୨୦୦ ସହରରେ ପେଟିମ୍‌ ଦେବ ୫୦ କୋଟିର କ୍ୟାସ୍‌ବ୍ୟାକ୍‌…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍‌ଲାଇନ୍‌ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍‌ ଏହାର ୟୁଜରମାନଙ୍କ ପାଇଁ ୫୦ କୋଟି ଟଙ୍କାର କ୍ୟାସ୍‌ବ୍ୟାକ୍‌ ଘୋଷଣା କରିବାକୁ ଯାଉଥିବା କମ୍ପାନୀର ସିଇଓ ବିଜୟ ଶେଖର ଶର୍ମା ସୂଚନା ଦେଇଛନ୍ତି। ଏହି ଯୋଜନା ଦେଶର ୨୦୦ଟି ଜିଲାର ବଛାକଛା ୨୦୦ ସହରରେ ଉପଲବ୍ଧ ହେବ। ତେବେ ସହରଗୁଡ଼ିକର ନାମ କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ। ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂର୍ତ୍ତି ଉପଲକ୍ଷେ ପେଟିଏମ୍‌ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ୨୦୧୫ ଜୁଲାଇ ୧ରେ ଦେଶରେ ପେଟିଏମ୍‌ ପକ୍ଷରୁ କାରବାର ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ପୂରଣ ପାଇଁ ପେଟିମ୍‌ ଏହାର ୟୁଜରଙ୍କ ଲାଗି ଏଭଳି କ୍ୟାସ୍‌ବ୍ୟାକ୍‌ ବ୍ୟବସ୍ଥା କରିଥିବା ବିଜୟ କହିଛନ୍ତି।

Share