ଭୁବନେଶ୍ୱର,୧୮।୮: ନବୀନଙ୍କୁ ସାକ୍ଷାତ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଭକ୍ତ କହିଛନ୍ତି, ମୁଁ ନବୀନଙ୍କୁ ଦେଖା କରିବାକୁ ଚାହୁଁଥିଲି । ନବୀନଙ୍କୁ ଦେଖା କରିବାକୁ ପାଣ୍ଡିଆନ ମନା କରିନାହାନ୍ତି। ଡାକ୍ତର ମନା କରିବାରୁ ବାହାରୁ ଫେରିଆସିଲି। ମୁଦ୍ରିତ ଗଣମାଧ୍ୟମରେ ଯାହା ବାହାରିଛି ତାହା ମିଛ। ପାଣ୍ଡିଆନ ନବୀନଙ୍କୁ ଭେଟିବାକୁ ଦେଇନଥିବା ଖବର ବାହାରିଥିଲା। ଯାହା ସମ୍ପୂର୍ଣ୍ଣ ମିଥ୍ୟା।
ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି।
ସୂଚନାନୁଯାୟୀ, ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ ଅଲ୍ଟିମେଟ୍ରେ ସା ପ୍ରାୟ ୫ଟା ୧୫ ମିନିଟ୍ରେ ଭର୍ତ୍ତି କରାଯାଇଛି। ସମ ଅଲ୍ଟିମେଟର ଡାକ୍ତର ଆଲୋକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ନବୀନଙ୍କ ଚିକିତ୍ସା କରୁଛନ୍ତି।
ଶୁକ୍ରବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେଶନ ଜନିତ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ଏକ ଡାକ୍ତରୀ ଦଳ ନବୀନ ନିବାସରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ହେଲେ ଅଧିକ ପରୀକ୍ଷାନିରୀକ୍ଷା କରିବା ଲାଗି ହସ୍ପିଟାଲ ଆଣିବା ପାଇଁ ପରାମର୍ଶ ଦେବା ପରେ ସେ ସମ ଅଲ୍ଟିମେଟ ହସ୍ପିଟାଲ ଯାଇଥିଲେ।


