ଦାରିଙ୍ଗବାଡି,୧୩।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ମା’ ପଟ୍ଟାଖଣ୍ଡାଙ୍କ ପୀଠରେ ଗୁରୁବାର ହୁଣ୍ଡି ଖୋଲାଯାଇଛି। ଅନେକ ସମୟରେ ଶ୍ରଦ୍ଧାଳୁମାନେ ହୁଣ୍ଡିରେ ଦେଇଥିବା ଦାନ ଅର୍ଥ ଜାଣିବା ପାଇଁ ସମସ୍ତଙ୍କ ଉପସ୍ଥିତିରେ ହୁଣ୍ଡିକୁ ଖୋଲାଯାଇଥିଲା ଓ ଅର୍ଥକୁ ଗଣତି କରାଯାଇଥିଲା ସେଥିରୁ ମୋଟ ୧ ଲକ୍ଷ ୪୬ ହଜାର ୫୮ ଟଙ୍କା ଅର୍ଥକୁ ବ୍ୟାଙ୍କ ରେ ଜମା କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ହୁଣ୍ଡିର ବାହାରିଥିବା ସୁନା ଓ ରୁପାକୁ ବିକ୍ରି କରାଯାଇଥିବାବେଳେ ତାହା ୨୨ ହଜାର ଏବଂ ନଗଦ ୧ ଲକ୍ଷ ୨୪ ହଜାର ୫୮ ଟଙ୍କା ବୋଲି କୁହାଯାଇଛି। ଏଥିସହ ଆସନ୍ତା ୧୯ରୁ ୯ ଦିନ ଧରି ବାସନ୍ତୀକ ପୂଜା ଅନୁଷ୍ଠିତ ହେବ। ଏହାକୁ ଆହୁରି ଲୋକାଭିମିଖୀ କରିବାକୁ ପ୍ରସ୍ତୁତି ବୈଠକ କରାଯାଇଥିଲା। ଏହି ବୈଠକ ଓ ହୁଣ୍ଡି ଖୋଲିବା କାର୍ଯ୍ୟକ୍ରମକୁ ମା’ପାଟ୍ଟଖଣ୍ଡା ପୂଜା କମିଟିର ସଭାପତି ରାଜେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ କମିଟିର ସମ୍ପାଦକ ବିରଞ୍ଚି ନାରାୟଣ ସାହୁ,ବରିଷ୍ଠ ନାଗରିକ ସଂଘର ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ପତିତପାବନ ରାଉତ, ଆଇନଜୀବୀ ଉମେଶ କର, ଭଗବତ ମଣ୍ଡପର ସଭାପତି ସରୋଜ କୁମାର ସାହୁ, ଦୁର୍ଗାପୂଜା କମିଟିର ସଭାପତି ଜୟ ଚନ୍ଦ୍ର ପଡ୍ରା, ଲଷ୍ମୀ ପୂଜା କମିଟିର ସଭାପତି ବଂଶୀଧର ସାହୁ, ଅବନୀ ସାହୁ, ନବୀନ ଚନ୍ଦ୍ର ସାହୁ, ଅକ୍ଷୟ ସାହୁ, ମୁନା ଡାକୁଆ,ମୋହନ ସାହୁ, କହ୍ନୁ ନାୟକ,ବସନ୍ତ ବେହେରା,ସ୍ଥାନୀୟ ସରପଞ୍ଚ ଚନ୍ଦ୍ରିକା ମଳିକ ପ୍ରମୁଖ ଉପସ୍ଥିତ ଥିଲେ। ହୁଣ୍ଡି ଖୋଲାଯିବା ସମୟରେ ସ୍ଥାନୀୟ ଆଇଆଇସି ସଂଗ୍ରାମ କେଶରୀ ଜେନା ଉପସ୍ଥିତ ରହି ଆଇନଶୃଙ୍ଖଳାର ତଦାରଖ କରିଥିଲେ।
Dharitri – Odisha’s No.1 Odia Daily

