ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି। ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନ ଆସନର ବିଲୋପ ଘଟି ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଞ୍ଚାୟତ, ପୌରାଞ୍ଚଳର ୨୦ଟି ୱାର୍ଡ ଏବଂ ରାଜନଗର ବ୍ଲକର ୨୯ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ରଜନଗର ନିର୍ବାଚନମଣ୍ଡଳୀ। ରାଜନୀତିର ପଶାପାଲିରେ ପଟ୍ଟାମୁଣ୍ଡଇ ବ୍ଲକ ଓ ପୌରାଞ୍ଚଳକୁ ଅଣଦେଖା କରି ବହୁ ପଛରେ ପକାଇ ଦିଆଯାଉଛି। ରାଜ୍ୟର ଅନ୍ୟ ବ୍ଲକ ଓ ମ୍ୟୁନିସିପାଲଟି ଯେଉଁ ପରି ଭାବେ ବିକାଶ ହୋଇଚାଲିଛି ତାହା ପଟ୍ଟାମୁଣ୍ଡାଇରେ ପରିଲକ୍ଷିତ ହେଉନାହିଁ। ରାସ୍ତାଘାଟଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନାନାଦି ସମସ୍ୟା ରହିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରୁ ବାଦ ଦିଆଯାଉଛି। ପଟ୍ଟାମୁଣ୍ଡାଇର ଭୌଗୋଳିକସ୍ଥିତି ଏବଂ ଅନ୍ୟ ଦୃଷ୍ଟିକୋଣରୁ ଏହାକୁ ସବଡିଭିଜନର ମାନ୍ୟତା ମିଳିବା କଥା। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସମସ୍ତ ପ୍ରକାର ଭିତ୍ତିଭୂମି ଥିବା ସତ୍ତ୍ୱେ ସ୍ଥାନୀୟ ନେତୃତ୍ୱଙ୍କ ଆନ୍ତରିକତା ନ ଥିବା ହେତୁ ସବ୍‌ଡିଭିଜନ ଘୋଷଣା ହୋଇପାରି ନ ଥିବା ଅଭିଯୋଗ ହୋଇଛି।
ପଟ୍ଟାମୁଣ୍ଡାଇ ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟ ସବୁ ଫଳକରେ ସୀମିତ ରହିଥିବା ବେଳେ ଉନ୍ନତି କଥା ନା ଶାସକ ନା ବିରୋଧୀ ଦଳ କାହାରି ଚିନ୍ତା ନାହିଁ। ଯେଉଁ କେତେକ ଉନ୍ନତୀକରଣ କାର୍ଯ୍ୟ ହେଉଛି ତାହା ସରକାରଙ୍କ ପକ୍ଷରୁ ଏକ ଗତାନୁଗତିକ ଧାରାରେ ଚାଲିଛି। ପଟ୍ଟାମୁଣ୍ଡାଇ ଅଧିକାଂଶ ୱାର୍ଡର ଅବସ୍ଥା ଖରାପ। ପଟ୍ଟାମୁଣ୍ଡାଇ ଅଞ୍ଚଳର ବାସିନ୍ଦାମାନେ ନିଜର ଜୀବିକା ନିର୍ବାହ କରିବା ପାଇଁ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଏଠାକାର ଚାଷୀମାନେ ଚାଷ ଓ ବେଉଷଣ ବେଳେ ଉନ୍ନତମାନର ବିହନ ଗଣ୍ଡାଏ ଠିକ୍‌ ସମୟରେ ପାଆନ୍ତି ନାହିଁ। କେନାଲ ଜଳର ଅଭାବ ଓ ଉଠାଜଳସେଚନ ପଏଣ୍ଟ ସବୁ ଅଚଳ ଯୋଗୁ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି। ସୁଲଭ ମୂଲ୍ୟରେ ଆବଶ୍ୟକ ସାର ଜମିରେ ପକାଇ ପାରନ୍ତି ନାହିଁ। ସମସ୍ତ ନାହିଁ ନାହିଁ ଭିତରେ ଲହୁ ଲୁହ ଝରାଇ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଚାଷୀ ଅମଳ କରେ। କିନ୍ତୁ ଶୀତଳଭଣ୍ଡାର ନ ଥିବାରୁ ତାକୁ ଶାଗ ମାଛ ଦରରେ ବିକ୍ରି କରେ। ଶିଳ୍ପବିହୀନ ଓ ନିଯୁକ୍ତି ବିହୀନ ଏହି ସ୍ଥାନରେ ଆଖିଦୃଶିଆ ଉନ୍ନୟନମୂଳକ କାମ ମଧ୍ୟ ହୋଇନାହିଁ। ସେହିପରି ପଟ୍ଟାମୁଣ୍ଡାଇରେ ଏପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇ ନ ଥିବା ବେଳେ କିଛି ମାସ ହେବ କାର୍ଯ୍ୟ ଆରମ୍ଭ ହୋଇଛି। ଏହାସହ ମାର୍କେଟ୍‌ କମ୍ପ୍ଲେକ୍ସ ବି ଭୂତକୋଠିରେ ପରିଣତ ହୋଇଛି। ପରିବା ବ୍ୟବସାୟୀ ହନ୍ତସନ୍ତ ହେଉଥିବାବେଳେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷାଦିନେ ନାହିଁ ନ ଥିବା ସମସ୍ୟା ସାଧାରଣ ଜନତା ଭୋଗିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri