ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଶୂନ୍‌

ପଟ୍ଟାମୁଣ୍ଡାଇ,୧୨ା୫ (କଳ୍ପତରୁ ନାୟକ)ରାଜ୍ୟର ଅନ୍ୟ ବ୍ଲକ ଓ ମ୍ୟୁନିସିପାଲଟି ଯେଉଁ ପରି ଭାବେ ବିକାଶ ହୋଇଚାଲିଛି ତାହା ପଟ୍ଟାମୁଣ୍ଡାଇରେ ପରିଲକ୍ଷିତ ହେଉନାହିଁ। ଗତ କିଛି ବର୍ଷ ହେବ ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଶୂନ୍‌ ହୋଇପଡିଛି। ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ଏହା ଫଳପ୍ରଦ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଉତ୍କଳମଣୀ ଯୁବକ ସଂଘ ସଭାପତି ଗୌତମ ବେହେରା କୁହନ୍ତି, କେନ୍ଦ୍ରାପଡ଼ା ଜିଲାର ୨ୟ ବୃହତମ ସହର ପଟ୍ଟାମୁଣ୍ଡାଇରେ ଗ୍ରାମ୍ୟ ଉନ୍ନୟନ, ବିଦ୍ୟୁତ୍‌ ପୂର୍ତ୍ତ, ଜଳସମ୍ପଦ, ଉଠା ଜଳସେଚନ, ଟେଲିକମ୍‌, ପୋଲିସ, ଆଇନ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ସବ୍‌ଡିଭିଜନ ସହ କୃଷି ବିଭାଗର ଜିଲା କାର୍ଯ୍ୟାଳୟ ରହିଛି। ଏହାଛଡା ଜାତୀୟକରଣ ବ୍ୟାଙ୍କର ଶାଖା କାର୍ଯ୍ୟ କରୁଛି। ଅଧିକାଂଶ କର୍ମଚାରୀ ଓ ପଦାଧିକାରୀଙ୍କ ନିମନ୍ତେ ସରକାରୀ କ୍ୱାର୍ଟର୍ସ ନାହିଁ। ବିଭିନ୍ନ ସମୟରେ ଏଠାରେ ଥିବା ଅଫିସକୁ ପରିଦର୍ଶନ ଓ ତଦନ୍ତ ପାଇଁ ଆସୁଥିବା ଉଚ୍ଚ ପଦାଧିକାରୀଙ୍କ ରହଣି ପାଇଁ ସରକାରୀ ଅତିଥି ଭବନ ନାହିଁ। ଫଳରେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ କାର୍ଯ୍ୟନିର୍ବାହ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସାମାଜିକ କର୍ମୀ ଅନନ୍ତ ଦାଶ କୁହନ୍ତି,ରାଜ୍ୟ ସରକାରଙ୍କ ଅତିଥି ବିଶେଷକରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ପଟ୍ଟାମୁଣ୍ଡାଇ ଗସ୍ତରେ ଆସିଲେ ସାମୟିକ ବିଶ୍ରାମ ନେବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଡାକବଙ୍ଗଳା ନିର୍ମାଣ କରାଯାଇଥିଲା। ବିଭିନ୍ନ ଅଫିସ କାର୍ଯ୍ୟରେ ଆସୁଥିବା ପଦାଧିକାରୀଙ୍କ ରାତ୍ରିଯାପନ ପାଇଁ ଏହି ଡାକବଙ୍ଗଳାଟି ମୁଖ୍ୟ ଉତ୍ସ ଥିଲା। ଅନ୍ୟପକ୍ଷେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟରେ ମଧ୍ୟ ଏହା ବ୍ୟବହୃତ ହେଉଥିଲା। ମାତ୍ର ପାଖରେ ଥିବା ପଟ୍ଟାମୁଣ୍ଡାଇ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀସେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକବଙ୍ଗଳା ଓ ଏହାର ସଂଲଗ୍ନ ଜାଗାକୁ ଭାଙ୍ଗି ନୂତନ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଛି। ତେବେ ଡାକବଙ୍ଗଳାଟି ସମ୍ପୂର୍ଣ୍ଣ ଉଚ୍ଛେଦ ହେଲାପରେ ଏହିସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ପୂର୍ତ୍ତ ବିଭାଗ ପକ୍ଷରୁ ଚୂନଢିଅଠାରେ ନୂତନ ଡାକବଙ୍ଗଳା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରସ୍ତାବିତ ଡାକବଙ୍ଗଳା ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନାହିଁ।
ସ୍ଥାନୀୟ ବାସିନ୍ଦା ବାବନ ଜେନା କୁହନ୍ତି,ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଳଭା ‘ଓ’ ବଙ୍ଗଳା ଉତିକଣ ଜମିଦାର ଅମଳରୁ ନିର୍ମାଣ କରାଯାଇଥିଲା। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ବଙ୍ଗଳା ଏବେ ଧ୍ୱସଂସ୍ତୂପରେ ପରିଣତ ହେବାକୁ ବସିଛି। ଏହାର ଚାରିପାଖ ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି। ୨ ବଖରାବିଶିଷ୍ଟ କୋଠାଘର, ରୋଷେଇଶାଳ, ଜଗୁଆଳି ଗୃହ, ଡାକବଙ୍ଗଳା ପ୍ରକୋଷ୍ଠର ଚଉଡ଼ା ବାରଣ୍ଡା ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି।
ଯୁବନେତା ସୁଶାନ୍ତ ଦାସ କୁହନ୍ତି, ଉତିକଣ ଅଞ୍ଚଳକୁ ସରକାରୀ ଗସ୍ତରେ ଯାଉଥିବା ଉଚ୍ଚପଦସ୍ଥ ପଦାଧିକାରୀ ଓ ରାଜ୍ୟ ସରକାରଙ୍କ ଅତିଥିଙ୍କ ସାମୟିକ ବିଶ୍ରାମ ପାଇଁ ପଟ୍ଟାମୁଣ୍ଡାଇ-ବଡ଼ପଡା ପୂର୍ତ୍ତବିଭାଗ ରାସ୍ତାର ଖଡିଅଣ୍ଟାଠାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ୧୯୯୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଡାକବଙ୍ଗଳା ନିର୍ମାଣ ଆରମ୍ଭ ହୋଇଥିଲା। ଏହି ଡାକବଙ୍ଗଳାଟି ଛାତ ପତନ ହୋଇ ୨୫ ବର୍ଷ ହେବ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।
ବୁଦ୍ଧିଜିବୀ ପ୍ରବୀର ନାୟକ କୁହନ୍ତି, ଚକ୍ରାନ୍ତ କରି ରାଜନୈତିକ ମାନଚିତ୍ରରୁ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ନିଶ୍ଚିହ୍ନ କରି ଦିଆଗଲା। ଏବେ ଡାକବଙ୍ଗଳାଶୂନ୍ୟ ହୋଇଛି ପଟ୍ଟାମୁଣ୍ଡାଇ। ଫଳରେ ଡାକବଙ୍ଗଳାବିହୀନ ପଟ୍ଟାମୁଣ୍ଡାଇ ପୁଣି ଏକ ଚକ୍ରାନ୍ତର ଶିକାର ହୋଇଛି। ପଟ୍ଟାମୁଣ୍ଡାଇକୁ ଡାକବଙ୍ଗଳାବିହୀନ କରି ଏହାର ଗୁରୁତ୍ୱହ୍ରାସ କରିବାକୁ ଯୋଜନା ଚାଲିଥିବାରୁ ବୁଦ୍ଧୀଜିବୀ ମହଲରେ ଚିନ୍ତା ପ୍ରକଟ ହୋଇଛି। ଏହାକୁ ବିଫଳ କରି ରାଜ୍ୟ ସରକାର ପୁନର୍ବାର ପଟ୍ଟାମୁଣ୍ଡାଇର ନିର୍ଦ୍ଧାରିତ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ସୂଚନାଯୋଗ୍ୟ, ୨୦୦୯ ନିର୍ବାଚନ ପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ଆଳରେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନ ଆସନର ବିଲୋପ ଘଟିଥିଲା। ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଞ୍ଚାୟତ, ପୌରାଞ୍ଚଳ ଏବଂ ରାଜନଗର ବ୍ଲକର ୨୯ ପଞ୍ଚାୟତକୁ ନେଇ ନୂତନ ରାଜନଗର ନିର୍ବାଚନମଣ୍ଡଳୀ ଗଠନ କରାଯାଇଥିଲା। ଏଥି ସହ ୧୨ ପଞ୍ଚାୟତକୁ ନେଇ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ସହିତ ମିଶାଇ ଦିଆଯାଇଥିଲା। ସେଦିନଠାରୁ ପଟ୍ଟାମୁଣ୍ଡାଇ ଅବହେଳିତ ଅବସ୍ଥାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri