ବିଦ୍ୟୁତ୍‌ ଯୋଗାଣ ବନ୍ଦ କରି ଦେବାରୁ ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲେ

ମାଲକାନଗିରି, ୩୧ା୧୦(ଡି.ଏନ୍‌.ଏ.): ମନମାନି ଚଳାଇଛି ଟାଟା କମ୍ପାନୀ। ବିଦ୍ୟୁତ୍‌ ବିଲ୍‌ ପୈଠ ସତ୍ତ୍ୱେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟୁଛି। ଘରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେତୁ ଘରେ ଚିକିତ୍ସାଧୀନ ଥିବା ଜଣେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପ୍ରତିବାଦ ସ୍ବରୂପ ତାଙ୍କ ପୁଅ ଏକ ଟ୍ରଲିରେ ମା’ଙ୍କୁ ବୋହି ଆଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଦୃଶ୍ୟ ରବିବାର ଦେଖିବାକୁ ମିଳିଛି ମାଲକାନଗିରି ଜିଲାର ଏମ୍‌ଭି-୪୧ ଗ୍ରାମରେ।
ଖବରରୁ ଜଣାପଡିଛି, ମାଲକାନଗିରି ଜିଲା ଏମ୍‌.ଭି.-୪୧ ଗ୍ରାମର ଚାଷୀ ଦୀପକ ଦେଙ୍କ ବିଦ୍ୟୁତ୍‌ ବିଲ୍‌ ନିକଟରେ ୨୧ହଜାର ଟଙ୍କା ଆସିଥିଲା। ସେ ସପ୍ତାହେ ତଳେ ୭ ହଜାର ଟଙ୍କା ବାନ୍ଧିଥିଲେ। ତାଙ୍କ ଚାଷ ଜମିରେ ଉଠାଜଳସେଚନ ପମ୍ପ ଚାଲୁ ବାବଦରେ ଆସିଥିବା ବିଦ୍ୟୁତ୍‌ ବିଲ୍‌ ଦୁଇଟି କିସ୍ତିରେ ୨୯ ହଜାର ଟଙ୍କା ପୈଠ କରିଥିବା ବେଳେ ଆଉ ୭ ହଜାର ଟଙ୍କା ବକେୟା ଥିଲା। ସେ ସବୁ ଅର୍ଥ ବାନ୍ଧି ଦେଇଥିବା ବେଳେ କର୍ମଚାରୀମାନେ ତାଙ୍କ ଘର ଏବଂ ଜମିରେ ଥିବା ପମ୍ପର ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିଲେ। ଲମତାପୁଟ ଡାକ୍ତରଖାନାରେ ମା’ଙ୍କ ଚିକିତ୍ସା ବେଳେ ଥଣ୍ଡା ପରିବେଶ, ଫ୍ୟାନ୍‌, କୁଲର, ଅକ୍ସିଜେନ ଦେଇ ଚିକିତ୍ସା ଜାରି ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ସେ ମା’ଙ୍କୁ ଘରକୁ ଆଣି ଚିକିତ୍ସା କରୁଥିଲେ। ବିଲ୍‌ ପୈଠ ପରେ ତାଙ୍କ ବିଦ୍ୟୁତ୍‌ କଟିବାରୁ ତାଙ୍କ ମା’ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ସେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ପ୍ରତାପ କେଶରୀ ନାୟକଙ୍କୁ ଜଣାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ ବୋଲି ଦୀପକ ଅଭିଯୋଗ କରିଛନ୍ତି। ଅସହ୍ୟ ଗରମ ଯୋଗୁ ଘରେ ଛଟପଟ ହେଉଥିବା ମା’ଙ୍କୁ ଦୀପକ ଏକ ଟ୍ରଲିରେ ଧରି ରବିବାର ଏମ୍‌ଭି- ୪୧ରୁ ମାଲକାନଗିରି ସଦର ମହକୁମାକୁ ଆଣୁଥିଲେ। ଏହି ଖବରପାଇ ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ, ବିଡିଓ ଅଜୟ ପ୍ରଧାନ, ଟାଟା କମ୍ପାନୀ ନିର୍ବାହୀ ଅଧିକାରୀ ପ୍ରତାପ କେଶରୀ ନାୟକଙ୍କ ସହ ଭାଜପା କର୍ମକର୍ତ୍ତାମାନେ ଦୀପକଙ୍କୁ ରାସ୍ତାରେ ଅଟକାଇ ବୁଝାଶୁଝା କରିଥିଲେ। ଦୀପକ ନ ଶୁଣିବାରୁ ପୋଲିସ, ଟାଟା କମ୍ପାନୀ କର୍ମଚାରୀ ଆମ୍ବୁଲାନ୍ସ ମଗାଇ ଦୀପକଙ୍କ ମା’ଙ୍କୁ ନେଇ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ସମ୍ପର୍କରେ ଟାଟା ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଦୀପକଙ୍କ ପମ୍ପ ଲାଇନର ବକେୟା ବାକି ଥିଲା। ତାଙ୍କ ପମ୍ପ ଲାଇନ ସହ ଘର ଲାଇନ ସଂଯୋଗ ଜଡିତ ଥିବାରୁ ପମ୍ପ ଲାଇନ କଟିବାରୁ ଘରର ଲାଇନ କଟିଯାଇଥିଲା। ଏ ବିଷୟରେ ଜାଣିବା ପରେ କର୍ମଚାରୀମାନେ ଲାଇନ ସଂଯୋଗ ଦେବାକୁ ଦୀପକଙ୍କ ଘରକୁ ଦୁଇ ଚାରି ଥର ଯାଇଥିଲେ ମଧ୍ୟ ଦୀପକ କର୍ମଚାରୀଙ୍କୁ ଲାଇନ ସଂଯୋଗ କରିବାକୁ ଦେଇ ନ ଥିଲେ। ଏଥିରେ ଆମର କିଛି ଭୁଲ୍‌ ନାହିଁ। ଆମେ ଏବେ ମଧ୍ୟ ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ନିର୍ବାହୀ ଅଧିକାରୀ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri