Categories: ବାଣିଜ୍ୟ

ପଟ୍ଟଶ୍ରୀ ଫାବ୍ରିକ୍‌ର ନୂତନ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୧୦: ଓଡ଼ିଶାର କଳା ଓ ହସ୍ତଶିଳ୍ପକୁ ପୋଷାକ ମାଧ୍ୟମରେ ସବୁ ସ୍ତରରେ ପହଞ୍ଚାଇବାକୁ ଏକ ନୂତନ ଧରଣର ଷ୍ଟୋର ‘ପଟ୍ଟଶ୍ରୀ’ର ଶୁଭାରମ୍ଭ ହୋଇଯାଇଛି। ଏଠାରେ ବିଭିନ୍ନ ବର୍ଗର ହସ୍ତ ଚିତ୍ରିତ ହ୍ୟାଣ୍ଡ୍‌ଲୁମ୍‌ ଏବଂ ଫାବ୍ରିକ୍‌ର ପ୍ରଡକ୍ଟ ଉପଲବ୍ଧ ରହିଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଷ୍ଟୋରର ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସିର ୫୫ ନମ୍ବର ୱାର୍ଡ କର୍ପୋରେଟର ନୃପେଶ ନାୟକଙ୍କ ସମେତ ଭୁବନେଶ୍ୱର କଳିଙ୍ଗ ରୋଟାରି କ୍ଲବ୍‌ର ବରିଷ୍ଠ ସଦସ୍ୟ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ପଟ୍ଟଶ୍ରୀର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଆଶୁତୋଷ ନନ୍ଦ କହିଛନ୍ତି, ଏହା କେବଳ ପାରମ୍ପରିକ ହ୍ୟାଣ୍ଡଲୁମ୍‌ ନୁହେଁ ବରଂ ଏକ ଅତ୍ୟାଧୁନିକ ଫ୍ୟାଶନ୍‌ ସେଗ୍‌ମେଣ୍ଟ ଭାବେ ପରିଚିତି ସୃଷ୍ଟି କରିଛି।

Share