ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦% ଜିଲାବାସୀ ସରକାରୀ ସ୍ବାସ୍ଥ୍ୟସେବାକୁ ଚାହିଁ ବସିଥାନ୍ତି। ଏହି ମୌଳିକ ସୁବିଧା ତୃଣମୂଳସ୍ତରରେ ପହଞ୍ଚତ୍ବା କ୍ଷେତ୍ରରେ ବହୁ ପଛୁଆ। ଉପାନ୍ତ ଅଞ୍ଚଳରେ କ୍ୱାକ୍‌ଙ୍କ ପ୍ରଭାବ ଅଧିକ ରହୁଛି ବୋଲି ସର୍ବଦା ଅଭିଯୋଗ ହୋଇଆସିଛି। ଜିଲାରେ ସ୍ବାସ୍ଥ୍ୟ କର୍ମଚାରୀ ଅଭାବ ଦର୍ଶାଯାଉଥିବା ବେଳେ ବାସ୍ତବରେ ଡାକ୍ତରମାନେ ଘରୋଇ ଚିକିତ୍ସାରେ ଅଧିକ ବ୍ୟସ୍ତ ରହୁଛନ୍ତି। ନର୍ସିଂହୋମ୍‌ରେ ଆଶାକର୍ମୀ ବୁଲୁଥିବା ବେଳେ ବିଜୁ ସ୍ବାସ୍ଥ୍ୟ କାର୍ଡ ନର୍ସିଂହୋମ୍‌ର ଏଟିଏମ୍‌ ପାଲଟିଛି। ଫଳରେ ରୋଗୀ ମାନସିକ ଓ ଆର୍ଥିକ ଦଣ୍ଡ ଭୋଗୁଛନ୍ତି ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ମନୋଜ ନାୟକ ୫ ଦିନ ପୂର୍ବର ଘଟଣାକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଡେରାବିଶ ଅଞ୍ଚଳର ଜଣେ ପ୍ରସୂତିଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର କହିଲେ, ପ୍ରସୂତିଙ୍କ ଅପରେଶନ ଆବଶ୍ୟକ। ସଂଜ୍ଞାହୀନ କରିବା ଏଠାରେ ସମ୍ଭବ ନ ଥିବାରୁ କଟକ ରେଫର କଲେ। ତେବେ ଆମେ ନିକଟସ୍ଥ ନର୍ସିଂହୋମ୍‌ରେ ସମ୍ପୃକ୍ତ ଡାକ୍ତର ଅପରେଶନ କରୁଥିବା ଦେଖିଲୁ। ରାଜ୍ୟ ସରକାରଙ୍କ କଡ଼ା କଟକଣାକୁ ବେଖାତିରକରି ୪ରୁ ଅଧିକ ଆଶାକର୍ମୀଙ୍କୁ ଏହି ନର୍ସିଂହୋମ୍‌ରେ ଦେଖିବାକୁ ପାଇଲୁ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବିଭାଗରେ ୫ ଜଣ ଡାକ୍ତର ନିଯୁକ୍ତ ହୋଇଥିଲେ ମଧ୍ୟ ରେଫର ହେଉଥିବାରୁ ସହର ମଧ୍ୟରେ ୯ ନର୍ସିଂହୋମ୍‌ ସୁରୁଖୁରୁରେ ଚାଲିଥିବା ସେ କ୍ଷୋଭର ସହ ପ୍ରକାଶ କରିଥିଲେ। ସେହିପରି ସହରର ମାଧପୁରସ୍ଥ ସାମାଜିକ କର୍ମୀ ଜ୍ୟୋତିରଞ୍ଜନ ନାୟକ କହିଛନ୍ତି, ସୁପରିଚାଳନା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଡିସ୍‌ପ୍ଲେ ବୋର୍ଡ ଅଛି। ଏହି ବୋର୍ଡରେ କର୍ମଚାରୀଙ୍କ ନାମ, କର୍ତ୍ତବ୍ୟ ସମୟ ଓ ମୋବାଇଲ ନମ୍ବର ରହୁନାହିଁ। ଡାକ୍ତରମାନେ ଏହାର ସୁବିଧା ନେଇ ସକାଳ ୫ଟାରେ ଆଉଟ୍‌ଡୋର କାମ ସାରି ଦେଇ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଆଉଟ୍‌ଡୋରରେ ପ୍ରବଳ ଭିଡ଼ ହେଉଛି। ଅପରପକ୍ଷରେ ଗ୍ରାମାଞ୍ଚଳ ପିଏଚ୍‌ସି ଓ ସିଏଚ୍‌ସିରେ ପ୍ରତ୍ୟେକ ଦିନ ୬ ଘଣ୍ଟା କାର୍ଯ୍ୟ କରିବା ନିୟମ ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସପ୍ତାହରେ ଏକକାଳୀନ ୩ ଦିନ ରହି ନିଜର ୪୨ ଘଣ୍ଟାର କର୍ତ୍ତବ୍ୟ ସାରିଥିବା ପ୍ରକାଶ କରୁଛନ୍ତି। ଉପାନ୍ତ ଅଞ୍ଚଳର ରୋଗୀ ବାଧ୍ୟହୋଇ କ୍ୱାକ୍‌ଙ୍କ ହାବୁଡ଼ରେ ପଡୁଛନ୍ତି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ରୋଗୀଙ୍କ ଭାଗ୍ୟ ପ୍ରେସ୍‌କ୍ରିପ୍‌ଶନର ରେଫରରେ ସୀମିତ। ତେବେ ଏହି ପ୍ରେସ୍‌କ୍ରିପ୍‌ଶନରେ କେଉଁ ଭିତ୍ତିଭୂମି ନ ଥିବାରୁ ରେଫର କରାଯାଉଛି, ସେ ସମ୍ପର୍କରେ ଉଲ୍ଲେଖ ରହୁନାହିଁ। ଫଳରେ ଜିଲା ସ୍ବାସ୍ଥ୍ୟସେବାର ଆବଶ୍ୟକ ଭିତ୍ତିଭୂମିକୁ ସଜଡ଼ାଯାଇପାରୁନାହିଁ। ସାଧାରଣ ଭାବେ ହାଡ ଭଙ୍ଗା ମାମଲାରେ ପ୍ଲାଷ୍ଟରଟିଏ ହେଉନାହିଁ। ବିଭିନ୍ନ ସମୟରେ ଏକ୍ସ-ରେ, ଅଲ୍‌ଟ୍ରାସାଉଣ୍ଡ ଆଦି ମେଶିନ ଚଳାଇବାକୁ କର୍ମଚାରୀ ମିଳୁନାହାନ୍ତି। ଡାକ୍ତର ଓ କର୍ମଚାରୀ ଅଭାବ ଦର୍ଶାଇ ରେଫର କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ଭିତ୍ତିଭୂମି ସଜାଡ଼ିବାରେ ଅଣହେଳା ହେଉଛି। ପ୍ରତ୍ୟେକ ଦିନ ଜିଲାପାଳ ଓ ସିଡିଏମ୍‌ଓଙ୍କ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଗସ୍ତ ହେଲେ ଏହାର ସମାଧାନ ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଜିଲା ମୁଖ୍ୟ ଚିକିତ୍ସାଳୟ ଶ୍ୟାମଗୁଡିଆକୁ ସ୍ଥାନାନ୍ତର ପରେ ଭିତ୍ତିଭୂମି ସଜାଡ଼ିବାକୁ ସମୟ ଲାଗିଛି। ତେବେ ଏଠାରେ ଥିବା ଭିତ୍ତିଭୂମି ପୂର୍ବାପେକ୍ଷା ରୋଗୀଙ୍କୁ ସହାୟକ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri