Posted inଫୁରସତ

ଶାନ୍ତିଦୂତ ମଣ୍ଡେଲା

ନେଲ୍‌ସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଅର୍ଥାତ୍‌ ମଣ୍ଡେଲା ଦିବସ ହେଉଛି ନେଲ୍‌ସନ ମଣ୍ଡେଲାଙ୍କ ସମ୍ମାନାର୍ଥେ ବାର୍ଷିକ ଅନ୍ତର୍ଜାତୀୟ ଦିନ, ଯାହା ପ୍ରତିବର୍ଷ ୧୮ ଜୁଲାଇ ଶାନ୍ତିଦୂତ ମଣ୍ଡେଲାଙ୍କ ଜନ୍ମଦିନରେ ପାଳନ କରାଯାଇଥାଏ। ମିଳିତ ଜାତିସଂଘ ପକ୍ଷରୁ ନଭେମ୍ବର ୨୦୦୯ ମଣ୍ଡେଲାଙ୍କ ୯୧ତମ ଜନ୍ମଦିନରେ ଏହି ଦିବସ ପାଳନ ଲାଗି ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଥିଲା। ଏହି ଦିବସ ପ୍ରଥମେ ୧୮ ଜୁଲାଇ ୨୦୧୦ରେ ଆୟୋଜିତ ହୋଇଥିଲା।
୨୭ ଏପ୍ରିଲ ୨୦୦୯ରେ ନେଲ୍‌ସନ ମଣ୍ଡେଲା ଫାଉଣ୍ଡେଶନ ଗଠନ କରାଯାଇଥିଲା। ମଣ୍ଡେଲା ଦିବସ ଏକ ସାଧାରଣ ଛୁଟି ଭାବରେ ନୁହେଁ, ବରଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲାଙ୍କ ସମାଜ ସେବା ମାଧ୍ୟମରେ ତାଙ୍କର ମୂଲ୍ୟବୋଧକୁ ସମ୍ମାନିତ କରିବାର ଦିନ ଭାବରେ ଉଦ୍ଦିଷ୍ଟ।
ମଣ୍ଡେଲା ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଆହ୍ବାନ, ଯାହାକି ଏହି ଧାରଣାକୁ ପ୍ରୋତ୍ସାହିତ କରେ ପ୍ରତ୍ୟେକ ବ୍ୟକ୍ତିଙ୍କର ବିଶ୍ୱକୁ ପରିବର୍ତ୍ତନ କରିବାର ଶକ୍ତି ଅଛି। ତେବେ ଏହାର ପ୍ରଭାବକୁ ବ୍ୟାପକ କରିବା ଜରୁରୀ।
ମଣ୍ଡେଲା ୬୭ ବର୍ଷ ଧରି ସାମାଜିକ ନ୍ୟାୟ ପାଇଁ ସଂଗ୍ରାମ କରିଥିଲେ। ୨୦୧୪ ରେ ମିଳିତ ଜାତିସଂଘର ସାଧାରଣ ସଭା ନେଲ୍‌ସନ ମଣ୍ଡେଲା ପୁରସ୍କାର ପ୍ରତିଷ୍ଠା କରିଥିଲା। ମାନବିକତାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିବିଶେଷଙ୍କଙ୍କ ସଫଳତାକୁ ସ୍ବୀକୃତି ଦେବାକୁ ଏହି ପୁରସ୍କାର ଉଦ୍ଦିଷ୍ଟ। ନେଲ୍‌ସନ ୧୮ ଜୁଲାଇ ୧୯୧୮ରେ ଜନ୍ମ ଗ୍ରହଣ କରିଥିଲେ। ୫ ଡିସେମ୍ବର ୨୦୧୩ରେ ତାଙ୍କର ପରଲୋକ ଘଟିଥିଲା। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟ ଭାବେ ୧୯୯୪ରୁ ୧୯୯୯ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ।
ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ଶାସନକାଳ ମଧ୍ୟରେ ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା। ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଅନ୍ତର୍ଜାତୀୟ ପଦବୀ ଭାବେ ‘ନନ-ଆଲାଇନଡ ମୁଭମେଣ୍ଟ’ର ସାଧାରଣ-ସଚିବ ଭାବେ ୧୯୯୮ରୁ ୧୯୯୯ ପାଇଁ ସେ କାର୍ଯ୍ୟରତ ଥିଲେ ।
ସମ୍ପ୍ରଦାୟର ଥେମ୍ବୁ ରାଜପରିବାରରେ ଜନ୍ମ ଗ୍ରହଣ କରି ମଣ୍ଡେଲା ଫୋର୍ଟ ହାରେ ବିଶ୍ୱବିଦ୍ୟାଳୟ ଓ ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା ଗ୍ରହଣ କରିଥିଲେ। ଜୋହାନ୍ସବର୍ଗରେ ରହିବା ସମୟରେ ଔପନିବେଶ ବିରୋଧୀ ରାଜନୀତିରେ ଅଂଶଗ୍ରହଣ କରି ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ଓ ଏହାର ଯୁବ ସଂଘର ପ୍ରତିଷ୍ଠାତା ସଭ୍ୟ ଥିଲେ। ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ସମୟରେ ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ଓ ଜାତୀୟ କଂଗ୍ରେସ ନେତା ଭାବେ ୧୯୫୫ରୁ ୧୯୬୧ ଯାଏ ଦେଶଦ୍ରୋହ ମାମଲାରେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ଶେଷରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ଯଦିଓ ଆନ୍ଦୋଳନ ଆରମ୍ଭରେ ସେ ଅହିଂସା ନୀତିରେ ବିଶ୍ୱାସ ରଖିଥିଲେ; କିନ୍ତୁ ସାଉଥ ଆଫ୍ରିକାନ କମ୍ୟୁନିଷ୍ଟ ପାର୍ଟି ସହ ମିଶି ୧୯୬୧ରେ ‘ଉମଖୋନ୍ତ ୱେ ସିଜୱେ’ ନାମରେ ଏକ ସଶସ୍ତ୍ର ବାହିନୀ ଗଠନ କରି, ସରକାର ବିରୋଧରେ ବହୁ ବୋମାମାଡ଼ର ନେତୃତ୍ୱ ନେଇଥିଲେ।
୧୯୬୨ ମସିହାରେ ଗଣସଂହାର ଓ ଅନ୍ତର୍ଘାତୀ କାର୍ଯ୍ୟପାଇଁ ଦୋଷୀ ସାବ୍ୟସ୍ତ ହୋଇ ରିଭିନିଆ ଶୁଣାଣିରେ ଆଜୀବନ କାରାବାସ ଦଣ୍ଡ ପାଇଥିଲେ।
ରଙ୍ଗଭେଦ ନୀତି ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ କାଳ ରୋବେନ ଦ୍ୱୀପର କାରାଗାର, ପୋଲ୍ସମୁର କାରାଗାର ଓ ଭିକ୍ଟର ଭର୍ଷ୍ଟର କାରାଗାରରେ ବିତାଇଥିଲେ। ତାଙ୍କୁ ମୁକ୍ତ କରିବା ପାଇଁ ଅନ୍ତର୍ଜାତିକ ଚାପ ବଢ଼ିବାରୁ ୧୯୯୦ରେ ମୁକ୍ତି ପାଇଥିଲେ।
ସେ ରାଷ୍ଟ୍ରପତି ଥିବା ସମୟରେ ନୂତନ ସମ୍ବିଧାନ ପ୍ରଣୟନ କରିଥିଲେ ଓ ବିତି ଯାଇଥିବା ମାନବଧିକାର ଉଲ୍ଲଙ୍ଘନର ତଦନ୍ତ ପାଇଁ ‘ଟ୍ରୁଥ ଏଣ୍ଡ ରିକୋନସିଲିଏଶନ କମିଶନ’ ଗଠନ କରିଥିଲେ। ପୂର୍ବ ସରକାରଙ୍କ ଉଦାରବାଦୀ ଅର୍ଥନୈତିକ ନୀତିକୁ ଅନୁସରଣ କରି ଜମି ସୁଧାର ନିୟମକୁ ପ୍ରୋତ୍ସାହନ, ଦାରିଦ୍ର୍ୟ ଦୂରୀକରଣ ଓ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତୀକରଣ ପାଇଁ ଧ୍ୟାନ ଦେଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ଲିବ୍ୟା ଓ ସଂଯୁକ୍ତ ରାଜ୍ୟଗୋଷ୍ଠୀର ‘ପ୍ୟାନ ଆମ ଫ୍ଲାଇଟ ୧୦୩ ବମ୍ବିଙ୍ଗ ଟ୍ରାଏଲ’ ବୁଝାମଣାରେ ମଧ୍ୟସ୍ଥ ଭାବେ ଓ ଲେସୋଥୋରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନର ସମାଧାନ କରିଥିଲେ ।
ରାଷ୍ଟ୍ରପତି ପଦ ପାଇଁ ଦ୍ୱିତୀୟ ବାର ନିର୍ବାଚନ ନ ଲଢ଼ି ନେଲସନ ମଣ୍ଡେଲା ଫାଉଣ୍ଡେଶନ ଦ୍ୱାରା ଦାରିଦ୍ର୍ୟ ତଥା ଏଚଆଇଭି/ଏଡ୍‌ସ ଦୂରୀକରଣ ପାଇଁ ଅନେକ ସମାଜସେବା କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ସାରା ଜୀବନ ସେ ଏକ ବିତର୍କିତ ବ୍ୟକ୍ତିତ୍ୱ ଭାବେ ପରିଚିତ, ଏପରିକି ଉଗ୍ରବାଦୀମାନେ ତାଙ୍କୁ ଆତଙ୍କବାଦୀ ଓ ସାମ୍ୟବାଦର ଚାକର ବୋଲି ଆଖ୍ୟା ଦେଇଥିଲେ। ଏସବୁ ସତ୍ତ୍ୱେ ମଧ୍ୟ ଔପନିବେଶ ବିରୋଧୀ ଆନ୍ଦୋଳନ ରଙ୍ଗଭେଦ ନୀତିର ବିରୋଧ ପାଇଁ ତାଙ୍କୁ ଅନେକ ଅନ୍ତର୍ଜାତୀୟ ପ୍ରତିଷ୍ଠା ମିଳିଛି। ୧୯୯୩ରେ ନୋବେଲ ଶାନ୍ତି ପୁରସ୍କାର, ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ବେସାମରିକ ‘ପ୍ରେସିଡେନସିଆଲ ମେଡାଲ ଅଫ୍‌ ଫ୍ରିଡମ”, ରୁଷିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍‌ ଲେନିନ’, ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ସହିତ ୨୫୦ରୁ ଉର୍ଦ୍ଧ୍ୱ ସମ୍ମାନ ଓ ପୁରସ୍କାରରେ ମଣ୍ଡେଲା ସମ୍ମାନିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାରେ ମଣ୍ଡେଲା ବହୁ ସମ୍ମାନାସ୍ପଦ ବ୍ୟକ୍ତିତ୍ୱ ଏବଂ ନିଜର ଯୋସା ନାମ ‘ମାଦିବା’ ବା ‘ତାତା’, ଯାହାର ଆକ୍ଷରିକ ଅର୍ଥ ପିତା, ସେ ‘ଜାତିର ପିତା’ ଓ ‘ଦକ୍ଷିଣ ଆଫ୍ରିକାର ଗାନ୍ଧୀ’ ଭାବେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri