”ଦିଅଁ ସେ ଦାରୁଦିଅଁ। ଠାକୁର ସେ ବଡ଼ଠାକୁର। ଲୀଳାମୟ ପ୍ରଭୁ ସେ ସାରାଜଗତର। ବହୁ ନାମରେ
ସେ ହୁଅନ୍ତି ପୂଜିତ। ସେଥିମଧ୍ୟରୁ ଅନ୍ୟତମ ପତିତପାବନ। ମହାପ୍ରଭୁ ଶ୍ରୀପତିତପାବନ ଏକକ ବିଗ୍ରହ ଭାବେ ଶ୍ରୀମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପାସିତ। ତାଙ୍କ ମନ୍ଦିରର ନୀଳଚକ୍ରରେ ଶୋଭାପାଏ ପତିତପାବନ ବାନା। ପୁଣି ଏହି ବାନାକୁ ନେଇ କେତେ କଥା, କେତେ ଗାଥା…“
ମହାପ୍ରଭୁ  ଶ୍ରୀଜଗନ୍ନାଥ ୬୪ଟି ନାମରେ ପୂଜିତ ହେଉଛନ୍ତି ଆମ ରାଜ୍ୟରେ। ସେଥିମଧ୍ୟରୁ ଶ୍ରୀପତିତପାବନ, ଶ୍ରୀଦଧିବାମନ ଓ ଶ୍ରୀଭାଗବତ ଏହି ତିନୋଟି ନାମର ଅନେକ ଗୁରୁତ୍ୱ ରହିଛି। ଶ୍ରୀବଳଭଦ୍ର ଅନେକ ଜାଗାରେ ବଳଦେବ ବା ବଳରାମ ଭାବରେ ଉପାସିତ ହେଉଥିବାର ଦେଖାଯାଏ। ଉଦାହରଣ ସ୍ବରୂପ ବନଯାଗ ବିଧିରେ ପ୍ରଥମ ଶବରପଲ୍ଲୀର ଦେଉଳି ମଠଠାରେ ବଡ଼ଭାଇ ଶ୍ରୀବଳଭଦ୍ର ପୂଜିତ ହେଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀପତିତପାବନ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀପତିତପାବନ ଏକକ ବିଗ୍ରହ ଭାବରେ ଶ୍ରୀମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପାସିତ ହେଉଛନ୍ତି। ଶ୍ରୀମନ୍ଦିର ଉପାସନାରେ ଶ୍ରୀପତିତପାବନ ଚେତନା ବହୁ ପୁରାତନ କାଳରୁ ରହିଆସିଛି। ସଂସ୍କୃତ ଭାର୍ଗବ ଉପପୁରାଣର ତଥ୍ୟ ଅନୁଯାୟୀ ଅଲଓ୍ବାର ସମ୍ପ୍ରଦାୟର ଶ୍ରୀମହଦ୍‌ ଯୋଗୀ ପ୍ରଥମେ ନୀଳାଦ୍ରି କ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହି ଗ୍ରନ୍ଥର ପୋଥିଟି ଚେନ୍ନାଇର ଆଢ଼୍ୟାର ଗ୍ରନ୍ଥାଳୟରୁ ମିଳିଥିଲା।
  ଶ୍ରୀବିଷ୍ଣୁଙ୍କ କ୍ଷେତ୍ରକୁ ‘ଦିବ୍ୟଦେଶ’ କହିଥାନ୍ତି। ଦିବ୍ୟଦେଶ ପରିଦର୍ଶନ କରି ଫେରିବା ପରେ ତାଙ୍କର କନ୍ୟା ତଥା ଅଲଓ୍ବାର ସମ୍ପ୍ରଦାୟର ଅନ୍ୟତମ ଯୋଗୀ ଗୋଦାମ୍ବା ତାଙ୍କୁ କେଉଁ ଦିବ୍ୟଦେଶ ଶ୍ରେଷ୍ଠ ବୋଲି ପଚାରିଥିଲେ। ଶ୍ରୀନୀଳାଦ୍ରି ଦିବ୍ୟଦେଶର ଶ୍ରୀପତିତପାବନ ଚେତନା ମତେ ମୁଗ୍ଧ କରିଥିବାରୁ ତାହା ହିଁ ଶ୍ରେଷ୍ଠ ଦିବ୍ୟଦେଶ। ଏହି ଯୋଗୀଙ୍କର ସମୟ ଷଷ୍ଠଶତକ ବୋଲି ସମ୍ଭାବନା ହୁଏ। ସେ ନୀଳାଦ୍ରି ଶବ୍ଦର ପ୍ରୟୋଗ ପ୍ରଥମେ କରିଥିବାର ପ୍ରମାଣ ମିଳୁଅଛି।
ଶ୍ରୀପ୍ରପନ୍ନ ପାବନ ଓ ପତିତପାବନ
ଏଠାରେ ଯେଉଁ ପ୍ରସଙ୍ଗଟି ଉଲ୍ଲେଖ କରାଯାଉଛି ତାହା ‘କବୀର’ଙ୍କ ପ୍ରସଙ୍ଗ। ଶ୍ରୀପପନ୍ନାମୃତମ୍‌ ଗ୍ରନ୍ଥର ଅଠଚାଳିଶ ଅଧ୍ୟାୟରେ କବୀରଙ୍କ ପ୍ରସଙ୍ଗ ସ୍ଥାନ ପାଇଛି। ପ୍ରସଙ୍ଗ ଆରମ୍ଭରୁ ଆଚାର୍ଯ୍ୟ ନରେଶ ଚନ୍ଦ୍ର ଶର୍ମାଙ୍କ ସମ୍ପାଦନାରେ ପ୍ରକାଶିତ ହିନ୍ଦୀ ଅନୁବାଦ ସଂସ୍କରଣରେ ସେ ଏହି ପ୍ରସଙ୍ଗକୁ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି , ଏଇ ଯେଉଁ କବୀରଙ୍କ ପ୍ରସଙ୍ଗ ଏଠାରେ ସ୍ଥାନ ପାଇଛି ସେ ସୁପ୍ରସିଦ୍ଧ କବୀର ଦାସଙ୍କ ବ୍ୟତୀତ ଆଉ କେହି ହୋଇଥିବେ। କାରଣ କବୀର ଦାସ ହେଉଛନ୍ତି ଶ୍ରୀରାମାନନ୍ଦାଚାର୍ଯ୍ୟଙ୍କର ଶିଷ୍ୟ। ଶ୍ରୀରାମାନୁଜଙ୍କ ଜୀବନ କାଳର ଦୀର୍ଘ ପରବର୍ତ୍ତୀ କାଳର, ତେଣୁ ଶ୍ରୀପପନ୍ନାମୃତମ୍‌ରେ ବର୍ଣ୍ଣିତ କବୀର ହେଉଛନ୍ତି ଶ୍ରୀରାମାନନ୍ଦଙ୍କ ଶିଷ୍ୟ କବୀର ଦାସଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ତୁଳନାତ୍ମକ ଭାବରେ ବିଚାର କଲେ ଜାଣିପାରିବା ଶ୍ରୀରାମାନୁଜାଚାର୍ଯ୍ୟଙ୍କର ଜଣେ କେହି ଶିଷ୍ୟ କବୀର ଥିଲେ। ସେ ବି ଥିଲେ ପରମଭକ୍ତ  । ବୀରନାରାୟଣପୁରଠାରେ ପୂଜିତ ରାଜକନ୍ୟାଙ୍କ ମୂର୍ତ୍ତିକୁ ଦର୍ଶନ କରିବା ପରେ କବୀରଙ୍କର ଭାବାନ୍ତର ସୃଷ୍ଟି ହୋଇଥିଲା। ସେ ଭଗବାନଙ୍କର ନିକଟତର ହୋଇଥିଲେ।  ଶ୍ରୀରାମାନୁଜଙ୍କୁ ଭେଟି ବୀରନାରାୟଣପୁର ବିଷୟରେ ସମସ୍ତ କଥା ବୁଝିଥିଲେ ା ଗୁରୁଙ୍କ ପରାମର୍ଶରେ ସେ ଅନ୍ୟାନ୍ୟ ଦିବ୍ୟଦେଶକୁ ଯାତ୍ରା କରିଥିଲେ ା ଶେଷରେ ଶ୍ରୀରଙ୍ଗମ୍‌ଠାରେ ପହଞ୍ଚିଥିଲେ ା
ଶ୍ରୀରଙ୍ଗମ୍‌ରେ ଉପାସିତ ଶ୍ରୀରଙ୍ଗନାଥଙ୍କଠାରୁ ବଳି ଆଉ କେହି ବଡ଼ ଦେବତା ନାହାନ୍ତି ବୋଲି ତାଙ୍କର ଏକ ପ୍ରକାର ଅନୁଭବ ହୋଇଥିଲା ା ବିଶ୍ୱାସ କରାଯାଏ ଏହି ଅନୁଭବ ପଛରେ ଶ୍ରୀରଙ୍ଗନାଥଙ୍କ ବୈଭବ ହିଁ ମୂଳ କାରଣ ଥିଲା ା ଶେଷରେ ସେ ଶ୍ରୀରଙ୍ଗନାଥଙ୍କ ନିକଟରେ ନିଜର ତଥା ସଂସାରରେ ସମସ୍ତଙ୍କ ପାଇଁ ମୋକ୍ଷ ପ୍ରାର୍ଥନା କରିଥିଲେ ା
ଶ୍ରୀରଙ୍ଗନାଥଙ୍କର ପରମଭକ୍ତ ଭାବରେ ଶ୍ରୀରଙ୍ଗମ୍‌ଠାରେ ସେ, ଅନେକ ଦିନ ଅବସ୍ଥାନ କରିବାକୁ ଲାଗିଲେ ା ଏକନିଷ୍ଠ ଭକ୍ତି ନିବେଦନ ସହିତ ଶରଣାଗତ ହେଲେ ା ଗ୍ରନ୍ଥର ବର୍ଣ୍ଣନା ଅନୁସାରେ କବୀରଙ୍କ ଆଭିମୁଖ୍ୟ ଶ୍ରୀରଙ୍ଗନାଥ ଜାଣିପାରିଥିଲେ ା ତାଙ୍କର ଏକାନ୍ତ ଭକ୍ତିରେ ଶ୍ରୀରଙ୍ଗନାଥ ସନ୍ତୁଷ୍ଟ ହୋଇଥିଲେ ା ମହାକାଳର ଦିବ୍ୟକ୍ଷଣରେ ଅଧ୍ୟାମତ୍‌ୟ ତରିକାରେ ଶ୍ରୀରଙ୍ଗନାଥ ଜଣାଇଦେଲେ ମୁଁ କେବଳ ଶରଣାଗତ ଭକ୍ତଙ୍କ ମୋକ୍ଷ ଦେବାର ଅଧିକାରୀ ା
‘ପତିତ’ ମାନଙ୍କ ମୋକ୍ଷ ଦେବାର ଅଧିକାର ମୋ ଅଧୀନ ନୁହେଁ ା ପତିତମାନଙ୍କୁ କେବଳ ମୋକ୍ଷ ଦେଇପାରିବେ ଶ୍ରୀଜଗନ୍ନାଥ ା ଜାଣିରଖ, ମୁଁ ହେଉଛି ପ୍ରପନ୍ନପାବନ ା ଶ୍ରୀଜଗନ୍ନାଥ ହେଉଛନ୍ତି ପତିତପାବନ ା
‘ପ୍ରପନ୍ନ ମୋକ୍ଷଦାନେଽହଂ ଦୀକ୍ଷିତୋ ଯବନେଶ୍ୱର,
ପତିତାନାଂ ମୋକ୍ଷଦାନେ ଜଗନ୍ନାଥଃ ପ୍ରଦୀକ୍ଷିତଂ ।’
ଏହାର କାରଣ ମଧ୍ୟ ଗ୍ରନ୍ଥରେ ସ୍ପଷ୍ଟ କରାଯାଇଛି। ଏହି କାରଣଗୁଡ଼ିକ ବିଚାର କଲେ ଅନେକ ସଂଶୟ ଦୂର ହୋଇଯାଏ ା ଏହା ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ଜଡ଼ିତ ା ଆୟୁଧ ‘ଚକ୍ରରାଜଙ୍କୁ’ ଏହି ପ୍ରସଙ୍ଗରେ ଗୁରୁତ୍ୱ ଦିଆଯାଇଛି ା ‘ଶ୍ରୀରଙ୍ଗନାଥ’ଙ୍କ ସୂଚନା ଅନୁଯାୟୀ ‘ଚକ୍ର’ ସହିତ ସମ୍ବନ୍ଧିତ ନ ହେଲେ ମୋକ୍ଷ ସମ୍ଭବ ନୁହେଁ ା ସେଥିପାଇଁ ଚକ୍ର ଚିହ୍ନ ଧାରଣର ରହସ୍ୟ ରହିଛି ା ଶ୍ରୀବୈଷ୍ଣବମାନେ ଚକ୍ରରାଜଙ୍କ ସହିତ ମାନସିକ ସ୍ତରରେ ସଂଯୁକ୍ତ ରହିବା ପାଇଁ ଚକ୍ରଚିହ୍ନ ଦେହରେ ଧାରଣ କରିଥାନ୍ତି। ଦ୍ୱିତୀୟରେ ଭଗବାନଙ୍କ ହାତରେ ଚକ୍ରରାଜଙ୍କୁ ଦର୍ଶନ କରିବାକୁ ହୁଏ ା ତୃତୀୟରେ ଚକ୍ରରାଜଙ୍କ ସ୍ପର୍ଶରେ ଭକ୍ତ ମୋକ୍ଷଦିଗକୁ ଅଗ୍ରସର ହୋଇଥାଏ ା ଚତୁର୍ଥରେ ଚକ୍ରରାଜଙ୍କ ମାଧ୍ୟମରେ ମୃତ୍ୟୁ ଦିଗକୁ ଯାଉଥିବା ଭକ୍ତ ମୁକ୍ତ ହୋଇଥାଏ ା
ଶାସ୍ତ୍ରରେ କୁହାଯାଇଛି ବନ୍ଧନମୁକ୍ତ ନ ହେଲେ ମୋକ୍ଷ ଦିଗକୁ ଅଗ୍ରସର ହେବା ସମ୍ଭବ ନୁହେଁ। ତାହା ହିଁ ସୁଚାଇ ଦେଇଥିଲେ ଶ୍ରୀରଙ୍ଗନାଥ ା ବାସ୍ତବିକ୍‌ ବୈଷ୍ଣବଧାରାରେ ‘ଚକ୍ରରାଜ’ଙ୍କ ଦର୍ଶନକୁ ଖୁବ୍‌ ଗୁରୁତ୍ୱ ଦିଆଯାଇଛି ା ଚକ୍ରରାଜଙ୍କ ଦର୍ଶନ ବ୍ୟବସ୍ଥା ସଭିଙ୍କ ପାଇଁ ଶ୍ରୀଜଗନ୍ନାଥ ପୁରୀରେ ସୁଲଭ ା ପୁରୀରେ ଶ୍ରୀନୀଳଚକ୍ର ଦର୍ଶନର ମହତ୍ତ୍ୱ ରହିଛି ା ସେହି ନୀଳଚକ୍ର ହିଁ ମୁକ୍ତିଦାତା ା
ତାଙ୍କୁ ଦର୍ଶନ କଲାମାତ୍ରେ ଜୀବ ବନ୍ଧନମୁକ୍ତ ହେବାକୁ ଆରମ୍ଭ କରେ, ତେଣୁ ତୁମେ ଯାଅ ା ଶ୍ରୀଜଗନ୍ନାଥ ପୁରୀରେ ପରମ ପବିତ୍ର ଶ୍ରୀନୀଳଚକ୍ରଙ୍କୁ ଦର୍ଶନ କର ା ଅନ୍ୟ ଭକ୍ତମାନଙ୍କୁ ଦର୍ଶନ କରିବା ପାଇଁ ଉପଦେଶ ଦିଅ, ତେବେ ଯାଇ ତମ ଇଚ୍ଛା ସଫଳ ହେବ ା
ଶ୍ରୀପପନ୍ନାମୃତମ୍‌ ଗ୍ରନ୍ଥ ଏକ ଐତିହାସିକ ଗ୍ରନ୍ଥ ା ହାରାହାରି ୩୧୫ ବର୍ଷ ପୂର୍ବରୁ ପଣ୍ଡିତ ଅନନ୍ତାଚାର୍ଯ୍ୟ ସ୍ବାମୀଜୀ ମହାରାଜ ଏହାକୁ ଲେଖିଥିଲେ ା
ଉପର ବର୍ଣ୍ଣନାରୁ ଦୁଇଟି କଥା ଆମର ଆଲୋଚନା କରିବା କଥା ା ଗୋଟିଏ ପତିତପାବନ ତତ୍ତ୍ୱ, ଅନ୍ୟଟି ନୀଳଚକ୍ର ପ୍ରସଙ୍ଗ ା ଏହି ଗ୍ରନ୍ଥର ବହୁ ପୂର୍ବରୁ ହାରାହାରି ହଜାରେ ବର୍ଷ ପୂର୍ବରୁ  ଶ୍ରୀଭାର୍ଗବ ଉପପୁରାଣମ୍‌ ରଚନା ହୋଇଥିଲା। ବହୁ ଐତିହାସିକମାନଙ୍କ ଦ୍ୱାରା ଏହାର ସମୟ ଓ ପ୍ରମାଣିକତା ଗୃହୀତ ହୋଇସାରିଛି ା ସେଥିରେ ଶ୍ରୀରାମାନୁଜଙ୍କ ପୂର୍ବରୁ ଅଲଓ୍ବାର ଧାରାରେ ଦୁଇଜଣ ଯୋଗୀ ‘ନୀଳାଦ୍ରି’ କ୍ଷେତ୍ରକୁ ଆସିଥିଲେ ା ଜଣେ ହେଲେ ଶ୍ରୀମହଦ୍‌ଯୋଗୀ, ଯେ କି ଭ୍ରାନ୍ତଯୋଗୀ ନାମରେ ଦକ୍ଷିଣ ଭାରତରେ ପ୍ରସିଦ୍ଧ ଥିଲେ ା ଅଲଓ୍ବାର ଧାରାର ବାରଜଣ ‘ଦିବ୍ୟସୂରୀଙ୍କ’ ମଧ୍ୟରେ ୟେ ହେଲେ ତୃତୀୟ ା ଅନ୍ୟ ଜଣେ ହେଲେ ଶ୍ରୀବିଷ୍ଣୁଚିତ୍ତଯୋଗୀ ା
ସେ ବି ନୀଳାଦ୍ରିକ୍ଷେତ୍ରକୁ ଆସିଥିଲେ ା
ଶ୍ରୀବିଷ୍ଣୁଚିତ୍ତଯୋଗୀଙ୍କର ଦ୍ରାବିଡ଼ ପ୍ରବନ୍ଧ ଏକ ଐତିହାସିକ ଦସ୍ତାବିଜ। ଏଥିରେ ଭାରତବର୍ଷର ୧୩ଟି ଦିବ୍ୟଦେଶ (ପବିତ୍ର କ୍ଷେତ୍ର / ଧାମ / ତୀର୍ଥ ପ୍ରଭୃତି) ର ମଙ୍ଗଳାନୁଶାସନ ଉଲ୍ଲେଖ କରିଛନ୍ତି ା ସେ ୧୩ଟି ଦିବ୍ୟଦେଶ ହେଲା –
ରଂଗଂ ଧାନ୍ବିପୁରଞ୍ଚ ପାଣ୍ଡ୍ୟମଧୁରା ଗୋଷ୍ଠୀକୁରଙ୍ଗସ୍ଥଳଂ,
ଶ୍ରୀମତ୍‌କୃଷ୍ଣପୁରଂ ବନାଚଳବରଃ ଶ୍ୱେତାଚଳଃ ଶ୍ରୀପୁରୀ ା
ଶେଷାଦ୍ରିଃ ପୁରୁଷୋତ୍ତମଂ ଚ ମଥୁରା ନନ୍ଦବ୍ରଜଶ୍ଚୈବ ତେ,
ଦେଶଭଟ୍ଟମୁନୀନ୍ଦ୍ରଦିବ୍ୟକୃତିନା ଷଟ୍‌ସପ୍ତସମ୍ଭିଷ୍ଟୁତା।
ଦୁଇଜଣଯାକ ଯୋଗୀଙ୍କୁ ଶ୍ରୀଜଗନ୍ନାଥ ଚେତନାର ‘ପତିତପାବନତତ୍ତ୍ୱ’ ମୁଗ୍ଧ କରିଥିଲା। ଯାହା ସେମାନେ ବର୍ଣ୍ଣନା କରିଛନ୍ତି। କେବଳ ଋଦ୍ଧିମନ୍ତ ନୁହେଁ ପ୍ରାମାଣିକ  ବି ହୋଇଯାଇଛି ଶ୍ରୀରଙ୍ଗନାଥଙ୍କ ଆକାଶଭାଷିତ ଅଧ୍ୟାମତ୍‌ୟ ଶୈଳୀର ଶ୍ଲୋକରେ। ଏହି ପ୍ରସଙ୍ଗରେ ଶ୍ରୀଚକ୍ରରାଜଙ୍କର ରହସ୍ୟ କୁହାଯିବା ସହିତ ଶ୍ରୀନୀଳଚକ୍ରକୁ ଗୁରୁତ୍ୱ ଦିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri