Categories: ଫୁରସତ

ବାଘକୁ ଚକମା ଦେଇ ଚାଲିଗଲା ମୟୂର, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବାଘକୁ ଦେଖିବାକୁ ମିଳୁଛି। ବାଘଟି ଶୋଇଥିବା ବେଳେ ମୟୂର ତା ଆଗରେ ପର ହଲାଇ ନାଚୁଛି। ଆଉ ବାଘଟି ଦୌଡ଼ି ଆସିବାରୁ ସେ ତାକୁ ଚକମା ଦେଇ ଉଡ଼ିଯାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share