ରିଲିଜ୍‌ ପୂର୍ବରୁ ଅନ୍‌ଲାଇନ୍‌ରେ ଲିକ୍‌ ‘ପଠାନ୍‌’ର ଟ୍ରେଲର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍‌’ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମ ମାଧ୍ୟମରେ ବଲିଉଡ ମେଗା ସୁପରଷ୍ଟାର ଶାହରୁଖ ଖାନ ପ୍ରାୟ ୪ ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି। ନିକଟରେ ଫିଲ୍ମ ‘ପଠାନ୍‌’ର ‘ବେସର୍ମ ରଙ୍ଗ’ ଏବଂ ‘ଜୁମ ଜୋ ପଠାନ୍‌’ ଦୁଇଟି ଗୀତ ରିଲିଜ୍‌ ହୋଇଛି। ତେବେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଶାହରୁଖ ଖାନଙ୍କ ‘ପଠାନ୍‌’ ବହୁ ଚର୍ଚ୍ଚାରେ ରହିଛି। ‘ବେସର୍ମ ରଙ୍ଗ’ ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷାକକୁ ନେଇ ଅନେକ ବିବାଦ ଲାଗି ରହିଛି। ଏଭଳି ପରିସ୍ଥିତିରେ ଏବେ ‘ପଠାନ୍‌’ର ଟ୍ରେଲର ଅନ୍‌ଲାଇନ୍‌ରେ ଲିକ୍‌ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ‘ପଠାନ’ର ଟ୍ରେଲର ବୋଲି କୁହାଯାଉଛି। ହେଲେ ତାହା ଶାହାରୁଖଙ୍କ ଏକ ପୁରୁଣା ଭିଡିଓ।

ପୂର୍ବରୁ ଶାହାରୁଖଙ୍କ ଜନ୍ମଦିନରେ ‘ପଠାନ୍‌’ର ଟିଜର ରିଲିଜ୍‌ ହୋଇଥିଲା। ‘ପଠାନ୍‌’ର ଟ୍ରେଲର
ଏହି ସପ୍ତାହ ଶେଷରେ କିମ୍ବା ଆସନ୍ତା ସପ୍ତାହରେ ରିଲିଜ୍‌ ହୋଇପାରେ। ତେବେ ‘ପଠାନ୍‌’ ଆସନ୍ତା ୨୫ରେ ମୁକ୍ତିଲାଭ କରିବ।

Share