Posted inଜାତୀୟ

ବିରୋଧୀ ନେତାଙ୍କ ବୈଠକ ଡାକିଲେ ପାଓ୍ବାର

ନୂଆଦିଲ୍ଲୀ,୨୩ା୩: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ଉପରେ ଜୋର୍‌ ଦିଆଯାଉଥିବାବେଳେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଦିଲ୍ଲୀରେ ଗୁରୁବାର ଅପରାହ୍ନ ୬ଟାରେ ବିରୋଧୀ ଦଳଗୁଡ଼ିକର ନେତାମାନେ ଏଥିରେ ଯୋଗଦେବେ। ଉକ୍ତ ବୈଠକରେ ଦଳଗୁଡ଼ିକର ସ୍ବାର୍ଥ ଏବଂ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ଉପରେ ଆଲୋଚନା ହେବ।

ମୁଖ୍ୟ ନିର୍ବାଚନ କମିଶନର (ସିଇସି) ମୁକ୍ତ ଓ ଅବାଧ ନିର୍ବାଚନ କରାଇବା ସହ ଇଭିଏମ୍‌କୁ ନେଇ ଥିବା ସନ୍ଦେହ ଦୂରକରିବା ଆବଶ୍ୟକ ବୋଲି ବିରୋଧୀ ଦଳଗୁଡ଼ିକୁ ଲେଖିଥିବା ପତ୍ରରେ ପାଓ୍ବାର ଉଲ୍ଲେଖ କରିଛନ୍ତି। ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତା ଆଣିବା ଲାଗି ଉଦ୍ୟମ ଚାଲିଥିବାବେଳେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ନିକଟରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏଦିଗରେ ଉଦ୍ୟମ କରିଛନ୍ତି। ତେବେ କଂଗ୍ରେସକୁ ବାଦ୍‌ ଦେଇ ବିରୋଧୀ ମେଣ୍ଟ ଅସମ୍ଭବ ବୋଲି ସର୍ବପୁରାତନ ଦଳ କହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri