Posted inଖେଳ

ବଲ ଧରିବା ସମୟରେ ଟାୱେଲ ବ୍ୟବହାର କରିବାରୁ ୫ ରନ ପେନାଲ୍ଟି ,ଭିଡିଓ ଭାଇରାଲ…

ସିଡନୀ,୨୨।୧୧: ଅନ୍ତର୍ଜାତୀୟ ସ୍ତରରେ ଖେଳାଳିମାନେ ଖେଳର ସମସ୍ତ ନିୟମକୁ ଭଲ ଭାବରେ ବୁଝ ଖେଳୁଆଡ ମନୋବୃତ୍ତି ନେଇ ଖେଳିବେ ବୋଲି ଆଶା କରାଯାଇଥାଏ। କିନ୍ତୁ ବେଳେବେଳେ ସେମାନେ ପଡ଼ିଆରେ ଏପରି ଛୋଟ ପିଲାଙ୍କ ଭଳି କାର୍ଯ୍ୟ କରନ୍ତି ଯାହା ଦ୍ୱାାରା ଦଳକୁ କ୍ଷତି ସହିବାକୁ ପଡେ। ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ମହିଳା ଲିଗ ମହିଳା ବିଗ ବୈଶରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ବ୍ରିସବେନ ହିଟ ପାଇଁ ଅଂଶଗ୍ରହଣ କରୁଥିବା ଆମେଲିଆ କେରଙ୍କ କାରଣରୁ ତାଙ୍କ ଦଳକୁ ପାଞ୍ଚ ରନ ପେନାଲ୍ଟି ଦେବାକୁ ପଡିଥିଲା। କେବଳ ଏତିକି ନୁହେଁ, ଏହି ମ୍ୟାଚରେ ହିଟକୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ମଙ୍ଗଳବାର ବ୍ରିସବେନ ହିଟ ଏବଂ ସିଡନୀ ସିକ୍ସର୍ସ ମଧ୍ୟରେ ମହିଳା ବୈଶ ଲିଗ ୨୦୨୩ର ଏକ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ବ୍ରିସବେନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦିଷ୍ଟ ଓଭରରେ ସାତ ୱିକେଟ ହରାଇ ୧୭୬ରନ ସଂଗ୍ରହ କରିଥିଲା। ଏହି ସମ୍ମାନଜନକ ସ୍କୋରକୁ ଦଳ ନେବାରେ ଆମେଲିଆଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ୪୪ ବଲର ସମ୍ମୁଖୀନ ହୋଇ ସେ ୬୪ ରନର ଏକ ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିରେ ୧୦ ଟି ଚୌକା ଥିଲା। ୧୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଆସିଥିବା ସିଡନୀ ଦଳ ୬ ୱିକେଟରେ ଜିତିଥିଲା।

ତେବେ ଆମେଲିଆ କେର ପିଲାଙ୍କ ଭଳି ଭୁଲ କରିଥିଲେ। ସେ ଭୁଲ କରି ନ ଥିଲେ ତାଙ୍କ ଦଳ ହୁଏତ ମ୍ୟାଚ ଜିତିଥାନ୍ତା।

ତେବେ ଆମେଲିଆ କେର ପିଲାଙ୍କ ଭଳି ଭୁଲ କରିଥିଲେ। ସେ ଭୁଲ କରି ନ ଥିଲେ ତାଙ୍କ ଦଳ ହୁଏତ ମ୍ୟାଚ ଜିତିଥାନ୍ତା। ଗାର୍ଡନର୍‌ ଏକ ବଲକୁ ଲଗଅନ ଆଡକୁ ଖେଳି ଥିଲେ। ଗାର୍ଡନର୍‌ ଦ୍ୱିତୀୟ ରନ ପାଇଁ ଟର୍ନ କରିବା ପୂର୍ବରୁ ଫିଲ୍ଡର ଶୀଘ୍ର ବଲକୁ ଆମେଲିଆଙ୍କ ପାଖକୁ ଫିଙ୍ଗି ଦେଇଥିଲେ। ଏହିଠାରେ ସେ ଏକ ଭୁଲ କରିଥିଲେ ।

ସେ ବଲ ଧରିବା ସମୟରେ ହାତରେ ଏକ ଛୋଟ ଟାୱେଲ ଧରିଥିଲେ। ନିୟମ ଅନୁଯାୟୀ, ଫିଲ୍ଡିଂ କରିବା ସମୟରେ, ହାତରେ କିଛି ରହିବା କଥା ନୁହେଁ। ଆମେଲିଆଙ୍କ ଏହି ଭୁଲ ଯୋଗୁଁ ଦଳକୁ ପାଞ୍ଚ ରନ ପେନାଲ୍ଟି ଲାଗିଥିଲା।

ଯଦି ଏହି ପାଞ୍ଚ ରନ ରହିଥାନ୍ତା, ତାଙ୍କ ଦଳ ହୁଏତ ମ୍ୟାଚ ଜିତିଥାନ୍ତେ । କାରଣ ଏହି ମ୍ୟାଚରେ ବିରୋଧୀ ଦଳ କେବଳ ଗୋଟିଏ ବଲ ବାକି ରହି ଜିତିବାକୁ ସକ୍ଷମ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri