ପାଟନାଳିରେ କୁମ୍ଭୀର, ଲୋକେ ଭୟଭୀତ

ପଟ୍ଟାମୁଣ୍ଡାଇ,୨୬ା୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବଳଦେବନଗର ଗ୍ରାମ ପାଖ ଏକ ପାଟନାଳିରେ ଗୁରୁବାର ସନ୍ଧ୍ୟାରେ କୁମ୍ଭୀର ଭାସୁଥିବା ଗ୍ରାମବାସୀ ଦେଖି ରାଜନଗର ବନ ବିଭାଗକୁ ଖବର ଦେଇଥିଲେ। ଶୁକ୍ରବାର ବନ ବିଭାଗ କର୍ମଚାରୀ ଆସି କୁମ୍ଭୀରକୁ ଧରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ସୂଚନାନୁସାରେ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବଳଦେବନଗର ଗ୍ରାମରେ ଅନେକ ଧାନ ବିଲରେ ଏବେ ପାଣି ଭରି ରହିଛି। ତେବେ ପାଟନାଳି ପାଖ ଧାନ ବିଲରେ ଗୁରୁବାର କିଛି ଲୋକ ଏକ କୁମ୍ଭୀରକୁ ଦେଖିବାକୁ ପାଇଥିଲେ। ପରେ ଗଁାରେ ଆତଙ୍କ ଖେଳି ଯାଇଥିଲା। ସନ୍ଧ୍ୟାରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ମହାକାଳପଡ଼ା ଫରେଷ୍ଟର ରାଜେଶ ପଟ୍ଟନାୟକଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍‌ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରକୁ ଧରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଅପରାହ୍ନ ୩ ଟା ପର୍ଯ୍ୟନ୍ତ କୁମ୍ଭୀରଟିର ଠାବ କରି ପାରି ନ ଥିଲେ। ପ୍ରକାଶଥାଉକି, ୩ ମାସ ମଧ୍ୟରେ କୁମ୍ଭୀର ଆକ୍ରମଣରେ କେନ୍ଦ୍ରାପଡ଼ା ଜିଲାରେ ୫ ଜଣଙ୍କ ଜୀବନ ଗଲାଣି। ଏଭଳି ସ୍ଥିତିରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କୁମ୍ଭୀର ଆତଙ୍କ ସାଧାରଣ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ରାଜନଗର ବନଖଣ୍ଡ ଅଧିକାରୀ ସୁଧାଂଶୁ ଗୋପୀନାଥ ଯାଦବଙ୍କୁ ଜଣାଇବାରେ କର୍ମଚାରୀ ୨ ଜଣଙ୍କୁ ରାତ୍ରୀ ପ୍ରହରା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

ମୁନିସିପେଣ୍ଠ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଆନ୍ଧ୍ରର ୩୦ ବିଡ଼ିଓ

ଛତ୍ରପୁର,୨୭।୩(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ୩୦ ଜଣିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଦର୍ଶନ କରିଛନ୍ତି। ଉପସ୍ଥିତ ଥିବା ଅତିଥିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri