ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହେଲେ ବ୍ୟକ୍ତି ବିଶେଷ

ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ନବରଙ୍ଗପୁରଠାରେ ଜିଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲାପାଳ ମହେଶ୍ବର ସ୍ବାଇଁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ସମ୍ମୀଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ୨୭ଟି ପରେଡ଼ ଦଳ ସାମିଲ ହୋଇଥିଲେ। ଏଥିସହ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଚାରଣ କରି ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ ସହ ଭାରତୀୟ ସ୍ବାଧୀନତା
ସଂଗ୍ରାମରେ ନବରଙ୍ଗପୁର ଜିଲାର ଭୂମିକା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା, ବିଭିନ୍ନ ଉନ୍ନୟନ ପ୍ରକଳ୍ପ, ବିକାଶ ପାଇଁ ଆସିଥିବା ବିଭିନ୍ନ ପ୍ରକଳ୍ପର ଅନୁଦାନ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ସମାଜ କଲ୍ୟାଣ, ଶିକ୍ଷା, ପୌର ସଂସ୍ଥା, ଶ୍ରମ ବିଭାଗ, ଜଳଭିଭାଜିକା ଆଦି ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା ।
ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କୁ ନେଇ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସପି ମଡକର ସନ୍ଦୀପ ସମ୍ପଦ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦର୍ରାନ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ(ସାଧାରଣ), ବିଶ୍ୱଜିତ୍‌ ବର୍ମନ(ରାଜସ୍ବ), ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରେଳଧାରଣାରେ ପଡ଼ିଛି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ମୃତଦେହ

ନନ୍ଦପୁର/ପାଡୁଆ,୧୩ା୩(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କୋତାବାଲସା-କିରାଣ୍ଡୁଳ କେ.କେ ରେଳପଥର ପାଡୁଆ ଷ୍ଟେଶନର ଅନତି ଦୂରରେ ଜଣେ ଯୁବକଙ୍କ ମୃତ ଶରୀର…

ପାଟ୍ଟଖଣ୍ଡା ମନ୍ଦିରର ଖୋଲିଲା ହୁଣ୍ଡି: ବାହାରିଲା ସୁନା-ରୁପା ସହ ଏତିକି ଟଙ୍କା

ଦାରିଙ୍ଗବାଡି,୧୩।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ମା’ ପଟ୍ଟାଖଣ୍ଡାଙ୍କ ପୀଠରେ ଗୁରୁବାର ହୁଣ୍ଡି ଖୋଲାଯାଇଛି। ଅନେକ ସମୟରେ ଶ୍ରଦ୍ଧାଳୁମାନେ ହୁଣ୍ଡିରେ ଦେଇଥିବା ଦାନ ଅର୍ଥ…

ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଜିଲାପାଳ, ନଦୀ ଉପରେ ହେବ…

ନନ୍ଦପୁର,୧୩ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଗତ ତା-୨୭.୨.୨୬ରେ ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ବାସୁକୀ ନଦୀପାର ହୋଇ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡ଼ା ଗ୍ରାମବାସୀଙ୍କୁ…

ଗ୍ୟାସ୍‌ ଯୋଗାଣରେ ସଙ୍କଟ: ଜଙ୍ଗଲରୁ କାଠ ସଂଗ୍ରହ ନ କଲେ ଜନଜାତିଙ୍କ ଚୁଲି ଜଳେ ନାହିଁ

ମହାକାଳପଡ଼ା, ୧୩ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଯୋଗୁ ପ୍ରାକୃତିକ ତୈଳ ଓ ଗ୍ୟାସ୍‌ ଆମଦାନୀରେ ସଙ୍କଟ ପ୍ରତିଫଳିତ ହେଉଛି।…

ପାରିବାରିକ କଳହର କରୁଣ ପରିଣତି, ବୃଦ୍ଧଙ୍କୁ ହତ୍ୟା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲାରେ ଦିନକୁ ଦିନ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଶୁକ୍ରବାର ସକାଳୁ ସକାଳୁ ଅତାବିରା ଥାନା ଅନ୍ତର୍ଗତ…

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ଜଣେ ଗୁରୁତର

ପାଟଣା,୧୩।୩(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ଫାଣ୍ଡି ଗଣ୍ଡବେଡା ଗ୍ରାମ ସ୍କୁଲ ନିକଟରେ ଗୁରୁବାର ଏକ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ…

କେନ୍ଦୁଝରରେ ଯୁଦ୍ଧର ପ୍ରଭାବ: ଗ୍ୟାସ୍‌ ପାଇଁ ରାସ୍ତାରୋକୋ କଲେ ଲୋକେ

କେନ୍ଦୁଝର,୧୩।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗ୍ୟାସ୍‌ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝର ସହର ଧାଙ୍ଗଡ ପଡ଼ାରେ ଲୋକେ ରାସ୍ତାରୋକୋ କରିଛନ୍ତି। ବୁକିଙ୍ଗ୍‌ କରି…

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସ୍‌ଆଇ, ଜଣେ ବ୍ୟବସାୟୀଙ୍କଠୁ…

ସୁନ୍ଦରଗଡ/ବଡଗାଁ,୧୩।୩(ଜୟ ନାରାୟଣ ମେଣ୍ଡୁଳି, ଅଶୋକ ଷଡ଼ଙ୍ଗୀ): ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏଏସ୍‌ଆଇ। ମଦ ଦୋକାନ ଚଳାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri