ରୋଗୀଙ୍କୁ ଘରୋଇ ନର୍ସିଂହୋମ୍‌ ପଠାଉଛନ୍ତି ଡାକ୍ତର

କଟକ,୫ା୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ରୋଗୀ ସେବାରେ ବିଭ୍ରାଟ ପରିଲକ୍ଷିତ ହୋଇଛି। ଏସ୍‌ସିବି କାଜୁଆଲ୍‌ଟିରେ ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଘରୋଇ ନର୍ସିଂହୋମ ନେଇ ଅସ୍ତ୍ରୋପଚାର କରାଇବାକୁ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତର ବାଧ୍ୟ କରୁଛନ୍ତି। ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳର ସନ୍ତୋଷ ପାଢ଼ୀ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି।
ସନ୍ତୋଷ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଯେ, ରବିବାର ତାଙ୍କ ଘର କାମ ଚାଲିଥିବାବେଳେ କାମରେ ନିୟୋଜିତ ଥିବା ବଳରାମ ମିଶ୍ର (୫୬)ଙ୍କ ବାମପଟ ହାତରେ ମେଶିନ ବାଜି ଗଭୀର ଆଘାତ ଲାଗିଥିଲା। ପରେ ବଳରାମଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ନ ପ୍ରାୟ ୧ଟାରେ ଆମ୍ବୁଲାନ୍ସ ଯୋଗେ ବଳରାମଙ୍କୁ ଏସ୍‌ସିବି କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଥିଲା। ସେତେବେଳେ କାଜୁଆଲ୍‌ଟିରେ କାର୍ଯ୍ୟରତ ଥିବା ଜଣେ ଡାକ୍ତର ବଳରାମଙ୍କୁ ଡ୍ରେସିଂ ପାଇଁ ପଠାଇବା ସହ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଥିବା କହିଥିଲେ। ଏପରିକି ସମ୍ପୃକ୍ତ ଡାକ୍ତର ଏକ ଘରୋଇ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଇବା ଏବଂ ଏଥିଲାଗି ୫୦ ହଜାର ଟଙ୍କା ତୁରନ୍ତ ଯୋଗାଡ଼ କରିବାକୁ ସନ୍ତୋଷଙ୍କୁ କହିଥିଲେ। ଏନେଇ ସନ୍ତୋଷ ଉକ୍ତ ଡାକ୍ତରଙ୍କୁ ପ୍ରଶ୍ନ କରିବାରୁ ସେ ଚିକିତ୍ସା ନ କରି ରୋଗୀଙ୍କୁ ଅଣଦେଖା କରିଥିଲେ। କାଜୁଆଲ୍‌ଟିରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ମଧ୍ୟ ଘରୋଇ ନର୍ସିଂହୋମରେ ଅସ୍ତ୍ରୋପଚାର କରିବାକୁ ବାଧ୍ୟ କରିଥିଲେ। ସନ୍ତୋଷ ଏତେଟଙ୍କା ଯୋଗାଡ଼ କରିପାରିବେନି ଏବଂ ଆହତ ବଳରାମଙ୍କର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ରହିଛି ଏବଂ ସେଥିରେ ଅସ୍ତ୍ରୋପଚାର କରିବା ନେଇ କହିବାରୁ ଡାକ୍ତର ଜଣକ ସ୍ପଷ୍ଟ ମନା କରିଦେଇଥିଲେ। ବଳରାମଙ୍କ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ ସନ୍ତୋଷ ନିବେଦନ କରିଥିଲେ ମଧ୍ୟ ସେ ବିଭିନ୍ନ ପରୀକ୍ଷା ଓ ରକ୍ତ ଆବଶ୍ୟକ ଥିବା କହି ଚାଲିଯାଇଥିଲେ। ବଳରାମଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ରକ୍ତ ବ୍ୟବସ୍ଥା କରିବା ପରେ ମଧ୍ୟ ରବିବାର ରାତି ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା କରାଯାଇ ନ ଥିବା ସନ୍ତୋଷ ଅଭିଯୋଗ କରିଛନ୍ତି। ତେବେ ଏନେଇ ସମ୍ପୃକ୍ତ ଡାକ୍ତର ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri