Categories: ଖେଳ

କରୋନା ଆକ୍ରାନ୍ତ ହୋଇ ବାଦ୍‌ ପଡ଼ିଲେ ଏହି ଷ୍ଟାର୍‌ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୨୭ା୮ (ଏପି)-ଫ୍ରାନ୍ସ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା କୋଭିଡ୍‌-୧୯ ପଜିଟିଭ ହୋଇଛନ୍ତି। ଫଳରେ ତାଙ୍କୁ ଜାତୀୟ ଫୁଟ୍‌ବଲ ଦଳରୁ ବାଦ୍‌ ଦିଆଯାଇଥିବା କୋଚ୍‌ ଡିଡିଏର୍‌ ଡେସ୍‌ଚାମ୍ପ ପ୍ରକାଶ କରିଛନ୍ତି। ପୋଗ୍‌ବା ଦଳରେ ସ୍ଥାନ ପାଇବା ପକ୍କା ଥିଲା। ମାତ୍ର ସକାଳେ ପଜିଟିଭ୍‌ ରିପୋର୍ଟ ଆସିବାକୁ ତାଙ୍କୁ ଶେଷ ମୁହୂର୍ତ୍ତରେ ବାଦ୍‌ ଦେବାକୁ ହୋଇଥିଲା ବୋଲି ଡେସ୍‌ଚାମ୍ପ ପ୍ରକାଶ କରିଥିଲେ। ସ୍ବିଡେନ ଓ କ୍ରୋଏସିଆ ବିପକ୍ଷ ଆସନ୍ତା ନ୍ୟାଶନାଲ ଲିଗ୍‌ କ୍ୱାଲିଫାୟର୍ସ ପାଇଁ ଏହି ମାଞ୍ଚେଷ୍ଟର ୟୁନାଇଟେଡ୍‌ ମିଡ୍‌ଫିଲ୍ଡରଙ୍କ ସ୍ଥାନରେ ୧୭ ବର୍ଷୀୟ ରେନିଜ ମିଡ୍‌ଫିଲ୍ଡର ଏଡୁଆର୍ଡୋ କାମାଭିଙ୍ଗାଙ୍କୁ ନିଆଯାଇଛି। ଫ୍ରାନ୍ସ ସେପ୍ଟେମ୍ବର ୫ରେ ସ୍ବିଡେନ ବିପକ୍ଷ ମ୍ୟାଚ ଖେଳିବାଲାଗି ସ୍ବିଡେନ ଗସ୍ତ କରିବ। ଏହାର ୩ ଦିନ ପରେ ଷ୍ଟେଡ୍‌ ଡି’ ଫ୍ରାନ୍ସରେ କ୍ରୋଏସିା ବିପକ୍ଷ ମ୍ୟାଚ ଆୟୋଜନ କରିବ।

Share