ପାଟ୍ଟାବନ୍ଧା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ଭୋଜିଭାତ କରି ଉଠାଉଛନ୍ତି ମଜା

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଯେତିକି ଶୀତ ବୃଦ୍ଧି ପାଉଛି, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ପର୍ଯ୍ୟଟନକ୍ଷେତ୍ରଗୁଡିକୁ ସେତିକି ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟନକ୍ଷେତ୍ର ମଧ୍ୟରେ  ପାଟ୍ଟାବାନ୍ଧା ଜଳପ୍ରପାତ ଅନ୍ୟତମ। ଏହି ଜଳପ୍ରପାତ ଦୁର୍ଗମ ଘାଟି, ପାହାଡ଼ ମଧ୍ୟରେ ରହିଥିଲେ ସୁଦ୍ଧା ପର୍ଯ୍ୟଟକ ଉକ୍ତ ଜଳପ୍ରପାତ ଖୋଜି ସେଠାରେ ପହଞ୍ଚି ଯାଆନ୍ତି ଓ ବଣ ଭୋଜି କରି ମଜା ନେଉଛନ୍ତି। ଉକ୍ତ କିସୁବାଡ଼ି ଗ୍ରାମ ଦେଇ ଯାଇଥିବା ନଦୀ ପ୍ରବାହିତ ହୋଇଥିବାବେଳେ ପାଟ୍ଟାବାନ୍ଧା ନିକଟରେ ବିସ୍ତୀର୍ଣ୍ଣ ପଥରରେ ଏକାଧିକ ଜଳପ୍ରପାତ ସୃଷ୍ଟି ହୋଇ ପର୍ଯ୍ୟଟକଙ୍କ ମନ ମୋହୁଛି। ନୂତନ ବର୍ଷର ପ୍ରଥମ ରବିବାରରେ ଉକ୍ତ ଜଳପ୍ରପାତରେ ପ୍ରବଳ ଭିଡ଼ ଜମିଥିଲା। ପର୍ଯ୍ୟଟକମାନେ ବଣଭୋଜି କରିବା ସହ ଜଳପ୍ରପାତରେ ଗାଧୋଇ ମଜା ଉଠାଇଥିଲେ।

କିଛି ପର୍ଯ୍ୟଟକ କୁହନ୍ତି, ଅନେକ ପଥର, ପାହାଡ଼ ଦେଇ ନଦୀ ପ୍ରବାହିତ ହେଉଛି। କନ୍ଧମାଳ ଜିଲା ଔଷଧୀୟ ବୃକ୍ଷରେ ଭରପୂର ରହିଥିବାରୁ ବୋହିଯାଉଥିବା ପାଣି ଅନେକ ଔଷଧୀୟ ବୃକ୍ଷ ସଂସ୍ପର୍ଶରେ ଆସିଥାଏ। ତେଣୁ ସେଠାରେ ଗାଧୋଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।

ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିଶୁବାଡ଼ି ଗ୍ରାମରେ ରହିଛି ପାଟ୍ଟାବାନ୍ଧା ଜଳପ୍ରପାତ। ଏହି ଜଳପ୍ରପାତ କାହିଁ କେଉଁ କାଳରୁ ବହି ଆସୁଥିଲେ ସୁଦ୍ଧା ଦୁର୍ଗମ ପାହାଡ଼ ଦେଇ ପାଦ ଚାଲି ଯିବାକୁ ପଡୁଥିଲା। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ସେହି ଜଳପ୍ରପାତକୁ କେବଳ ଅଞ୍ଚଳବାସୀ ହିଁ ଜାଣିଥିଲେ। ତେବେ ୩ ବର୍ଷ ତଳେ ଏହାକୁ ଲୋକଲୋଚନକୁ ଆଣିବା ପାଇଁ ତତ୍କାଳିନ ବିଧାୟକ ସାଲୁଗା ପ୍ରଧାନଙ୍କ ନିକଟରେ ଅଞ୍ଚଳବାସୀ ଦାବି ଜଣାଇଥିଲେ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ ଜଳପ୍ରପାତକୁ ପାହାଡ଼ କାଟି ରାସ୍ତା ସମ୍ପ୍ରସାରଣ କରାଯାଇ ଲୋକାର୍ପଣ କରାଯାଇଥିଲା।

ଏବେ ଏହି ଶୀତ ଦିନରେ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସିବା ସହ ବଣଭୋଜି କରି ପରିବାର, ସାଙ୍ଗସାଥୀଙ୍କ ସହ ମଜା ନିଅନ୍ତି। ତେବେ ଉକ୍ତ ଜଳପ୍ରପାତକୁ ଏବେ ମଧ୍ୟ ପକ୍କା ରାସ୍ତାସମ୍ପ୍ରସାରଣ କରାଯାଇ ନ ଥିବାରୁ ସମସ୍ତ ପ୍ରକାର ଗାଡ଼ି ସେହି ଜଳପ୍ରପାତ ନିକଟରେ ପହଞ୍ଚି ପାରୁନାହିଁ। ଯେଉଁ ସବୁ ଗାଡ଼ି ଯାଉଛି ଏକାଧିକ ଘାଟି ରହିଥିବାରୁ ପର୍ଯ୍ୟଟକମାନେ ବିପଦସଙ୍କୁଳ ଅବସ୍ଥାରେ ସେଠାରେ ପହଞ୍ଚୁଥିବା ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri