ପଟ୍ଟାଜମିରେ ଗୁଣ୍ଡାଗର୍ଦ୍ଦି, ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ

ବାଲିଗୁଡ଼ା,୪ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ଼ଠାରେ ଦୀର୍ଘବର୍ଷ ହେଲା ରହିଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜମି ଉପରେ କିଛି ଅସାମାଜିକ ବ୍ୟକ୍ତି ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଦି କରି ଜାଗା ଅକ୍ତିଆର ଘଟଣା ଏବେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୁରକ୍ଷା ପାଇଁ ପୋଲିସ ନିକଟରେ ଗୁହାରି କଲେ ବି କୌଣସି ସୁଫଳ ମିଳି ନ ଥିବାରୁ ଉପଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ।

ଘଟଣାରୁ ପ୍ରକାଶ ଯେ, କୁର୍ତ୍ତମଗଡ଼ ବଜାର ସାହିର ୫ଜଣଙ୍କ ଘର ପଛପଟେ ଥିବା ସେଟେଲମେଣ୍ଟ ପଟ୍ଟା ଜାଗାକୁ ସେହି ଗ୍ରାମର କିଛି ଅସାମାଜିକ ଲୋକ ଆସି ମାରଣାସ୍ତ୍ର ଧରି ଆମ ଜାଗା କହି ବାଡ଼ ଦେବା ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଉକ୍ତ ୫ ପରିବାର ତହସିଲଦାର ଓ ପୋଲିସର ଆଶ୍ରୟ ନେଇଥିଲେ। ତୁମୁଡ଼ିବନ୍ଧ ତହସିଲଦାରଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ ଓ ପୋଲିସ ପହଞ୍ଚିଥିଲେ। ରାଜସ୍ବ ନିରୀକ୍ଷକ ଏହି ଜାଗା ସେଟେଲମେଣ୍ଟ ପଟ୍ଟା ହୋଇଥିବା ଅସାମାଜିକ ବ୍ୟକ୍ତିମାନଙ୍କୁ ଜଣାଇଥିଲେ। ଏହା ସତ୍ତ୍ୱେ ସେମାନେ ନ ମାନି ପୁଣି ଜୋର ଜବରଦସ୍ତି ବାଡ଼ ଦେଇଥିଲେ। ତୁମୁଡିବନ୍ଧ ଥାନାଧିକାରୀ ସେହି ଅସାମାଜିକ ବ୍ୟକ୍ତିମାନଙ୍କୁ ସହଯୋଗ କରୁଥିବାରୁ ସେମାନେ ଦିନକୁ ଦିନ ଉଗ୍ର ହେଉଥିବା ନେଇ ଚିନ୍ତାରେ ବରିଷ୍ଠ ନାଗରିକଙ୍କ ପରିବାର ଅସହାୟ ମନେ କରି କୁର୍ତ୍ତମଗଡ଼ର କୁମୁଦ ଚନ୍ଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ୫ଜଣଙ୍କ ପରିବାର ବାଲିଗୁଡ଼ା ଉପଜିଲାପାଳ ମିସ୍‌. ମଧୁମିତାଙ୍କୁ ଭେଟି ସେମାନଙ୍କୁ ସୁରକ୍ଷା ଓ ସେମାନଙ୍କ ସେଟେଲମେଣ୍ଟ ପଟ୍ଟା ଜମିର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ମଧୁସ୍ମିତା ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଥାନା ଅଧିକାରୀ ସୁରକ୍ଷା ଦେବା ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଉଥିବାବେଳେ ଆଜି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୋଲିସ ଜମିଜମା ମାମଲାରେ କିଛି ସାହାଯ୍ୟ କରିପାରିବ ନାହିଁ। ପୋଲିସର ଏପରି ନିରବତା ନେଇ ନାନା ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri