ରୋଗୀ ପାଉନାହାନ୍ତି ମାଗଣା ଔଷଧ

କଳିଙ୍ଗନଗର,୨୬ା୬(ଶୁଭାଶିଷ ରାଉତ): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ବୋର୍ଡ ଲଗାଯାଇଛି। ଏଥିରେ ଲେଖା ଅଛି ଔଷଧ ଖର୍ଚ୍ଚର ନାହିଁ ଭୟ, ଆମେ ସାଥେ ଅଛି ନିରାମୟ। ଏଭଳି ଏକ ବୋର୍ଡମାରି ବିଭାଗ ଲୋକଙ୍କୁ ଭୂଆଁ ବୁଲାଇ ଚାଲିଥିବା ଅଭିଯୋଗ ହୋଇଛି। କାରଣ ନିରାମୟରେ ମାଗଣାରେ ୨୪/୭ ଘଣ୍ଟିଆ ଔଷଧ ଯୋଗାଇ ଦେବାକୁ ବ୍ୟବସ୍ଥା ଥିଲେ ମଧ୍ୟ ଏଠାରେ ରୋଗୀ ପାଉନାହାନ୍ତି ମାଗଣା ଔଷଧ। ଏଠାରେ ୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲା ରହିବା ପରିବର୍ତ୍ତେ ମାତ୍ର ୬ ଘଣ୍ଟା ଖୋଲାଯାଉଛି, ଯାହାକି ସକାଳ ୮ରୁ ୧୨ ଓ ଅପରାହ୍ନରେ ୪ରୁ ୬ ଘଟିକା। ଏହି ସମୟରେ ଆଉଟଡୋରରେ ବସୁଥିବା ଡାକ୍ତରମାନେ ଯାହା ଔଷଧ ଲେଖୁଛନ୍ତି ତାହା ମଧ୍ୟ ଉପଲବ୍ଧ ଠିକ ଭାବେ ହେଉନାହିଁ। ଚିଠା ଦେଖି ରୋଗୀଙ୍କୁ ଔଷଧ ବିତରଣ କରିବା ପାଇଁ ଦାୟିତ୍ୱରେ ଥିବା ଜଣେ ମାତ୍ର ଫାର୍ମାସିଷ୍ଟ ଭିଡ ଯୋଗୁ ରୋଗୀଙ୍କୁ ଠିକ ଭାବେ ଔଷଧ ଯୋଗାଇ ଦେଉନାହାନ୍ତି। ଫଳରେ ରୋଗୀ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏହି ଡାକ୍ତରଖାନାଟି ଶିଳ୍ପାଞ୍ଚଳର ମୁଖ୍ୟ ଡାକ୍ତରଖାନା ହୋଇଥିବାରୁ ଏଠାକୁ ଦୈନିକ ବହୁ ଦୁର୍ଘଟଣା ଜନିତ ଅପରିଚିତ ରୋଗୀ ଆସିଥାନ୍ତି। ହେଲେ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଡାକ୍ତରଖାନାରୁ ନ ମିଳିବା ଫଳରେ ବହୁ ଅସୁବିଧା ହେଉଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ନିରାମୟ ଔଷଧ ୨୪ ଘଣ୍ଟିଆ ଯୋଗାଇବାକୁ ହେଲେ ଆଉ ୩ ଫାର୍ମାସିଷ୍ଟଙ୍କ ଆବଶ୍ୟକ ହେଉଛି। ଏବେ ମାତ୍ର ୨ ଫାର୍ମାସିଷ୍ଟ ଅଛନ୍ତି। ଜଣେ ନିରାମୟ କାଉଣ୍ଟରରେ ବସୁଛନ୍ତି, ଆଉ ଜଣେ ଷ୍ଟୋରରେ। ମୁଁ ଚିଠି ଲେଖି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଛି। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri