ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ ଯୁବକ ରୋଗୀ ଓ ତାଙ୍କ ପରିଜନ ମାନଙ୍କଠାରୁ ଚୋରୁ କରିବା ସହ ବିଭିନ୍ନ ସମୟରେ ମୋବାଇଲ ଫୋନ ଓ ଟଙ୍କା ପଇସା ଲୁଟ୍ କରୁଥିବା ନେଇ ଅଭିଯୋଗ ହୋଇଛି ।
ରବିବାର ହସ୍ପିଟାଲ ପରିସରରୁ ମୋବାଇଲ ଚୋରି କରୁଥିବା ବେଳେ ଜଣେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ସମ୍ପୃକ୍ତ ଚୋରକୁ ଲୋକେ ଧରିବା ପରେ ହାତବାନ୍ଧି ଉତ୍ତମ ମାଡ଼ ମାରିଥିଲେ । ଖବର ପାଇ ପୋଲିସ ଘଟଣlସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା । ସୂଚନା ଅନୁଯାୟୀ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ସ୍ତ୍ରୀ ପ୍ରସ୍ତୁତି ଵିଭାଗରେ ଜଣେ ରୋଗୀ ତାଙ୍କ ମୋବାଇଲକୁ ଚାର୍ଜରେ ବସାଇଥିବା ବେଳେ ଜଣେ ଚୋର ଚୋରି କରୁବାକୁ ଚେଷ୍ଟା କରିଥିଲା । ଏହି ସମୟରେ ସେ ଲୋକଙ୍କ ହାବୁଡରେ ପଡିଯାଇଥିଲା । ଘଟଣା ସ୍ଥଳରେ ଲକ୍ଷ୍ମୀ ଜୋର୍ ଥାନା ପୋଲିସ ପହଞ୍ଚି ମୋବାଇଲ ଚୋରକୁ ଉଦ୍ଧାର କରି ପୋଲିସ ଫାଣ୍ଡିକୁ ଆଣିଥିଲା । ସମ୍ପୃକ୍ତ ଯୁବକ ଜଣକ ହେଲେ ପ୍ରକାଶ ଭୋଇ ( ୨୭) । ଲକ୍ଷ୍ମୀ ଜୋର୍ ଥାନା ଅନ୍ତର୍ଗତ ରାଜେନ୍ଦ୍ର ପଡାର ବୋଲି ପୋଲିସ ପକ୍ଷରୁ ପଚାରାଉଚରା ବେଳେ ଜଣାପଡିଛି । ତେବେ ଯୁବକଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ।

