ଧୂଳିଧୂଆଁରେ ପଥଚାରୀ ନୟାନ୍ତ:ଖୋଲାଖୋଲି ଆଇନ ଉଲଙ୍ଘନ କରୁଛି ଠିକାସଂସ୍ଥା

ଥୁଆମୂଳ ରାମପୁର,୧୮।୨(ଦୁର୍ଗା କୀର୍ତ୍ତି): ରାସ୍ତା ନବୀକରଣ ଓ ପ୍ରଶସ୍ତି କରଣ ଠିକାସଂସ୍ଥା ଭାରୀଯାନ ଚଳାଚଳ ଧୂଳିଆ ପରିବେଶ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ବାୟୁ ଓ ଜଳ ପ୍ରଦୂଷଣ ଆଇନକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରୁଛି ଠିକାସଂସ୍ଥା। ରାସ୍ତା ନବୀକରଣ ଓ ପ୍ରସସ୍ଥି କରଣ କାର୍ଯ୍ୟରେ ଠିକାସଂସ୍ଥା ହାଓ୍ବାଇ ଟ୍ରାକ୍ଟର ଓ ଗାଡ଼ିମଟର ଯାହାଫଳରେ ଧୂଳିମାଟି ପବନରେ ଉଡି ବାୟୁମଣ୍ଡଳକୁ ପ୍ରଦୂଷଣ କରିଚାଲିଛି। ଏହାଦ୍ବାରା ଅନେକ ବାଟୋଇ ଓ ଅନ୍ୟାନ୍ୟ ଗାଡିମଟର ଚଳାଚଳରେ ଅସୁବିଧା ସୃଷ୍ଟି କରୁଥିବା ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁରର ଗୁଣପୁର ଠାରୁ ଡୁମେରପଦର ଓ ଗୋପୀନାଥପୁରକୁ ସଂଯୋଗ କରୁଥିବା ରାସ୍ତାରେ।
ସେହିପରି ଥୁଆମୁଳ ରାମପୁର ମହୁଲପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ। ଠିକାସଂସ୍ଥାଙ୍କ ଭାରିଯାନ ଚାଲିବା ଦ୍ବାରା ଧୂଳିମାଟି ପବନରେ ଉଡି ବାୟୁମଣ୍ଡଳକୁ ଦୂଷିତ କରୁଥିବା ବେଳେ ଜନସାଧାରଣଙ୍କ ଜୀବନ ଉପରେ ତାହାର କୁପ୍ରଭାବ ପଡୁଛି। ରାସ୍ତାରେ ଛାତ୍ରୀଛାତ୍ର, ଅନ୍ୟାନ୍ୟ ବାଟୋଇମାନେ ଧୂଳିଧୂସର ପରିବେଶରେ ନୟାନ୍ତ ହେଉଛନ୍ତି। ଏହାଛଡା ଥୁଆମୁଳ ରାମପୁର ସଦର ମହକୁମାଠାରେ ବିଶେଷ କରି ଅଧିକ ଧୂଳିମାଟି ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ଏବଂ ଘର ଗୁଡିକରେ ଅଧିକ ଏହାର ପ୍ରଭାବ ପଡୁଛି। ଠିକାସଂସ୍ଥା ଏହି ରାସ୍ତା ଉପରେ ପାଣି ଢାଳିବା ବଦଳରେ ଚୂପଚାପ ରହିଁବା ଘଟଣାକୁ ନେଇ ଜନ ଅସନ୍ତୋଷ ଉଦବେଗ ଜନକ ହେଉଅଛି।
ଏହା ଛଡ଼ା ଭବାନୀପାଟଣା, ରାୟଗଡାକୁ ଚଳପ୍ରଚଳ ଯାତ୍ରୀବାହୀ ବସରେ ଯିବା ଆସିବା କରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଦିଗରେ ସ୍ଥାନୀୟ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନେ ନୀରବ ରହିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ପାଲଟିଛି।
ଏପରି ଏହି ରାସ୍ତା ନିର୍ମାଣରେ ନିମ୍ନମାନ ହେଉଥିବା ଅଭିଯୋଗ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ଠିକାସଂସ୍ଥା କର୍ମଚାରୀ ଖାତିରି କରୁ ନ ଥିବା ଆହୁରି ସନ୍ଦେହ ଘନୀଭୂତ ହେଉଥିବା ଜଣାପଡିଛି। ଏଦିଗରେ ଠିକାସଂସ୍ଥା ଯଦି ଦୃଷ୍ଟି ନ ଦିଏ ତେବେ ରାସ୍ତା ଅବରୋଧ କରାଯିବ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri