ବଲାଙ୍ଗୀର,୧୪ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସୋମବାର ଅଘଟଣ ଘଟିଛି। ମେଡିସିନ ଓ୍ବାର୍ଡର ଦିତୀୟ ମହଲା କୋଠାରୁ ଜଣେ ରୋଗୀ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରୋଗୀ ଜଣକ ବଲାଙ୍ଗୀର ସହର ଖରସେଲପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁ (୪୫) ବୋଲି ଜଣାପଡ଼ିଛି। ଗତ ୧୨ ତାରିଖରେ ମେଡିସିନ ଓ୍ବାର୍ଡରେ ସେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ଉପର ମହଲା ଯିବାକୁ ଥିବା ଶିଡ଼ି ନିକଟରେ ଲାଗିଥିବା ଦୁଇଟି କାଚ ପ୍ଲେଟ୍ ଭାଙ୍ଗି ସେ ତଳକୁ ଡେଇଁ ପଡ଼ିଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସର୍ଜରୀ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ରୋଗୀ ଜଣକ କ’ଣ ପାଇଁ ଛାତରୁ ଡେଇଁଲେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।


