ପିସିସି ସଭାପତି ମିଛରେ କରାଯାଉଛି ବଦନାମ: କଂଗ୍ରେସ ପକ୍ଷରୁ ବିକ୍ଷୋଭ

କେନ୍ଦୁଝର,୨୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):ଏବେ ନୂଆପଡାରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି କଂଗ୍ରେସ ଦଳ ଭଲ ଲଢେଇ କରୁଛି। ପ୍ରଦେଶ କଂଗ୍ରେସର ସଭାପତି ଭକ୍ତ ଚରଣ ଦାସ ଦଳବଳ ଧରି ଜୋରଦାର କସରତ କରୁଛନ୍ତି। ତେବେ ଏହି ମଉକାରେ କିଛି ଟାଉଟର ତାଙ୍କୁ ଓ ରାଜ୍ୟ କଂଗ୍ରେସକୁ ମିଛରେ ବଦନାମ କରିବାକୁ ହୀନ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରି କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲା ସଭାପତି ମନୋଜ କୁମାର ଜେନାଙ୍କ ଆହ୍ବାନ କ୍ରମେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ରାଲି କରି ଟାଉନ ଥାନା ଅଧିକାରୀଙ୍କୁ ଏକ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଏହି ମାସ ୧୫ ତାରିଖ ପରଠାରୁ ପିସିସି ସଭାପତି ନୂଆପଡ଼ା ଠାରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାବେଳେ ଏକ ୱେବ ଚାନେଲ ବିନା ତଥ୍ୟ ପ୍ରମାଣରେ ମନଗଢା ଖବର ପ୍ରସାରଣ କରି ତାଙ୍କୁ ଓ ଦଳକୁ ବଦନାମ ଲାଗି ଉଦ୍ୟମ କରାଯାଉଛି ଯାହା ଏକ ସାଇବର ଅପରାଧ। ଏହି ମିଛ ଖବର ପ୍ରସାରଣ କରି ଉପନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଉଛନ୍ତି। ବିନା ପ୍ରମାଣରେ ଏପରି ଖବର ପ୍ରସାରଣ ଲାଗି ତାଙ୍କୁ ତୁରନ୍ତ ଗିରଫ କରିବା ସହ ୱେବ ଚାନେଲକୁ ବନ୍ଦ କରିବାକୁ କେନ୍ଦୁଝର କଂଗ୍ରେସ ଦାବି କରିଛି।

ସେହିପରି ଅଜୟ ପଣ୍ଡା ନାମକ ବ୍ୟକ୍ତି ନିଜକୁ କଂଗ୍ରେସ କର୍ମୀ ବୋଲି ମିଥ୍ୟାରେ କହି ପିସିସି ସଭାପତିଙ୍କ ନାମରେ ଅନେକ ବାଜେ କଥା ନିଜ ସୋସିଆଲ ମିଡ଼ିଆର ଫେସବୁକ ଆକାଉଣ୍ଟରେ ଲେଖି ଚାଲିଛନ୍ତି, ଯାହା ପିସିସି ସଭାପତିଙ୍କ ସମ୍ମାନ ଉପରେ ଆଞ୍ଚ ଆଣୁଛି। ପୁଣି ଜଣେ ଯାତ୍ରା ପାର୍ଟି ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁ ଜବରଦସ୍ତି କଂଗ୍ରେସ ଦଳରେ ମିଶିବେ ବୋଲି ଆସି ରାଜ୍ୟ କଂଗ୍ରେସ ଭବନ ଫାଟକ ଦ୍ୱାରେ ଝାମେଲା କରିଥିଲେ। ନାଣ୍ଡୁ ବାବୁଙ୍କ ଅପରାଧ ରେକର୍ଡ ଦେଖି ତାଙ୍କୁ ପିସିସି ସଭାପତି ଶ୍ରୀଭକ୍ତ ଚରଣ ଦାସ ଦଳରେ ନେବାକୁ ସ୍ପଷ୍ଟ ମନା କରିଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନ ଚାଲିଥିବା ବେଳେ ଉକ୍ତ ନାଣ୍ଡୁ କଂଗ୍ରେସ ଦଳରେ ମିଶି ନ ପାରି ପିସିସି ସଭାପତିଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି। ସମ୍ପୃକ୍ତ ୱେବ ଚାନେଲ ଏହି ସବୁ ଲୋକଙ୍କୁ ନେଇ ମନ୍ଦ ଉଦ୍ଦେଶ୍ୟ ରଖି ପିସିସି ସଭାପତି ଓ କଂଗ୍ରେସ ଦଳକୁ ବଦନାମ ଉଦ୍ୟମ ଆଉ ବରଦାସ୍ତ ନ ହେବାରୁ ଆଜି ଏହି ଏତଲା ଦିଆଯାଇଛି ବୋଲି କୁହାଯାଇଛି।
ଆଜି କଂଗ୍ରେସ ଭବନରୁ ଅନେକ ନେତା କର୍ମୀ ଅନେକ ମହିଳାଙ୍କ ସହ ଏକଜୁଟ ହୋଇ ବିଭିନ୍ନ ସ୍ଲୋଗାନ ବଜାର ପରିକ୍ରମା କରି ଟାଉନ ଥାନାର ଅଧିକାରୀଙ୍କୁ ଏହି ଏତଲା ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଆଜି ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପିସିସି ସାଧାରଣ ସମ୍ପାଦକ ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର,ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ,ଉତ୍ତମ ସାହୁ,ରତ୍ନାକର ଜେନା, ଦିଲୀପ କୁମାର ସାହୁ,ସୌମ୍ୟ ରଞ୍ଜନ ରାଉତ,ସୁଢଳ କୁମାର ସେଠୀ,ରଘୁନାଥ ପାତ୍ର, କ୍ଷୀରୋଦ ପାତ୍ର, ପୂର୍ଣ୍ଣ ଦାସ, ଆର୍ତ୍ତ ଦାସ, ଦିନେଶ ରାଉତ ଆଦି ଯୋଗ ଦେଇ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri