Categories: ଖେଳ

ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଖେଳିବେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌, ବାଦ୍‌ ପଡିଲେ ଏହି ୨ ଖେଳାଳି

ସିଡ଼ନୀ,୨୧।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨୨ସେପ୍ଟେମ୍ବରରୁ ଦିନିକିଆ ସିରିଜ୍‌ ଆରମ୍ଭ ହେଉଛ। ସିରିଜର ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯିବ। ଏହା ପୂର୍ବରୁ ଅଷ୍ଟ୍ରେଲୀୟ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଗ୍ଲେନ ମ୍ୟାକ୍ସୱେଲ ଏବଂ ମିଚେଲ ଷ୍ଟାର୍କ ପ୍ରଥମ ଦିନିକିଆରୁ ବାଦ୍‌ ପଡିଛନ୍ତି। ଆଘାତରୁ ଷ୍ଟାର୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ଏହି କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। ମ୍ୟାକ୍ସୱେଲ ମଧ୍ୟ ଆହତ ହୋଇଥିଲେ।

ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। କମିନ୍ସ କହିଛନ୍ତି ଯେ, ମୁଁ ଭଲ ଅନୁଭବ କରୁଛି ଆଉ ଭାବୁଛି ମୁଁ ତିନୋଟି ମ୍ୟାଚ ଖେଳିବି। ଆସନ୍ତାକାଲି ଷ୍ଟାର୍କ ଖେଳିବ ନାହିଁ। ଆଶା କରୁଛି ସେ ପରବର୍ତ୍ତୀ ମ୍ୟାଚରେ ସାମିଲ ହେବେ। ମ୍ୟାକ୍ସୱେଲ ସହିତ ମଧ୍ୟ ସମାନ କଥା। ବିଶ୍ୱକପ୍‌ ପୂର୍ବରୁ ଦଳକୁ ସନ୍ତୁଳନ କରିବାକୁ ଆମେ ଚେଷ୍ଟା କରୁଛୁ।

Share