ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଡ. ଯୁଧିଷ୍ଠିର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଆଇନଜୀବୀ ଅଶେଷ ନାଥ ମିଶ୍ର ନିମନ୍ତ୍ରିତ ଅତିଥିଭାବେ ମଞ୍ଚାସିନ ଥିଲେ। ସଂଘର ବରିଷ୍ଠ ସଦସ୍ୟା ସୁଷମା ପାଠୀ ସୁଲଳିତ କଣ୍ଠରେ କେନ୍ଦ୍ର ସରକାରଙ୍କ ଘୋଷିତ ଭାଲିଡେସନ ଆକ୍ଟ ବିରୋଧରେ ସଙ୍ଗୀତ ଗାନ କରିଥିଲେ। ସମ୍ପାଦକ କେ.ନାଗେଶର ରାଓ ଗତ ବୈଠକରେ ଗୃହୀତ ବିବରଣୀ ପାଠ କରିବା ସହ ସଂଘର ଆୟ ବ୍ୟୟ ରିପୋର୍ଟ ଉପସ୍ଥାପନ କରିଥିଲେ। ଗତ ୨୦୨୫ ମାର୍ଚ୍ଚ ୨୫ରେ କେନ୍ଦ୍ର ସରକାର ସଂସଦରେ ଅର୍ଥ ବିଲ ପାରିତ ସମୟରେ ତରବରିଆ ଭାବେ ଭାଲିଡେସନ ଆକ୍ଟ ପାରିତ କରାଇଥିଲେ।

ଦେଶର କୋଟି କୋଟି ପେନସନଭୋଗୀଙ୍କ ପେନସନ ବ୍ୟବସ୍ଥାକୁ ସଙ୍କୁଚିତ କରାଯିବା ସହ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ପାଇଁ ଏହି ଆକ୍ଟ ପ୍ରଣୟନର ଅସଲ ଉଦ୍ଦେଶ୍ୟ ବୋଲି ସଂଘର କର୍ମକର୍ତ୍ତା ବୃନ୍ଦ କହିଥିଲେ। କର୍ମଚାରୀ ଓ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ସଫଳତାର ସହ କାର୍ଯ୍ୟକାରୀ ସହ ୩୦ ରୁ ୩୫ ବର୍ଷ ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ସରକାରୀ ନିର୍ଦ୍ଦେଶନାମାକୁ ଅନୁପାଳନ କରିବାର ଏହା କଣ ପ୍ରତିଫଳନ ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି । ସମ୍ଭିଧାନର ୧୪ ଧାରା ପ୍ରକାରେ ପେନସନଭୋଗୀ ସମ୍ମାନର ସହ ବଞ୍ଚିବାର ଅଧିକାର ବୋଲି ଉଚ୍ଚତମ ନ୍ୟାୟାଳୟ ପୂର୍ବରୁ ଆଦେଶ ଦେଇଛନ୍ତି । ସରକାର ୨୦୨୬ ଜାନୁୟାରୀ ୧ ତାରିଖଠାରୁ ଅଷ୍ଟମ ବେତନ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି। ଯେଉଁମାନେ ୨୦୨୬ ଜାନୁୟାରୀ ୧ ତାରିଖ ପରେ ଅବସର ନେଇଥିବେ କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଉଲ୍ଲେଖ କରାଯାଇଛି। କମିଶନଙ୍କ ରିପୋର୍ଟ ଆସିବା ପୂର୍ବରୁ ସରକାର ଭାଲିଡେସନ ଆକ୍ଟ ୨୦୨୫ ଲାଗୁ କରି ପେନସନଭୋଗୀଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି। ସରକାରଙ୍କ ଇଚ୍ଛା ଉପରେ ପେନସନ ବ୍ୟବସ୍ଥା ନିର୍ଭର କରିବ।

ଏହା ପେନସନ ଭୋଗୀଙ୍କ ଅଧିକାର ନୁହେଁ ବୋଲି ସରକାର କହିଥିବାରୁ ଏହା ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ବୋଲି ସଭାରେ ମତପ୍ରକାଶ ପାଇଥିଲା। ସଂଘର ଉପସଭାପତି ସୁବାଷ ଚନ୍ଦ୍ର ପାଢୀ, ସହ ସମ୍ପାଦକ ଭବାନୀ ପ୍ରସାଦ ପାଢ଼ୀ, କାର୍ଯ୍ୟକର୍ତ୍ତା ପଦ୍ମଚରଣ ମେକାପ, ସୁଷମା ପାଠୀ, ଭାସ୍କର ପାଢ଼ୀ, ଜନାର୍ଦ୍ଦନ ପଣ୍ଡା, ବସନ୍ତ ପଟ୍ଟନାୟକ, ଗୌରହରି ପାତ୍ର, ଅମୂଲ୍ୟ ଦୋରା, ରାଜ କିଶୋର ଚୌଧୁରୀ ପ୍ରମୁଖ ସଂଘର ୪୩ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ପଦ୍ମଚରଣ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri