Posted inଖେଳ

ଟି୨୦ ବିଶ୍ୱକପ୍‌ରେ ପ୍ୟାଟ୍‌ କୁମିନ୍ସଙ୍କ ପ୍ରଥମ ହ୍ୟାଟ୍ରିକ

ଆଣ୍ଟିଗୁଆ, ୨୨।୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ଶୁକ୍ରବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ସୁପର-୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୪୦ ରନ କରିଥିଲା। ଅଷ୍ଟ୍ରେଲିଆ ୧୧.୨ ଓଭରରେ ୨ ଉଇକେଟ ହରାଇ ୧୦୦ ରନ କରିଥିବାବେଳେ ବର୍ଷା ହୋଇଥିଲା। ଖେଳ ଆଉ ସମ୍ଭବ ହୋଇ ନ ଥିବାରୁ ଡକ୍‌ଓ୍ବର୍ଥ ଲୁଇସ ସିଷ୍ଟମ (ଡିଏଲ୍‌ଏସ୍‌)ରେ ଅଷ୍ଟ୍ରେଲିଆକୁ ୨୮ ରନରେ ବିଜୟୀ ଘୋଷଣା କରାଯାଇଥିଲା। କାରଣ ସେତେବେଳକୁ ଡିଏଲ୍‌ଏସ୍‌ ପାର୍‌ ସ୍କୋର ଥିଲା ୭୨ ରନ। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କୁମିନ୍ସ ହ୍ୟାଟ୍ରିକ ଅର୍ଜନ କରିବା ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା। ସେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କୁମିନ୍ସ। ଅନୁଷ୍ଠିତ ସୁପର-୮ ମ୍ୟାଚରେ ସେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ପାଇଛନ୍ତି। ୩୧ ବର୍ଷୀୟ କୁମିନ୍ସ ୧୮ତମ ଓଭରର ଶେଷ ୨ ବଲ୍‌ରେ ବାଂଲାଦେଶର ଅଭିଜ୍ଞ ଖେଳାଳି ମହମୁଦୁଲ୍ଲା ଓ ମେହେଦି ହାସନଙ୍କ ଉଇକେଟ ନେଇଥିଲେ। ୨୦ତମ ଓଭରର ପ୍ରଥମ ବଲ୍‌ରେ ସେ ତୋହିଦ ହ୍ରିଦୟଙ୍କୁ ଆଉଟ କରି ହ୍ୟାଟ୍ରିକ ଉଇକେଟ ପୂରଣ କରିଥିଲେ।

ଟି୨୦ ବିଶ୍ୱକପ୍‌ରେ ଏହାଥିଲା ଓଭରଅଲ୍‌ ୭ମ ହ୍ୟାଟ୍ରିକ। କୁମିନ୍ସଙ୍କ କ୍ୟାରିୟରର ଏହା ପ୍ରଥମ ହ୍ୟାଟ୍ରିକ। ଦ୍ୱିତୀୟ ଅଷ୍ଟ୍ରେଲୀୟ ଭାବେ କୁମିନ୍ସ ଟି୨୦ ବିଶ୍ୱକପ୍‌ରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୦୭ରେ ବ୍ରେଟ୍‌ ଲୀ କେପ୍‌ଟାଉନ୍‌ରେ ଏହି ବାଂଲାଦେଶ ବିପକ୍ଷରେ ହିଁ ହ୍ୟାଟ୍ରିକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri