ପିସିସି ସଭାପତି ମିଛରେ କରାଯାଉଛି ବଦନାମ: କଂଗ୍ରେସ ପକ୍ଷରୁ ବିକ୍ଷୋଭ

କେନ୍ଦୁଝର,୨୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):ଏବେ ନୂଆପଡାରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି କଂଗ୍ରେସ ଦଳ ଭଲ ଲଢେଇ କରୁଛି। ପ୍ରଦେଶ କଂଗ୍ରେସର ସଭାପତି ଭକ୍ତ ଚରଣ ଦାସ ଦଳବଳ ଧରି ଜୋରଦାର କସରତ କରୁଛନ୍ତି। ତେବେ ଏହି ମଉକାରେ କିଛି ଟାଉଟର ତାଙ୍କୁ ଓ ରାଜ୍ୟ କଂଗ୍ରେସକୁ ମିଛରେ ବଦନାମ କରିବାକୁ ହୀନ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରି କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲା ସଭାପତି ମନୋଜ କୁମାର ଜେନାଙ୍କ ଆହ୍ବାନ କ୍ରମେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ରାଲି କରି ଟାଉନ ଥାନା ଅଧିକାରୀଙ୍କୁ ଏକ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଏହି ମାସ ୧୫ ତାରିଖ ପରଠାରୁ ପିସିସି ସଭାପତି ନୂଆପଡ଼ା ଠାରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାବେଳେ ଏକ ୱେବ ଚାନେଲ ବିନା ତଥ୍ୟ ପ୍ରମାଣରେ ମନଗଢା ଖବର ପ୍ରସାରଣ କରି ତାଙ୍କୁ ଓ ଦଳକୁ ବଦନାମ ଲାଗି ଉଦ୍ୟମ କରାଯାଉଛି ଯାହା ଏକ ସାଇବର ଅପରାଧ। ଏହି ମିଛ ଖବର ପ୍ରସାରଣ କରି ଉପନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଉଛନ୍ତି। ବିନା ପ୍ରମାଣରେ ଏପରି ଖବର ପ୍ରସାରଣ ଲାଗି ତାଙ୍କୁ ତୁରନ୍ତ ଗିରଫ କରିବା ସହ ୱେବ ଚାନେଲକୁ ବନ୍ଦ କରିବାକୁ କେନ୍ଦୁଝର କଂଗ୍ରେସ ଦାବି କରିଛି।

ସେହିପରି ଅଜୟ ପଣ୍ଡା ନାମକ ବ୍ୟକ୍ତି ନିଜକୁ କଂଗ୍ରେସ କର୍ମୀ ବୋଲି ମିଥ୍ୟାରେ କହି ପିସିସି ସଭାପତିଙ୍କ ନାମରେ ଅନେକ ବାଜେ କଥା ନିଜ ସୋସିଆଲ ମିଡ଼ିଆର ଫେସବୁକ ଆକାଉଣ୍ଟରେ ଲେଖି ଚାଲିଛନ୍ତି, ଯାହା ପିସିସି ସଭାପତିଙ୍କ ସମ୍ମାନ ଉପରେ ଆଞ୍ଚ ଆଣୁଛି। ପୁଣି ଜଣେ ଯାତ୍ରା ପାର୍ଟି ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁ ଜବରଦସ୍ତି କଂଗ୍ରେସ ଦଳରେ ମିଶିବେ ବୋଲି ଆସି ରାଜ୍ୟ କଂଗ୍ରେସ ଭବନ ଫାଟକ ଦ୍ୱାରେ ଝାମେଲା କରିଥିଲେ। ନାଣ୍ଡୁ ବାବୁଙ୍କ ଅପରାଧ ରେକର୍ଡ ଦେଖି ତାଙ୍କୁ ପିସିସି ସଭାପତି ଶ୍ରୀଭକ୍ତ ଚରଣ ଦାସ ଦଳରେ ନେବାକୁ ସ୍ପଷ୍ଟ ମନା କରିଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନ ଚାଲିଥିବା ବେଳେ ଉକ୍ତ ନାଣ୍ଡୁ କଂଗ୍ରେସ ଦଳରେ ମିଶି ନ ପାରି ପିସିସି ସଭାପତିଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି। ସମ୍ପୃକ୍ତ ୱେବ ଚାନେଲ ଏହି ସବୁ ଲୋକଙ୍କୁ ନେଇ ମନ୍ଦ ଉଦ୍ଦେଶ୍ୟ ରଖି ପିସିସି ସଭାପତି ଓ କଂଗ୍ରେସ ଦଳକୁ ବଦନାମ ଉଦ୍ୟମ ଆଉ ବରଦାସ୍ତ ନ ହେବାରୁ ଆଜି ଏହି ଏତଲା ଦିଆଯାଇଛି ବୋଲି କୁହାଯାଇଛି।
ଆଜି କଂଗ୍ରେସ ଭବନରୁ ଅନେକ ନେତା କର୍ମୀ ଅନେକ ମହିଳାଙ୍କ ସହ ଏକଜୁଟ ହୋଇ ବିଭିନ୍ନ ସ୍ଲୋଗାନ ବଜାର ପରିକ୍ରମା କରି ଟାଉନ ଥାନାର ଅଧିକାରୀଙ୍କୁ ଏହି ଏତଲା ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଆଜି ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପିସିସି ସାଧାରଣ ସମ୍ପାଦକ ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର,ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ,ଉତ୍ତମ ସାହୁ,ରତ୍ନାକର ଜେନା, ଦିଲୀପ କୁମାର ସାହୁ,ସୌମ୍ୟ ରଞ୍ଜନ ରାଉତ,ସୁଢଳ କୁମାର ସେଠୀ,ରଘୁନାଥ ପାତ୍ର, କ୍ଷୀରୋଦ ପାତ୍ର, ପୂର୍ଣ୍ଣ ଦାସ, ଆର୍ତ୍ତ ଦାସ, ଦିନେଶ ରାଉତ ଆଦି ଯୋଗ ଦେଇ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସୋମନାଥ ରଥ ଶିକ୍ଷାର ବିକାଶ କରିଥିଲେ, ଜଟିଳ ଶିକ୍ଷା ପ୍ରକ୍ରିୟାରୁ ବାହାରି ଆଗକୁ ବଢ଼ିବାକୁ ପଡିବ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧକ୍ଷ…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri