ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ, ଓ୍ବାଲେଟ୍‌ର କ’ଣ ହେବ; ଜାଣନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର…

ନୂଆଦିଲ୍ଲୀ,୧।୨: ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌(ପିପିବିଏଲ୍‌) ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫଳସ୍ବରୂପ ୨୦୨୪ ଫେବୃଆରୀ ୨୯ ପରଠାରୁ ପେଟିଏମ୍‌ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍‌ ଇନ୍‌ଷ୍ଟୁମେଣ୍ଟ, ଓ୍ବାଲେଟ୍‌ ଏବଂ ଫାସ୍‌ଟ୍ୟାଗ୍‌ ମାଧ୍ୟମରେ କୌଣସି ଜମା କିମ୍ବା ଟପ୍‌ ଅପ୍‌ ଗ୍ରହଣ କରିପାରିବ ନାହିଁ। ଏହାକୁ ନେଇ ପେଟିଏମ୍‌ ଓ୍ବାଲେଟ୍‌ ଏବଂ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକଙ୍କ ଚିନ୍ତା ବଢ଼ିଛି। ଏପରିକି କ’ଣ ଏବେ ପେଟିଏମ୍‌ରୁ ୟୁପିଆଇ ପେମେଣ୍ଟ କରିହେବ ନାହିଁ ସେନେଇ ଜାଣିବାକୁ ଅନେକେ ଇଚ୍ଛୁକ। ଆସନ୍ତୁ ଜାଣିବା:

ପେଟିଏମ୍‌ ଓ୍ବାଲେଟ୍‌ ଏବଂ ପେମେଣ୍ଟ ବ୍ୟାଙ୍କରେ ଜମା ଟଙ୍କା କ’ଣ ହେବ?
ଆର୍‌ବିଆଇ ଗ୍ରାହକଙ୍କୁ ପେମେଣ୍ଟ ବ୍ୟାଙ୍କରେ ଥିବା ଟଙ୍କାକୁ ବାହାର କରିନେବାକୁ ପରାମର୍ଶ ଦେଇଛି। ତେବେ ଫେବୃଆରୀ ୨୯ ପରେ ମଧ୍ୟ ସେମାନେ ଟଙ୍କା ବାହାର କରିପାରିବେ। ଏହାକୁ ଆପଣ ଟଙ୍କାଜମା ଖାତା, ଚାଲୁଥିବା ଆକାଉଣ୍ଟ, ପ୍ରିପେଡ୍‌ କାର୍ଡ, ନ୍ୟାଶନାଲ କମନ୍‌ ମୋବିଲିଟି କାର୍ଡ(ଏନ୍‌ସିଏମ୍‌ସି) ସହିତ ନିଜର ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ। ଫୋନ୍‌ରେ ରିଚାର୍ଜ ମଧ୍ୟ କରିପାରିବେ। ଏହାର ଅର୍ଥ ପ୍ରଥମରୁ ଜମା ରାଶିକୁ ଆପଣ ବ୍ୟବହାର କରିପାରିବେ, ହେଲେ ଫେବୃଆରୀ ୨୯ ପରେ ପେଟିଏମ୍‌ ବ୍ୟାଙ୍କରେ ଟଙ୍କା ରଖିପାରିବେ ନାହିଁ। ଏହାଛଡ଼ା ଯଦି ଏହି ବ୍ୟାଙ୍କ ଜରିଆରେ ଆପଣ ଫାଇନାନ୍ସ କରିଛନ୍ତି, ପ୍ରତି ମାସରେ ଇଏମ୍‌ଆଇ ଯାଉଛି ତେବେ ଆପଣ ତାହାକୁ ଧାର୍ଯ୍ୟ ସମୟ ମଧ୍ୟରୁ କ୍ଳିଅର କରିନିଅନ୍ତୁ।

ପେଟିଏମ୍‌ ଓ୍ବାଲଟ୍‌ର କ’ଣ ହେବ?
ପେଟିଏମ୍‌ ଓ୍ବାଲଟ୍‌ ବିଷୟରେ କହିଲେ ଏହା ଉପରେ ମଧ୍ୟ ରୋକ ଲଗାଯାଇଛି। ହେଲେ ଆପଣ ଏହାକୁ ଫେବୃଆରୀ ୨୯ ଯାଏ ପୂର୍ବଭଳି ବ୍ୟବହାର କରିପାରିବେ। ପରେ ଏଥିରୁ ରିଚାର୍ଜ କରିହେବ ନାହିଁ। ସବୁଠାରୁ ଭଲ ବିକଳ୍ପ ଯେ ଆପଣ ନିଜର ଓ୍ବାଲେଟ୍‌ରେ ଥିବା ଟଙ୍କାକୁ ନିଜର ବ୍ୟାଙ୍କ ଆକାଉଣ୍ଟ(ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ବ୍ୟତିତ ଅନ୍ୟ ବ୍ୟାଙ୍କ)କୁ ଟ୍ରାନ୍ସଫର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri