ଅନୁରାଗଙ୍କୁ ଗିରଫ କରା ନ ଗଲେ ଅନଶନରେ ବସିବେ ପାୟଲ!

ମୁମ୍ବାଇ; ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ହଇଚଇ କରିଥିବା ଅଭିନେତ୍ରୀ ପାୟଲ ଘୋଷ ନିଜ ଓକିଲଙ୍କ ସହ ଥାନାରେ ପହଞ୍ଚିଥିବା ଜଣାପଡିଛି । ସେଠାରେ ସେ ଅନୁରାଗଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଯଦି ଅନୁରାଗଙ୍କୁ ଗିରଫ ନ କରାଯାଏ ତେବେ ସେ ଅନଶନରେ ବସିବେ ବୋଲି ଧମକ ଦେଇଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଥାନାରେ ଅନୁରାଗଙ୍କ ନାଁରେ ପାୟଲ ଅଭିଯୋଗ କରିଥିଲେ ବି ଏପଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯାହାକୁ ନେଇ ଏବେ ମୁମ୍ବାଇ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ଏବେ ଦ୍ୱିତୀୟ ଥର ଲାଗି ଓକିଲଙ୍କୁ ନେଇ ସେ ବର୍ସୋୱା ଥାନରେ ପହଞ୍ଚିଛନ୍ତି । ଏହାସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତ୍ରୀ ପାୟଲ ଘୋଷ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାଁରେ ଅନେକ ସଙ୍ଗିନ ଅଭିଯୋଗ ଆଣିଥିଲେ । ସେ ଟୁଇଟରରେ ଲେଖିଥିଲେ କି ମଦ ନିଶାରେ ଅନୁରାଗ ତାଙ୍କ ସହ ଜବରଦସ୍ତି କରିଛନ୍ତି । ଏହାକୁ ନେଇ ଅନୁରାଗ ପାୟଲଙ୍କ ବିରୁଦ୍ଧରେ ଲିଗାଲ ଆକ୍ସନ ନେବେ ବୋଲି ମଧ୍ୟ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?