସୀମା ଚିହ୍ନଟ ହୋଇପାରିନାହିଁ। କୋଟିଆର…

ଦୁଃଖଦ ଖବର: ଆମବସ୍‌ ଧକ୍କାରେ ଯୁବକ ମୃତ

ସମ୍ବଲପୁର,୨୬ା୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ତଳି ଛକରେ ଆମବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ପ୍ରେସ୍‌କ୍ଲବ କର୍ମଚାରୀ ଅନୁଗୋଳ ଜିଲା ଜରପଡ଼ା…

ପିଏମ୍‌ ଶ୍ରୀ ଉତ୍ସବରେ ଅର୍ଚ୍ଚିତାଙ୍କ ସଫଳତା

ଦିଗପହଣ୍ଡି, ୨୫।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କନିଶି ଗ୍ରାମ ପିଏମ୍‌ ଶ୍ରୀ ବାଲାଜୀ ବିଦ୍ୟାପୀଠରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri