ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା ଆବଶ୍ୟକ। ଏହାର ଅନେକ ଦୃଷ୍ଟାନ୍ତ ପୁରାଣ ଶାସ୍ତ୍ର ଓ ଇତିହାସରୁ ମିଳିଥାଏ। ଏହି ପରିପ୍ରେକ୍ଷୀରେ ସନ୍ଥ ଏକନାଥଙ୍କ ଧୈର୍ଯ୍ୟ ଓ କ୍ଷମା ପ୍ରଦର୍ଶନର ଏକ ରୋଚକ ଘଟଣା ମନକୁ ଆସେ। ଦିନକର କଥା। ସନ୍ଥ ଏକନାଥ ଗୋଦାବରୀ ନଦୀରୁ ଶୌଚ,ସ୍ନାନ ଓ ତର୍ପଣ ସାରି ଫେରିବା ରାସ୍ତାରେ ଜଣେ ଚଣ୍ଡାଳ ସମ୍ପ୍ରଦାୟର ବ୍ୟକ୍ତି ତାଙ୍କ ଉପରକୁ କାଦୁଅପାଣି ପକାଇଲେ। ସେ ଭାବିଥିଲେ ସାଧୁ ଏକନାଥ ତା’ ଉପରେ କ୍ଷୁବ୍ଧ ହୋଇ ଅଭିଶାପ ଦେବେ। ମାତ୍ର ସେପରି କିଛି ହେଲାନାହିଁ। ସାଧୁ ମହାତ୍ମା ଫ଼େରିଯାଇ ପୁଣି ଥରେ ନଦୀରେ ସ୍ନାନକରି ଆସନ୍ତେ ସେହି ଚଣ୍ଡାଳ ପୁଣି କାଦୁଅପାଣି ନିକ୍ଷେପ କଲେ। ଚଣ୍ଡାଳ ଯେତେଥର ମଇଳାପାଣି ପକାଉଥାଏ ଏକନାଥ ସେତେଥର ନଦୀକୁ ଯାଇ ଗାଧୋଇ ଫ଼େରୁଥାନ୍ତି। ଏହି ପ୍ରକ୍ରିୟା ୧୦୮ ଥର ହେବା ପରେ ଚଣ୍ଡାଳର ଧୈର୍ଯ୍ୟଚ୍ୟୁତି ଘଟିଲା। ଚଣ୍ଡାଳ ପଚାରିଲେ ହେ ମହାଭାଗ, ମୁଁ ଆପଣଙ୍କୁ ଏତେ ଥର ଅପବିତ୍ରକରି ଅପମାନିତକଲି ମାତ୍ର ଆପଣ ମୋ ଉପରେ ରୋଷ ପ୍ରକଟ କଲେନାହିଁ। ଏହାର ରହସ୍ୟ କ’ଣ? ଏକନାଥ କହିଲେ, ମୁଁ ତୁମ ପାଖରେ କୃତଜ୍ଞ, କାରଣ ତୁମର ଏହି ଆଚରଣ ମୋତେ ପରୋକ୍ଷରେ ୧୦୮ ଥର ପବିତ୍ର ଗୋଦାବରୀ ନଦୀରେ ସ୍ନାନକରି ଧର୍ମ ଅର୍ଜନ କରିବାର ସୁଯୋଗ ପ୍ରଦାନ କଲା। ଏକନାଥ ପରିଶେଷରେ ଚଣ୍ଡାଳର ଆଚରଣ ଶୁଦ୍ଧି ପାଇଁ କହିଲେ, ବତ୍ସ ! ଜଣେ ବ୍ୟକ୍ତିର ଧୈର୍ଯ୍ୟ ଓ କ୍ଷମା ଗୁଣ ତା’ର ଅନ୍ତର୍ନିହିତ ମଣିଷ ପଣିଆକୁ ପ୍ରଦର୍ଶିତ କରିଥାଏ। ଏକନାଥଙ୍କୁ ଚଣ୍ଡାଳ କ୍ଷମା ଭିକ୍ଷାକଲେ।
କେହି ଆମର ତ୍ରୁଟି ବା ଦୁର୍ବଳତାକୁ ଅତିରଞିତ କରି ସର୍ବସାଧାରଣରେ ଅପମାନିତ, ନିନ୍ଦିତ କଲାବେଳେ ଆମେ ରାଗିଯାଇ ପ୍ରତିଶୋଧ ପରାୟଣ ହୋଇଥାଉ। ମାତ୍ର ଆମେ ସେଇଠି ଅଜାଣତରେ ଭୁଲ୍‌ କରିବସୁ । ପ୍ରତିଶୋଧ ଅପେକ୍ଷା ବରଂ ଅସୀମ ଧୈର୍ଯ୍ୟ ସହ କ୍ଷମା ଗୁଣ ପ୍ରଦର୍ଶନକଲେ ଶତ୍ରୁକୁ ଦମନ କରାଯାଇପାରିବ। ବିପଦ, ଅପମାନ, ବିରୋଧ, ସମାଲୋଚନା ସମୟରେ ଧୈର୍ଯ୍ୟ ମନରେ ସ୍ଥିରତା ଆଣିଥାଏ, ନିଜକୁ ପ୍ରତିକୂଳ ପରିସ୍ଥିତିରେ ସମ୍ଭାଳିବାର କ୍ଷମତା ପ୍ରଦାନ କରିଥାଏ। କ୍ଷମା ହେଉଛି ଉଦାରତା, କରୁଣା, ମହାନୁଭବତା ଯାହା ଜଣେ ବ୍ୟକ୍ତିର ଶକ୍ତିର ପରିଚୟ ଦେଇଥାଏ। ଯେଉଁ ବ୍ୟକ୍ତି ଅନ୍ୟକୁ କ୍ଷମାକରେ ସେ ପରୋକ୍ଷରେ ନିଜକୁ ମୁକ୍ତକରେ। ସେହିପରି କରୁଣା ଏକ ଶ୍ରେଷ୍ଠ ମାନବୀୟ ଗୁଣ, ଯେଉଁ ବ୍ୟକ୍ତି ପାଖରେ କରୁଣା ଥାଏ ସେ ଅନ୍ୟର ଦୁଃଖକୁ ଅକ୍ଳେଶରେ ବୁଝିପାରନ୍ତି। ଆମ ପରମ୍ପରାରେ ଧୈର୍ଯ୍ୟ, କ୍ଷମା ଓ କରୁଣାକୁ ଆତ୍ମୋନ୍ନତିର ମାର୍ଗ ଭାବେ ବିବେଚନା କରାଯାଏ। ବୁଦ୍ଧଙ୍କ କରୁଣା, ମହାବୀରଙ୍କ କ୍ଷମା ଓ ଗାନ୍ଧୀଙ୍କ ଧୈର୍ଯ୍ୟ ମାନବ ସମାଜରେ ଉଚ୍ଚ ମୂଲ୍ୟବୋଧର ମାଇଲଖୁଣ୍ଟ। ଅନ୍ୟପକ୍ଷରେ ଦ୍ୱେଷ, ଘୃଣା, ହିଂସା, ଅସହଷ୍ଣୁତା ମଣିଷକୁ ଜଣେ ସ୍ବାର୍ଥାନ୍ଧ ଅମଣିଷ ଭାବରେ ଗଢ଼ିତୋଳିଥାଏ। ପ୍ରଚଣ୍ଡ ଅହଂକାରର ବଶବର୍ତ୍ତୀ ହୋଇ ସେ ଅନ୍ୟମାନଙ୍କୁ ବେଖାତିର କରିବା ସହ ଭିନ୍ନମତକୁ ଶତ୍ରୁତା ବୋଲି ବିବେଚନା କରନ୍ତି।
ହିଟ୍‌ଲର ଇହୁଦୀମାନଙ୍କୁ ଅକଥନୀୟ ନିର୍ଯାତନା ଦେବା ବେଳେ ସେ ଅହଂକାର, ହିଂସା, ଅସହିଷ୍ଣୁତା, ଧର୍ମଗତ ବିଦ୍ୱେଷର ପ୍ରତିଫଳନ କରିଥିଲେ। ଧର୍ମଗତ ବିଭେଦ, ଘୃଣା, ଅସହିଷ୍ଣୁତା ଯୋଗୁ ଭାରତ ସ୍ବାଧୀନତା ସମୟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବା ସହ ଦେଶ ବିଭାଜନ ହୋଇଥିଲା। ଶକୁନିଙ୍କ ଦ୍ୱେଷ ଓ ଈର୍ଷା ପାଇଁ ମହାଭାରତ ଯୁଦ୍ଧ ସଂଘଟିତ ହୋଇଥିଲା। ଅହଂକାର ପାଇଁ ସ୍ବର୍ଣ୍ଣ ଲଙ୍କା ଧ୍ୱଂସହେବା ସହ ରାବଣର ବିନାଶ ହୋଇଥିଲା। ସେକ୍ସପିଅରଙ୍କ ଅଥେଲ୍ଲୋ ନାଟକରେ ଇଆଗୋର ଈର୍ଷା ପାଇଁ ଅଥେଲ୍ଲୋଙ୍କ ବୈବାହିକ ଜୀବନ ନଷ୍ଟ ହୋଇଯାଇଥିଲା। ଦ୍ୱେଷ ହୃଦୟକୁ ସଂକୀର୍ଣ୍ଣ କରେ, ଘୃଣା ହୃଦୟକୁ କଠୋରକରେ ଓ ହିଂସା ସମାଜରେ ଭୟ, ଅଶାନ୍ତି ବାତାବରଣ ସୃଷ୍ଟିକରେ। ମନୋବିଜ୍ଞାନୀ ଫ଼୍ରଏଡ୍‌ କହନ୍ତି, ଅବଦମିତ ଆକାଂକ୍ଷା, ଆଶାରୁ ଦ୍ୱେଷ ଓ ଘୃଣା ସୃଷ୍ଟି ହୋଇଥାଏ। ଭାରତୀୟ ଦର୍ଶନ ତତ୍ତ୍ୱରେ କାମ, କ୍ରୋଧ, ଲୋଭ, ମୋହ, ମଦ,ମାଶ୍ଚର୍ଯ୍ୟ ଆଦି ଷଡ଼ରିପୁ ଭବେ ବର୍ଣ୍ଣନା କରାଯାଇଛି ଏବଂ ଏହାକୁ ମଣିଷ ଦମନ କରିପାରିଲେ ଜୀବନରେ ସଫଳତା ହାସଲ କରିଥାଏ।
ଭଗବାନ୍‌ ଯିଶୁଙ୍କୁ ଯେତେବେଳେ କ୍ରୁଶବିଦ୍ଧ କରାଗଲା ସେ କେବଳ କହିଲେ, ହେ ପ୍ରଭୁ, ଏହି ଅଜ୍ଞ ବ୍ୟକ୍ତିମାନଙ୍କୁ କ୍ଷମାକରନ୍ତୁ ସେମାନେ ନିଜେ ଜାଣନ୍ତି ନାହିଁ ସେ କ’ଣ କରୁଛନ୍ତି। ଯିଶୁ କେବେ ତାଙ୍କ ଶତ୍ରୁଙ୍କୁ ଅଭିଶାପ ଦେଇ ନ ଥିଲେ। ମହାତ୍ମା ଗାନ୍ଧୀ ମଧ୍ୟ ଆତତାୟୀଠାରୁ ଗୁଳି ଖାଇଲା ବେଳେ କେବଳ ‘ହାୟ ରାମ’ କହି ଟଳି ପଡ଼ିଥିଲେ। ବିଷ୍ଣୁ ଭକ୍ତ ପ୍ରହଲ୍ଲାଦ ପିତାଙ୍କ କଠୋର ନିର୍ଯାତନା ସତ୍ତ୍ୱେ ହୃଦୟରେ ପିତା ହିରଣ୍ୟ କଶିପୁଙ୍କ ପ୍ରତି ଘୃଣା ଭାବ ପୋଷଣକରି ନ ଥିଲେ। ରାମଚନ୍ଦ୍ର ମାତା କୈକେୟୀଙ୍କ ଚକ୍ରାନ୍ତର ଶିକାର ହୋଇ ବନବାସରୁ ଅଯୋଧ୍ୟା ଫେରିବା ପରେ ମନରେ ଘୃଣା,ଦ୍ୱେଷ ବା ପ୍ରତିଶୋଧ ନ ରଖି ପ୍ରଥମେ ମାତା କୈକେୟୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଧର୍ମଗୁରୁ ମହମ୍ମଦ ଅନେକ ନିର୍ଯାତନା ପାଇବା ପରେ ମକ୍କା ବିଜୟକରି ସେଠାରେ ପହଞ୍ଚି ତାଙ୍କର ସମସ୍ତ ଶତ୍ରୁଙ୍କୁ କ୍ଷମା କରିଦେଇଥିଲେ।
ସେକ୍ସପିଅର ନାଟକ ମର୍ଚ୍ଚାଣ୍ଟ ଅଫ୍‌ ଭେନିସ୍‌ରେ କହିଛନ୍ତି, ଅନୁକମ୍ପା ଦ୍ୱିଗୁଣା ଆଶୀର୍ବାଦ ପ୍ରଦାନ କରିଥାଏ। ଯେଉଁ ବ୍ୟକ୍ତି ଅନୁକମ୍ପା ପ୍ରଦର୍ଶନ କରନ୍ତି ତାଙ୍କୁ ଆଶୀର୍ବାଦ ମିଳେ ଏବଂ ଯେଉଁ ବ୍ୟକ୍ତି ଅନୁକମ୍ପା ଲାଭ କରନ୍ତି ତାଙ୍କୁ ମଧ୍ୟ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ସୁତରାଂ ଦୟା, କ୍ଷମା, ଅନୁକମ୍ପା, ଧୈର୍ଯ୍ୟ ଭଳି ଗୁଣ ଆହରଣକରିବା ଦ୍ୱାରା ଜଣେ ବ୍ୟକ୍ତି ଘୃଣା, ଈର୍ଷା, ଦ୍ୱେଷ, ପ୍ରତିଶୋଧ ଭଳି ସଂକୀର୍ଣ୍ଣ ମନୋଭାବର ଊର୍ଦ୍ଧ୍ୱକୁ ଯାଇ ସମାଜରେ ଏକ ଆଦର୍ଶ ସ୍ଥାନ ହାସଲ କରିଥାନ୍ତି। ବିଜ୍ଞାନ, ସୂଚନା ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଉନ୍ନତିରେ ଆମେ ଗର୍ବିତ, ଉଲ୍ଲସିତ, ପ୍ରଫୁଲ୍ଲିତ, ଆନନ୍ଦିତ ହେବାର ଯେତିକି ଯଥାର୍ଥତା ଅଛି; ନିଜ କାର୍ଯ୍ୟକଳାପରେ ମହନୀୟ ମାନବୀୟ ଗୁଣ ଧୈର୍ଯ୍ୟ, କ୍ଷମା, ଦୟା, ସହିଷ୍ଣୁତା ପ୍ରଦର୍ଶନକରି ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବା ତା’ଠାରୁ ଅଧିକ ପ୍ରାସଙ୍ଗିକ ମନେ ହୁଏ।
ମୋ: ୭୩୮୧୦୭୩୧୩୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କ୍ଷେତ୍ର ପରିଦର୍ଶନ ଅଧିକାରୀ, ନିମ୍ନମାନର କାର୍ଯ୍ୟ ନେଇ…

ମହାକାଳପଡ଼ା,୧୪ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତ ବଗଗହଣ- ମିଲନମୋଡ଼-ତରପଦା ଗୋବରୀ ନଦୀପାର୍ଶ୍ୱ ଘେରିବନ୍ଧ ନିର୍ମାଣ କାମ ନିମ୍ନମାନର…

ଦ୍ରୁତଗତିରେ ଆସି ବ୍ୟକ୍ତିଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଘଟଣାସ୍ଥଳରେ…

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡ଼ି୦୨ଏଡି-୮୯୫୭)ଧକ୍କାରେ ଜଣେ…

ରୁଷିଆ ତେଲକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତର ବଡ଼ ଗେମ୍‌!

ମସ୍କୋ,୧୪।୩: ଇରାନରେ ଚାଲିଥିବା ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ, ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ସମ୍ପ୍ରତି, ବିଶ୍ୱ ବଜାରରେ ତୈଳ…

ବିରାଟ କୋହଲି ନୁହେଁ, ଏହି ଖେଳାଳି RCBର ଅଧିନାୟକ! ଦିନେଶ କାର୍ତ୍ତିକ ବାଝିଲେ ପ୍ଲେ-୧୧

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପୂର୍ବରୁ, RCB ବ୍ୟାଟିଂ ପ୍ରଶିକ୍ଷକ ଦିନେଶ କାର୍ତ୍ତିକ ତାଙ୍କର ପସନ୍ଦର “RCB ଅଲ-ଟାଇମ ଏକାଦଶ” ଚୟନ କରିଛନ୍ତି। ଐତିହାସିକ…

ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ…

ଡ୍ରୋନ ସର୍ଭେ ଦ୍ୱାରା ଜଙ୍ଗଲ ନିଆଁ ଚିହ୍ନଟ, ରାତିସାରା ଅକ୍ଲାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ବନବିଭାଗ

ପାଟଣା,୧୪।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ ଅଟେଈ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତି ୨ଟାରେ ଲାଗିଥିବା ନିଆଁକୁ ବନବିଭାଗ କର୍ମଚାରୀ…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri