ଉପାନ୍ତ ଇଲାକା ପାଇଁ ପକ୍କା ରାସ୍ତା ସ୍ବପ୍ନ

ଭବାନୀପାଟଣା, ୧୫।୬(ଉତ୍ତମ କୁମାର ଦାଶ) ଗାଁକୁ ବିକାଶ ଦିଗରେ ନେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଗାଁକୁ ଚାଲ ଗାଁକୁ ଗଢ ଏଭଳି କିଛି ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଯୋଗୁ ଆଜି ବି ଉପାନ୍ତ ଅଞ୍ଚଳରେ ପହଞ୍ଚତ୍ପାରି ନାହିଁ ସରକାରଙ୍କ ବିକାଶ। ଏପରି ଏକ ଗାଁ ହେଉଛି କଳାହାଣ୍ଡି ଜିଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ ତୁମୁନିଖୋଲ ଗାଁ। ଯେଉଁଠାରେ ଆଜି ବି ମୌଳିକ ସୁବିଧାରୁ ବଞ୍ଚତ୍ତ ଏଠାକାର ଲୋକେ। ଗାଁକୁ ଖାଲଖମା ପଥୁରିଆ ଘାଟି ରାସ୍ତାରେ ଯିବାକୁ ପଡିଥାଏ। ଯେଉଁଠି ସାଇକେଲ କିମ୍ବା ଦୁଇ ଚକିଆ ଯିବା ତ ଦୂରର କଥା ଚାଲିକି ଯିବା ବି ମୁସ୍କିଲ। ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଗାଁର ରାସ୍ତାକୁ ଦେଖିଲେ ମନେ ହେଉଛି ସରକାରଙ୍କ ବିକାଶ ମାନଚିତ୍ରରୁ ଅଦୃଶ୍ୟ ଏହି ଉପାନ୍ତ ଗାଁ। କେବଳ ଏ ଗୋଟିଏ ଗାଁ ନୁହେଁ ବରଂ ଏମିତି ଅନେକ ଗାଁ ଅଛି ଯେଉଁଠିକି ଆଜି ବି ପକ୍କା ରାସ୍ତା ପାଇଁ ଲୋକେ ସଂଘର୍ଷ କରୁଛନ୍ତି। ସେହିପରି ଦୁଇଟି ନାଳ ଓ ନାଗାବଳୀ ନଦୀ ଦେଇ ଘାଟି ରାସ୍ତା ଦେଇ ଗଲେ ପଡେ ବିଲାମାଲ ଗାଁ। କଳାହାଣ୍ଡି ଓ ରାୟଗଡା ଜିଲା ସୀମାନ୍ତ ଏହି ଗାଁ ବ୍ଲକଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ବେଳେ ଏହି ଗ୍ରାମବାସୀ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ରାୟଗଡା ଜିଲା ଉପରେ ନିର୍ଭର କରନ୍ତି। କୌଣସି ପଟୁ ଗାଁକୁ ରାସ୍ତାଟିଏ ନ ଥିବାରୁ ଆମ୍ବୁଲାନ୍ସ ଆସି ପାରୁନାହିଁ। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଗାଁକୁ ରାସ୍ତା ନିର୍ମାଣ ନେଇ ବାରମ୍ବାର ଉପାନ୍ତ ଇଲାକାର ଲୋକେ ସରକାରୀ ବାବୁଙ୍କଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧିଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ଲୋକେ। ହେଲେ ଲୋକଙ୍କ ଏହି ସମସ୍ୟା ପ୍ରତି ସତେ ଯେମିତି ସରକାରୀ ବାବୁଙ୍କ ନଜର ନାହିଁ। ତେବେ ଏ ନେଇ ସ୍ଥାନୀୟ ବିଡିଓ ଶୁଭ୍ରକାନ୍ତ ନାୟକଙ୍କୁ ପଚାରିବାରୁ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri