ଅନୁରାଗଙ୍କୁ ଗିରଫ କରା ନ ଗଲେ ଅନଶନରେ ବସିବେ ପାୟଲ!

ମୁମ୍ବାଇ; ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ହଇଚଇ କରିଥିବା ଅଭିନେତ୍ରୀ ପାୟଲ ଘୋଷ ନିଜ ଓକିଲଙ୍କ ସହ ଥାନାରେ ପହଞ୍ଚିଥିବା ଜଣାପଡିଛି । ସେଠାରେ ସେ ଅନୁରାଗଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଯଦି ଅନୁରାଗଙ୍କୁ ଗିରଫ ନ କରାଯାଏ ତେବେ ସେ ଅନଶନରେ ବସିବେ ବୋଲି ଧମକ ଦେଇଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଥାନାରେ ଅନୁରାଗଙ୍କ ନାଁରେ ପାୟଲ ଅଭିଯୋଗ କରିଥିଲେ ବି ଏପଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯାହାକୁ ନେଇ ଏବେ ମୁମ୍ବାଇ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ଏବେ ଦ୍ୱିତୀୟ ଥର ଲାଗି ଓକିଲଙ୍କୁ ନେଇ ସେ ବର୍ସୋୱା ଥାନରେ ପହଞ୍ଚିଛନ୍ତି । ଏହାସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତ୍ରୀ ପାୟଲ ଘୋଷ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାଁରେ ଅନେକ ସଙ୍ଗିନ ଅଭିଯୋଗ ଆଣିଥିଲେ । ସେ ଟୁଇଟରରେ ଲେଖିଥିଲେ କି ମଦ ନିଶାରେ ଅନୁରାଗ ତାଙ୍କ ସହ ଜବରଦସ୍ତି କରିଛନ୍ତି । ଏହାକୁ ନେଇ ଅନୁରାଗ ପାୟଲଙ୍କ ବିରୁଦ୍ଧରେ ଲିଗାଲ ଆକ୍ସନ ନେବେ ବୋଲି ମଧ୍ୟ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ପରି ‘ବ୍ଲାକ ଓ୍ବାଟର’ ପିଅନ୍ତି ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ତାଙ୍କର ଏକ ତାମିଲ ଫିଲ୍ମର ଶୁଟିଂ ଶେଷ କରି ଦିଲ୍ଲୀ ଫେରିଛନ୍ତି।...

ପଞ୍ଜାବରେ ରିଲିଜ ହେବନି କଙ୍ଗନାଙ୍କ ଫିଲ୍ମ!

ମୁମ୍ବାଇ:ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କର ବେଳକୁ ବେଳ ଅଡୁଆ ବଢିବାରେ ଲାଗିଛି । ଅନ୍ୟପଟେ ଦେଶରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମକୁ ନେଇ କୃଷକମାନେ...

ବୟଫ୍ରେଣ୍ଡ୍‌ଙ୍କ ସହ ରୋମାଣ୍ଟିକ ହେଲେ ଆଥିଆ

ବଲିଉଡ ସହ କ୍ରିକେଟର ସମ୍ପର୍କ ବେଶ ପୁରୁଣା। ଏଭଳି ଅନେକ କ୍ରିକେଟର୍‌ ଅଛନ୍ତି, ଯିଏ ବଲିଉଡ ଅଭିନେତ୍ରୀକୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଏବେ ଏହି...

୨୧ ବର୍ଷରେ ବିବାହ ୨୫ ବର୍ଷରେ ତଲାକ

ମୁମ୍ବାଇ: ରାଜ ପରିବାରରୁ ଆସିଥିବା ବଲିଉଡ ନାୟିକା ଅଦିତି ରାଓ ହାଇଦରୀ ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଇଣ୍ଡଷ୍ଟ୍ରିରେ ଅଦିତିଙ୍କର...

ବୟ ଫ୍ରେଣ୍ଡଙ୍କ ସହ ନଜର ଆସିଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ ଦବଙ୍କ ଲର୍ଗ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ବୟ ଫ୍ରେଣ୍ଡଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ । କିଛିଦିନ ହେବ ବିବାହକୁ ନେଇ ଗଣମାଧ୍ୟମର...

ସୁସ୍ମିତା ସେନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରେମିକ ରୋହମାନ ଶଲଙ୍କ ସହ ଦୀର୍ଘ ଦିନର ସମ୍ପର୍କ ଶେଷ ହେବା ପରେ ସେ ତାଙ୍କ...

ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟରେ ମିଳୁଛି ଟକିଲା ଗୁପ୍‌ଚୁପ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ରେଷ୍ଟୁରାଣ୍ଟ ଲୋକଙ୍କ ହୃଦୟ ଜିଣିବାରେ ଲାଗିଛି। ନ୍ୟୁୟର୍କରେ ଖୋଲାଯାଇଥିବା ଏହି ଭାରତୀୟ ରେଷ୍ଟୁରାଣ୍ଟ ‘ସୋନା’ ସାଧାରଣ ଲୋକଙ୍କ ପାଇଁ...

କାନ୍ଦି କାନ୍ଦି ମହେଶ ଭଟ୍ଟଙ୍କୁ ଅଭିଶାପ ଦେଇ ଠକ କହିଥିଲେ ଏହି ଅଭିନେତା: କାରଣ ଜାଣିଲେ…

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କୁ ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ। ସେ ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ‘ସାରାଂଶ’ରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ। ତାଙ୍କୁ ସେତେବେଳେ ୨୪...

Advertisement
Archives

Model This Week