କ୍ୱାକ୍‌ଙ୍କ ହାତରେ ରୋଗୀସେବା

ନୟାଗଡ଼ ଅଫିସ,୯।୧୨: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଅପାଠୁଆ ଡାକ୍ତର, ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ଚାହିଦା ବଢ଼ି ଚାଲିଛି । ଘରକୁ ଘର ବୁଲି ରୋଗୀମାନଙ୍କୁ ଯୋଗାଇ ଚାଲିଛନ୍ତି ସ୍ବାସ୍ଥ୍ୟସେବା । ପୁଣି ଟଙ୍କା ନ ଥିଲେ ବାକିରେ ଔଷଧ, ଇଞ୍ଜେକଶନ ଦେଇ ରୋଗୀଙ୍କ ମନ କିଣି ଚାଲିଛନ୍ତି । ଧୀରେ ଧୀରେ ଅପାଠୁଆ କ୍ୱାକ୍‌ମାନେ ଗାଁ  ଗହଳି ତଥା ସହରରେ ଡାକ୍ତର ଭାବେ ନିଜର ଭଲ ପରିଚୟ ସୃଷ୍ଟି କରି ରୋଜଗାର କରୁଛନ୍ତି । ଏପଟେ ନକଲି ଡାକ୍ତର ଧରପଗଡ କରିବାରେ ପ୍ରଶାସନ ବିଫଳ ହୋଇଛି । ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବାବେଳେ ଗାଁ ଗହଳି ଓ ସହର ସବୁଠି ନକଲି ଡାକ୍ତରଙ୍କୁ ରାତି ପାହିଲେ ଖୋଜା ପଡୁଛି । ସ୍ବାସ୍ଥ୍ୟ ବିଭାଗର କେଉଁଠି ନା କେଉଁଠି ତ୍ରୁଟି ନକଲି ଡାକ୍ତରଙ୍କ ଲୋକପ୍ରିୟତା ବଢ଼ାଇ ଚାଲିଛି ବୋଲି ଅଭିଯୋଗ ହୋଇଛି। ଏଭଳିସ୍ଥଳେ ଅପାଠୁଆ ଡାକ୍ତରଙ୍କ ସ୍ବାସ୍ଥ୍ୟସେବାରେ ରୋଗୀଙ୍କ ମୃତ୍ୟୁ ହେଉଥିଲେ ବି ଅଭିଯୋଗ ନ ଥିବାରୁ ଚପି ଯାଉଛି । ସ୍ଥିତି ଏପରି ହେଲାଣି ରୋଗୀ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନ ଆସି କ୍ୱାକ୍‌ଙ୍କ ପାଖରେ ଚିକିତ୍ସିତ ହେବାକୁ ଗୁରୁତ୍ୱ ଦେଉଛନ୍ତି ।
ନୟାଗଡ଼ ଜିଲାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ୩୮, ଗୋଷ୍ଠୀ ଉନ୍ନୀତ ସ୍ବାସ୍ଥ୍ୟକେନ୍ଦ୍ର ୧୨, ୧ ହସ୍ପିଟାଲ, ୧ ଜିଲା ମୁଖ୍ୟ ଚିକିତ୍ସାଳୟ ଏପରି ମୋଟ୍‌ ୫୨ ସ୍ବାସ୍ଥ୍ୟକେନ୍ଦ୍ର ଅଛି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୨୬୨ ଡାକ୍ତର ରହିବା ସ୍ଥାନରେ ୧୧୬ ଅଛନ୍ତି । ଖାଲି ପଡିଛି ୧୪୬ ପଦବୀ। ସବୁଠି ଅଭିଯୋଗ ଡାକ୍ତର ନାହାନ୍ତି । ସରକାରୀ ଡାକ୍ତରଙ୍କଠାରୁ ସ୍ବାସ୍ଥ୍ୟସେବା ପାଇବାକୁ ହେଲେ ଟଙ୍କା ଗଣିବାକୁ ପଡୁଛି । ନିଜ ପାଳିକୁ ଅପେକ୍ଷା କରିବାକୁ ପଡୁଛି । ଏଥିପାଇଁ ୧୫୦ରୁ ୨୦୦ ଟଙ୍କା ଫି’ ଦେବାକୁ ପଡୁଛି । ଏହାର ଫାଇଦା ନେଇ କ୍ୱାକ୍‌ମାନେ ଗାଁ  ଓ ସହରରେ ସେମାନଙ୍କ ନେଟ୍‌ୱର୍କ କରି ଭଲ ରୋଜଗାର କରୁଛନ୍ତି । ନୂଆଗାଁ  ବ୍ଲକର ଡିମିରିପଲ୍ଲୀ, ଖାଲମଡ଼ା, ଗୁମି, ଦଶପଲ୍ଲା ବ୍ଲକର ଟାକରା, ବୁଗୁଡା ବାଣିଗୋଛା, ଚିନାପହଁରା, ନୂଆଗାଁ , ଡିହଗାଁ , ମଧ୍ୟଖଣ୍ଡ ଅଞ୍ଚଳ ପରି ଗାଁରେ ଅପାଠୁଆ ଡାକ୍ତର ଗାଁ  ଗାଁ  ବୁଲି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି । ରଣପୁର ବ୍ଲକର ବନ୍ଧମୁଣ୍ଡା, ନେଳିପଡା, ରାଇପଡା, ଓଡ଼ଗାଁ  ବ୍ଲକର ବାଣ୍ଠପୁର, ଜାକେଡା, କୋମଣ୍ଡା, ଭୋବସର ଅଞ୍ଚଳରେ ଅପାଠୁଆ ଡାକ୍ତର ଘୂରି ବୁଲୁଛନ୍ତି । ଗଣିଆ ବ୍ଲକର ଗଣିଆ, ଛାମୁଣ୍ଡିଆରେ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ଗଣିଆ, ଛାମୁଣ୍ଡିଆ, ରାସଙ୍ଗ, ବଡ଼ସିଲିଙ୍ଗା ଅଞ୍ଚଳରେ କ୍ୱାକଙ୍କ ରାଜୁତି ବଢ଼ୁଛି।

ବଙ୍ଗାଳି କ୍ଲିନିକ୍‌ରେ ଭିଡ଼

ଗାଁ ଗାଁରେ ବଙ୍ଗାଳି କ୍ଲିନିକ୍‌ ଗଢ଼ି ଉଠିଛି । ଏହି କ୍ଲିନିକ ଲାଇସେନ୍ସ ପାଇ ନ ଥିଲେ ହେଁ ଏହାର ମାଲିକ ନିଜକୁ ଡାକ୍ତର ବୋଲି ଦାବି କରୁଛନ୍ତି । ଏପରକି କେତେକ କ୍ଲିନିକ ସମ୍ମୁଖରେ ନକଲି ପ୍ରମାଣ ପତ୍ର ବି ଝୁଲୁଛି । ଡାକ୍ତର ଅସଲି କି ନକଲି ଜଣାପଡି ନ ଥିଲେ ହେଁ କ୍ଲିନିକ୍‌ରେ ରୋଗୀଙ୍କ ଭିଡ ଜମୁଛି । ସେହି କ୍ଲିନିକ୍‌ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ ନାହିଁ । ଅନ୍ୟପକ୍ଷେ ବଙ୍ଗାଳି ଡାକ୍ତର ହୁଅନ୍ତୁ ଅଥବା ଓଡିଆ ସେମାନେ ଯେ ଅପାଠୁଆ କ୍ୱାକ୍‌ ତା’ର ଆଉ ପରିଚୟ ଦେବାକୁ ଅଛପା ନାହିଁ । ଜିଲାର ରଣପୁର ବ୍ଲକର ମହୁଲିଆ, ଦର୍ପନାରାୟଣପୁର, ସୁରୁକାବାଡି, ନୂଆଗାଁ ବ୍ଲକର ଡିମିରିପଲ୍ଲୀ, ଖାଲମଡା, କୋରଡା, ଭାପୁର ବ୍ଲକର ସଦର ମହକୁମା ଭାପୁର ପରି ଗାଁରେ ବଙ୍ଗାଳି ଲୋକ କ୍ଲିନିକ୍‌ ଖୋଲି ରୋଗୀ ସେବା କରିଆସୁଛନ୍ତି । ଜିଲାରେ ୧୭ଟି ସରକାରୀ ସ୍ବୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲରେ ମଧ୍ୟ ଅପାଠୁଆ ଡାକ୍ତର ଚିକିତ୍ସା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ରଣପୁରର ଊର୍ମିଳା ବାରିକ କୁହନ୍ତି, ରୋଗୀ ଭଲ ହେବା ପାଇଁ ଡାକ୍ତରଙ୍କୁ ଖୋଜୁଛନ୍ତି । ଡାକ୍ତର ପାଠ ପଢ଼ୁଆ ହେଉକି ଅପାଠୁଆ ସେଥିରେ ଯାଆସ ନାହିଁ । କାରଣ ରୋଗ ଭଲ ହେବା ଦରକାର । ନୟାଗଡରେ ଜଣେ ଅପାଠୁଆ ଡାକ୍ତର କିଛିଦିନ ତଳେ ଗିରଫ ହେଲେ । ଏବେ ସମ୍ପୃକ୍ତ ଅପାଠୁଆ ଡାକ୍ତର କ୍ଲିନିକ କରି ପୁଣି ରୋଜଗାର କରୁଛନ୍ତି । ଏ ପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ କ’ଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଦଶପଲ୍ଲାର ବିମଳ ନାୟକ କୁହନ୍ତି, ଆଜ୍ଞା ନକଲି ଡାକ୍ତର କହି ଅସମ୍ମାନ କରନ୍ତୁ ନାହିଁ । ଅସଲି ଡାକ୍ତରଠାରୁ ସେବା ନ ପାଇ ଆମେ ନକଲି ଡାକ୍ତରଠାରୁ ସେବା ପାଇ ଭଲ ହେଉଛୁ । ସିଡିଏମ୍‌ଓ ମକରନ୍ଦ ବେଉରା କୁହନ୍ତି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି । ପୁଣି ଚଢ଼ାଉ ବିଭିନ୍ନ ସମୟରେ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri