Categories: ବାଣିଜ୍ୟ

୫୫୦ ଦୁର୍ଲଭ ଚେରମୂଳିର ସନ୍ଧାନ କରିଛି ପତଞ୍ଜଳି

ନୂଆଦିଲ୍ଲୀ,୨୯।୯: ଭାରତୀୟ ପର୍ବତାରୋହଣ ସଂସ୍ଥା ନୂଆଦିଲ୍ଲୀ ସହଯୋଗରେ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ରକ୍ତବର୍ଣ୍ଣ ଗ୍ଲେସିୟର କ୍ଷେତ୍ରରୁ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ନେତ୍ୱତୃରେ ପତଞ୍ଜଳିର ଏକ ଅନୁସନ୍ଧାନକାରୀ ପର୍ବତାରୋହଣ ଦଳ ଅଭିଯାନ ଆରମ୍ଭ କରିଥିଲେ। ଉକ୍ତ ଅଭିଯାନର ଲକ୍ଷ୍ୟପଥ ତଥା ହିମାଳୟ ପାଦଦେଶର ଗୋମୁଖ ଉପରଭାଗରେ ଥିବା ଶିଖର ଅଞ୍ଚଳରେ ପହଞ୍ଚତ୍ ଅନୁସନ୍ଧାନକାରୀ ଦଳ ୫୫୦ ଦୁର୍ଲଭ ଚେରମୂଳିର ସନ୍ଧାନ କରିଛନ୍ତି। ଉକ୍ତ ଚେରମୂଳିଗୁଡ଼ିକ ଉପରେ ବଡ଼ ଧରଣର ଅନୁସନ୍ଧାନ କାର୍ଯ୍ୟ କରିବାକୁ ପତଞ୍ଜଳି ଯୋଜନା କରିଥିବା ଜଣାପଡ଼ିଛି। ପତଞ୍ଜଳିର ଏକ ସ୍ବତନ୍ତ୍ର ଟିମ୍‌ ହିମାଳୟର ୩ଶିଖରରେ ପହଞ୍ଚତ୍ ଏଭଳି ଏକ ସୌଭାଗ୍ୟ ଲାଭ ବା କୀର୍ତ୍ତିମାନ ସ୍ଥାପନ କରିଛି।

ସେଠାରୁ ଫେରିବା ପରେ ସେମାନଙ୍କୁ ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନ(ଏନ୍‌ଆଇଏମ୍‌)ର ଅଧ୍ୟକ୍ଷ କର୍ନେଲ ଅମିତ ବିଷ୍ଟ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଏଥିପାଇଁ ଆୟୋଜନ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମରେ ବାବା ରାମଦେବ ଉପସ୍ଥିତ ରହି ପର୍ବତାରୋହଣକାରୀ ଦଳକୁ ସମ୍ବର୍ଦ୍ଧନା ଜଣାଇବା ସହ ଏହା ଏକ ଅତ୍ୟନ୍ତ ଦୁଃସାହସିକ କାର୍ଯ୍ୟ ବୋଲି ରାମଦେବ ମତବ୍ୟକ୍ତ କରିଛନ୍ତି। ହିମାଳୟ ଶିଖରରେ ପହଞ୍ଚିଥିବା ପତଞ୍ଜଳିର ଉକ୍ତ ଟିମ୍‌ର ପ୍ରୟାସ ପାଇଁ ଉକ୍ତ ୩ ଶିଖରକୁ ଅନାମିତ, ଅନାରୋହିତ ଓ ଅଭିଜିତ ଭାବେ ନାମକରଣ କରାଯାଇଛି। ଏପରିକି ଗତ ସେପ୍ଟେମ୍ବର ୧୦ ତାରିଖରେ ପତଞ୍ଜଳିର ପର୍ବତାରୋହଣ ଅଭିଯାନକାରୀ ଦଳକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ବାବା ରାମଦେବ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିବା ସହ ଶୁଭକାମନା ଜଣାଇଥିଲେ। ଉକ୍ତ ଯାତ୍ରା ୨୫ ସେପ୍ଟେମ୍ବରରେ ଶେଷ ହୋଇଥିଲା।

Share