ପିସି ନ ଦେଲେ କାମ ହେଉନି

ଦଶମନ୍ତପୁର, ୬ା୧୨ ( ଡି.ଏନ.ଏ):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପିସି କାରବାର ଖୁଲୁମଖୋଲା ଭାବେ ଚାଲିଛି। ଯେ କୌଣସି କାର୍ଯ୍ୟରେ ପିସି ନ ଦେଲେ କିଛି ହେଉନି। ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରିଥିବା ଠିକାଦାରଙ୍କ ଅର୍ଥରୁ ୧୦ ପ୍ରତିଶତ ପିସି ବାବଦରେ ଟଙ୍କା କାଟି ନେଇଛନ୍ତି। ଫଳରେ ଅର୍ଥ ଖର୍ଚ୍ଚ କରି ଦିନ ରାତି କରିଥିବା ଠିକାଦାର ଜଣକ ହତାଶ ହୋଇଛନ୍ତି। ଏପରି ଦେଖିବାକୁ ମିଳିଛି ଜିଲାର ଦଶମନ୍ତପୁର ବ୍ଲକ ପୋଡାଗଡ଼ ପଞ୍ଚାୟତର ଲମତାପୁଟ ଗ୍ରାମରେ।
ଏହି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଗତ ୨୦୨୦ ଆର୍ଥିକ ବର୍ଷରେ ନାଲକୋ ଉନ୍ନୟନ ପାଣ୍ଠିରୁ ୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଲାଗି ଅର୍ଥ ମଞ୍ଜୁର ହୋଇଥିଲା। ଏହାର ଦାୟିତ୍ୱ ଡିପିଇପିର କନିଷ୍ଠ ଯନ୍ତ୍ରୀ ପଦ୍ମଲୋଚନ ବେହେରା ବୁଝୁଥିଲେ। ତାଙ୍କ ନାଁରେ କାର୍ଯ୍ୟାଦେଶ ଥିଲା। ଲମତାପୁଟ ଗ୍ରାମର ଠିକାଦାର ରାମଚନ୍ଦ୍ର ଚୌଧୁରୀ ଶ୍ରେଣୀଗୃହ ନିର୍ମାଣ ଦାୟିତ୍ୱ ନେଇଥିଲେ। ଠିକାଦାର ଚୌଧୁରୀ ଧାରଉଧାର କରି ସିମେଣ୍ଟ, ବାଲି, ଗୋଡି ଇଟା ଆଦି ଆଣି ନୂତନ ଗୃହ ନିର୍ମାଣ କଲେ। ମାତ୍ର ଅର୍ଥ ପାଇବା ବେଳକୁ ଠିକାଦାର ଚୌଧୁରୀଙ୍କୁ କନିଷ୍ଠଯନ୍ତ୍ରୀ ପ୍ରଥମ କିସ୍ତି ବାବଦରେ ମାତ୍ର ୪ ଲକ୍ଷ ୭୦ ଟଙ୍କା ଦେଇଥିଲେ। ଅବଶିଷ୍ଟ ୩ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଆତ୍ମସାତ କରିବାକୁ କନିଷ୍ଠ ଯନ୍ତ୍ରୀ ଉଦ୍ୟମ କରି ବିଭିନ୍ନ ଆଳ ଦେଖାଇ ଆସୁଥିଲେ। ବାରମ୍ବାର ବିଲ୍‌ ବାବଦ ଟଙ୍କା ମାଗି ହତାଶ ହେବା ପରେ ଠିକାଦାର ଚୌଧୁରୀ ନଭେମ୍ବର ୧୦ରେ ସ୍କୁଲରେ ତାଲା ପକାଇ ଦେଇଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ପରେ କନିଷ୍ଠଯନ୍ତ୍ରୀ ଗତ ୨୮ ତାରିଖରେ ଚୌଧୁରୀଙ୍କୁ ମାତ୍ର ୧ ଲକ୍ଷ ୨୩ ହଜାର ଟଙ୍କା ଦେଇଥିଲେ। ଅବଶିଷ୍ଟ ଟଙ୍କା ଦେବାକୁ ଠିକାଦାର କହିବାରୁ ସେ ଶୁଣି ନ ଥିଲେ। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ପିସି ବାବଦରେ କିଛି ନେଇନି। ଜିଏସଟି ବିଲ୍‌ ଭାଉଚର୍‌ ବାବଦରେ ଯାହା କଟାଯାଇଛି। ଏହା ସରକାରଙ୍କ ତହବିଲ୍‌କୁ ଯାଇଛି। ଏନେଇ ଠିକାଦାର କହିଛନ୍ତି, ସିମେଣ୍ଟ, ବାଲି ଗୋଡି ଇଟା ଓ କଲର୍‌ ବାବଦରେ ଥିବା ସବୁ ଜିଏସଟି ବିଲ୍‌ ଭାଉଚର୍‌ କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri